ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ବିଜେଡିର ବିଜୟ ନିଶ୍ଚିତ: ଦେବାଶିଷ

କଟକ,୫।୨:(ଶିଳ୍ପା ପ୍ରିୟଦର୍ଶିନୀ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସମ୍ବଲପୁର ଗସ୍ତ କରିଥିଲେ। ତେବେ ଓଡ଼ିଶାରେ ଭାଜପା ସରକାର ଗଢ଼ିବାକୁ ମୋଦି ଗ୍ୟାରେଣ୍ଟି ପରି ଭାଜପା ନୂଆ ସ୍ଲୋଗାନ ଦେଇଥିବାବେଳେ ମଞ୍ଚ ଉପରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହାତ ମିଳାଇଥିଲେ। ଏହି ଫଟୋ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ ହୋଇଥିଲା। ଅନ୍ୟପଟେ କଂଗ୍ରେସ ରାଜ୍ୟ ପ୍ରଭାରୀ ଡ. ଅଜୟ କୁମାର ଶନିବାର ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ଆବାସିକ କାର୍ଯ୍ୟାଳୟକୁ ଆସି ବିଜେଡି ଓ ଭାଜପାର ସମ୍ପର୍କ […] The post ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ବିଜେଡିର ବିଜୟ ନିଶ୍ଚିତ: ଦେବାଶିଷ appeared first on Dharitri Odia News.

ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ବିଜେଡିର ବିଜୟ ନିଶ୍ଚିତ: ଦେବାଶିଷ

କଟକ,୫।୨:(ଶିଳ୍ପା ପ୍ରିୟଦର୍ଶିନୀ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ସମ୍ବଲପୁର ଗସ୍ତ କରିଥିଲେ। ତେବେ ଓଡ଼ିଶାରେ ଭାଜପା ସରକାର ଗଢ଼ିବାକୁ ମୋଦି ଗ୍ୟାରେଣ୍ଟି ପରି ଭାଜପା ନୂଆ ସ୍ଲୋଗାନ ଦେଇଥିବାବେଳେ ମଞ୍ଚ ଉପରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ହାତ ମିଳାଇଥିଲେ। ଏହି ଫଟୋ ସାମାଜିକ ଗଣମାଧ୍ୟମରେ ବେଶ୍‌ ଭାଇରାଲ ହୋଇଥିଲା। ଅନ୍ୟପଟେ କଂଗ୍ରେସ ରାଜ୍ୟ ପ୍ରଭାରୀ ଡ. ଅଜୟ କୁମାର ଶନିବାର ବାରବାଟୀ-କଟକ ବିଧାୟକ ଇଂ. ମହମ୍ମଦ ମୋକିମଙ୍କ ଆବାସିକ କାର୍ଯ୍ୟାଳୟକୁ ଆସି ବିଜେଡି ଓ ଭାଜପାର ସମ୍ପର୍କ ନେଇ ପ୍ରଶ୍ନ ଉଠାଇଥିଲେ। ବିଜେଡି ଓ ଭାଜପା ଉଭୟ ଦଳ କେବଳ ସାମ୍ନାରୁ ପ୍ରତିଦ୍ବନ୍ଦ୍ୱୀ ଭାବେ ପରସ୍ପରକୁ ଆକ୍ଷେପ କରୁଛନ୍ତି ନାଁ ବାସ୍ତବରେ ପରସ୍ପରର ପ୍ରତିଦ୍ବନ୍ଦୀ ସେ ନେଇ ସାଧାରଣରେ ପ୍ରଶ୍ନ ଉଠୁଛି। ଏପରିକି ଉଭୟ ଦଳର ସମ୍ପର୍କ କଂଗ୍ରେସକୁ ବିଜୟୀ କରାଇବ ଓ ଖାସ୍‌ କରି କଟକରେ କଂଗ୍ରେସର ପ୍ରଦର୍ଶନ ପୂର୍ବପରି ରହିବ ବୋଲି ପ୍ରଭାରୀ ଅଜୟ କୁମାର କହିଥିଲେ।

