ବାବୁଙ୍କ ଫୁଲ ପ୍ରୀତି । ଗଛ କିଣିବା ଆଳରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି !

କନକ ବ୍ୟୁରୋ: ଆବର୍ଜନାରେ ଭର୍ତ୍ତି ସମ୍ୱଲପୁର ସହର। ସହର ସାରା ଅଳିଆ ପଡ଼ିଛି,ହେଲେ ବାବୁଙ୍କୁ ଘାରିଛି ବିଲ୍‌ଡିଂ ସଜେଇବା ନିଶା । ସମ୍ୱଲପୁର ମହାନଗର ନିଗମ ବିଲଡିଂକୁ ସଜେଇବା ପାଇଁ ଖର୍ଚ୍ଚ ହୋଇଛି ୨୪ ଲକ୍ଷ । ଯେଉଁଥିରେ ବ୍ୟାପକ ଦୁର୍ନିତୀର ଗନ୍ଧ ବାରିଛନ୍ତି ସହରବାସୀ ।  ସମ୍ୱଲପୁରର ଗଳି ଗଳିରେ ଅଳିଆ ଆବର୍ଜନା । ହେଲେ ଚିକ୍‌ଚିକ୍‌ କରୁଛି ସମ୍ୱଲପୁର ମହାନଗର ନିଗମ ଅଫିସ୍‌ । ସାରା ସହରକୁ ସଫା ରଖିବା ଦାଇତ୍ୱ କମିଶନରଙ୍କର, ହେଲେ ବାବୁ ଏବେ ବିଲ୍‌ଡିଂ ସଜେଇବା ନିଶାରେ । ୨୪ଲକ୍ଷ ଟଙ୍କା ଦେଇ କିଣାଯାଇଛି ଗଛ । କାର୍ଯ୍ୟାଳୟକୁ ପ୍ରବେଶ କଲେ ମନ ଖୁସି ହୋଇଯିବ । ଦୁଇ କଡ଼ରେ କୁଣ୍ଡରେ ଦାମୀ ଗଛସବୁ ସଜେଇ ହୋଇଛି। ଆଉ ଏସବୁ ଗଛର ଦାମ୍‌ ୧୧ଶହ ଉପରେ । ଯାହାକୁ ନାପସନ୍ଦ କରିବା ସହ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ସମ୍ୱଲପୁରବାସୀ ।  ମହାନଗର ନିଗମ ଗଠନର ୧୦ବର୍ଷ ପରେ ବି ସହରର ଅବସ୍ଥା ସୁଧୁରି ପାରିନି । ନାଁ ଠିକ୍‌ ସମୟରେ ଅଳିଆ ଉଠୁଛି ନା ନାଳ ସଫା ହେଉଛି । ସେପଟେ ଗଛ କିଣାରେ ଦୁର୍ନିତୀର ଗନ୍ଧ ଜଣା ପଡ଼ୁଛି, କାରଣ ଗଛ କିଣାକୁ ନେଇ କୌଣସି ଟେଣ୍ଡର କରିବା ବଦଳରେ, ଛୋଟ ଛୋଟ ଦୋକାନୀଙ୍କ ଠାରୁ ଗଛ କିଣା ଯାଇଛି । କଟକର ଏକ ସଂସ୍ଥାକୁ ଫୁଲ ଗଛ ଦେବା ପାଇଁ ଚିଠି ଲେଖିବା ପରେ, ଏ ଘଟଣା ସାମ୍ନାକୁ ଆସିଛି । ହେଲେ ଏନେଇ ଏସ୍‌ଏମ୍‌ସି କମିଶନରଙ୍କ ପ୍ରତିକ୍ରିୟା ମିଲିପାରି ନାହିଁ ।   

ବାବୁଙ୍କ ଫୁଲ ପ୍ରୀତି । ଗଛ କିଣିବା ଆଳରେ ଲକ୍ଷ ଲକ୍ଷ ଟଙ୍କାର ଦୁର୍ନୀତି !

କନକ ବ୍ୟୁରୋ: ଆବର୍ଜନାରେ ଭର୍ତ୍ତି ସମ୍ୱଲପୁର ସହର। ସହର ସାରା ଅଳିଆ ପଡ଼ିଛି,ହେଲେ ବାବୁଙ୍କୁ ଘାରିଛି ବିଲ୍‌ଡିଂ ସଜେଇବା ନିଶା । ସମ୍ୱଲପୁର ମହାନଗର ନିଗମ ବିଲଡିଂକୁ ସଜେଇବା ପାଇଁ ଖର୍ଚ୍ଚ ହୋଇଛି ୨୪ ଲକ୍ଷ । ଯେଉଁଥିରେ ବ୍ୟାପକ ଦୁର୍ନିତୀର ଗନ୍ଧ ବାରିଛନ୍ତି ସହରବାସୀ । 

ସମ୍ୱଲପୁରର ଗଳି ଗଳିରେ ଅଳିଆ ଆବର୍ଜନା । ହେଲେ ଚିକ୍‌ଚିକ୍‌ କରୁଛି ସମ୍ୱଲପୁର ମହାନଗର ନିଗମ ଅଫିସ୍‌ । ସାରା ସହରକୁ ସଫା ରଖିବା ଦାଇତ୍ୱ କମିଶନରଙ୍କର, ହେଲେ ବାବୁ ଏବେ ବିଲ୍‌ଡିଂ ସଜେଇବା ନିଶାରେ । ୨୪ଲକ୍ଷ ଟଙ୍କା ଦେଇ କିଣାଯାଇଛି ଗଛ । କାର୍ଯ୍ୟାଳୟକୁ ପ୍ରବେଶ କଲେ ମନ ଖୁସି ହୋଇଯିବ । ଦୁଇ କଡ଼ରେ କୁଣ୍ଡରେ ଦାମୀ ଗଛସବୁ ସଜେଇ ହୋଇଛି। ଆଉ ଏସବୁ ଗଛର ଦାମ୍‌ ୧୧ଶହ ଉପରେ । ଯାହାକୁ ନାପସନ୍ଦ କରିବା ସହ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ସମ୍ୱଲପୁରବାସୀ । 
 
ମହାନଗର ନିଗମ ଗଠନର ୧୦ବର୍ଷ ପରେ ବି ସହରର ଅବସ୍ଥା ସୁଧୁରି ପାରିନି । ନାଁ ଠିକ୍‌ ସମୟରେ ଅଳିଆ ଉଠୁଛି ନା ନାଳ ସଫା ହେଉଛି । ସେପଟେ ଗଛ କିଣାରେ ଦୁର୍ନିତୀର ଗନ୍ଧ ଜଣା ପଡ଼ୁଛି, କାରଣ ଗଛ କିଣାକୁ ନେଇ କୌଣସି ଟେଣ୍ଡର କରିବା ବଦଳରେ, ଛୋଟ ଛୋଟ ଦୋକାନୀଙ୍କ ଠାରୁ ଗଛ କିଣା ଯାଇଛି । କଟକର ଏକ ସଂସ୍ଥାକୁ ଫୁଲ ଗଛ ଦେବା ପାଇଁ ଚିଠି ଲେଖିବା ପରେ, ଏ ଘଟଣା ସାମ୍ନାକୁ ଆସିଛି । ହେଲେ ଏନେଇ ଏସ୍‌ଏମ୍‌ସି କମିଶନରଙ୍କ ପ୍ରତିକ୍ରିୟା ମିଲିପାରି ନାହିଁ ।