ବିଜେଡି ଜିଲା ସଭାପତି ଦେବାଶିଷ ସାମନ୍ତରାୟଙ୍କୁ ପଚାରିବାରୁ ସେ କହିଛନ୍ତି, ଭାଜପା ଯେକୌଣସି ପ୍ରକାରର ସ୍ଲୋଗାନ ଦେଲେ ଓଡିଶାବାସୀ ତାହାକୁ ସ୍ବୀକାର କରି ନାହାଁନ୍ତି, କି କରିବେ ନାହିଁ। ଗତ ନିର୍ବଚନ ସମୟରେ ମିଶନ ୧୨୦ କହିଥିଲେ, ହେଲେ ତାହା ୨୦ ଭଳିଆ ରହିଗଲେ। ଓଡ଼ିଶାବାସୀ କେବଳ ଗୋଟିଏ ସ୍ଲୋଗାନ ଜାଣିଛନ୍ତି, ତାହା ହେଉଛି ନବୀନ ମନ୍ତ୍ର, ଯାହାର ସୁବିଧା ଘରେ ଘରେ ଓଡ଼ିଶାବାସୀ ପାଉଛନ୍ତି ଏବଂ ସେଥିପାଇଁ ଆଜି ନବୀନ ଓଡ଼ିଶାରେ ପରିଣତ ହୋଇଛି। ଷଷ୍ଠ ଥର ପାଇଁ ନବୀନ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ହେବେ ଏବଂ ବିଜେଡି ୧୩୦ ବିଧାୟକ ସିଟ୍‌ ଜିତିବା ସୁନିଶ୍ଚିତ। ଅନ୍ୟପଟେ କଂଗ୍ରେସର ଯେଉଁ ଅଭିଯୋଗ ରହିଛି ତାହା ଭିତ୍ତିହୀନ। ଗୋଟିଏ ସରକାରୀ କାର୍ଯ୍ୟକ୍ରମରେ ଉଭୟ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ। ସେଠାରେ କୌଣସି ରାଜନୈତିକ ଟିପ୍ପଣୀ ଦେବା ଉଚିତ ନ ଥିଲା, ଯାହାକି ଉଭୟ କରି ଦେଖାଇଛନ୍ତି।

ଯେବେ ରାଜନୈତିକ ମଞ୍ଚରେ ଉଭୟ ରହିବେ ସେବେ ନିଜ ନିଜ ଶକ୍ତି ପ୍ରଦର୍ଶନ କରିବେ। ସରକାରୀ କାର୍ଯ୍ୟକ୍ରମକୁ ରାଜନୈତିକ ରୂପ ଦେବା କଂଗ୍ରେସ ପ୍ରତି ଶୋଭା ପାଉନି। ଏସବୁ ଯୋଗୁ କଂଗ୍ରେସର ସ୍ଥିତି ଓଡ଼ିଶାରେ ନାହିଁ ବୋଲି ସ୍ପଷ୍ଟ କରାଉଛି। ଅନ୍ୟପଟେ ନିର୍ବାଚନ ନେଇ ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ଏବଂ କଟକରେ ବିଜେଡି ଖୁବ ଭଲ ପ୍ରଦର୍ଶନ କରିବ ବୋଲି ଆଶା ଓ ବିଶ୍ୱାସ ରହିଛି ବୋଲି ଦେବାଶିଷ କହିଛନ୍ତି। ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ବିଜେଡିର ପ୍ରଥମେ କଂଗ୍ରେସ ଓ ପରେ ଭାଜପା ସହ ଲଢ଼େଇ ହେବ ବୋଲି ଦେବାଶିଷ ପ୍ରକାଶ କରିଛନ୍ତି।

The post ବାରବାଟୀ-କଟକ ନିର୍ବାଚନମଣ୍ଡଳୀରେ ବିଜେଡିର ବିଜୟ ନିଶ୍ଚିତ: ଦେବାଶିଷ appeared first on Dharitri Odia News.