ବାରବାଟୀ ଦିନିକିଆ: ଭାରତ ଆଗରେ ୩୦୫ ରନ୍ର ବିଶାଳ ଟାର୍ଗେଟ୍ ରଖିଲା ଇଂଲଣ୍ଡ
କଟକ,୯।୨: କଟକ ବାରବାଟୀ ଷ୍ଟାଡିୟମରେ ଚାଳିଛି ଭାରତ ଓ ଇଂଲଣ୍ଡ ମହାମୁକାବଲା। ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ର ରବିବାର ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୪୯.୫ ଓଭରରେ ଇଂଲଣ୍ଡ ସମସ୍ତ ଉଇକେଟ ହରାଇ ୩୦୪ ରନ୍ର ବିଶାଳ ସ୍କୋର ଛିଡା କରିଛି। ଫଳରେ ଭାରତ ଆଗରେ ୩୦୫ ରନ୍ର ଟର୍ଗେଟ୍ ରଖିଛି ଇଂଲଣ୍ଡ। ଇଂଲଣ୍ଡ ପାଇଁ ଫିଲିପ୍ ସଲ୍ଟ ଓ ବେନ ଡକେଟ ପାଳି ଆରମ୍ଭ କରିଥିଲେ। […] The post ବାରବାଟୀ ଦିନିକିଆ: ଭାରତ ଆଗରେ ୩୦୫ ରନ୍ର ବିଶାଳ ଟାର୍ଗେଟ୍ ରଖିଲା ଇଂଲଣ୍ଡ appeared first on Dharitri Odia News.
କଟକ,୯।୨: କଟକ ବାରବାଟୀ ଷ୍ଟାଡିୟମରେ ଚାଳିଛି ଭାରତ ଓ ଇଂଲଣ୍ଡ ମହାମୁକାବଲା। ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜ୍ର ରବିବାର ଦ୍ୱିତୀୟ ମ୍ୟାଚ୍ରେ ଇଂଲଣ୍ଡ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ୪୯.୫ ଓଭରରେ ଇଂଲଣ୍ଡ ସମସ୍ତ ଉଇକେଟ ହରାଇ ୩୦୪ ରନ୍ର ବିଶାଳ ସ୍କୋର ଛିଡା କରିଛି। ଫଳରେ ଭାରତ ଆଗରେ ୩୦୫ ରନ୍ର ଟର୍ଗେଟ୍ ରଖିଛି ଇଂଲଣ୍ଡ।
ଇଂଲଣ୍ଡ ପାଇଁ ଫିଲିପ୍ ସଲ୍ଟ ଓ ବେନ ଡକେଟ ପାଳି ଆରମ୍ଭ କରିଥିଲେ। ଉଭୟ ପ୍ରଥମ ଉଇକେଟ ପାଇଁ ୮୧ ରନ୍ର ଭାଗିଦାରୀ କରିଥିଲେ। ଫିଲିପ୍ ୨୯ଟି ବଲ ଖେଳି ୨ଟି ଚଉକା ଓ ଗୋଟିଏ ଛକା ବଳରେ ୨୬ ରନ୍ କରିଥିଲେ। ସେହିପରି ବେନ ଡକେଟ ୫୬ଟି ବଲ ଖେଳି ୧୦ଟି ଚଉକା ବଳରେ ୬୫ ରନ୍ କରିଥିଲେ। ବିସ୍ଫୋରକ ବ୍ୟାଟର ଜୋ ରୁଟ ୬୯ ରନ୍ କରିଥିଲେ। ସେ ୭୨ଟି ବଲ ଖେଳି ୬ଟି ଚଉକା ମାରିଥିଲେ।
ବ୍ୟାଟର ହେରି ବୁକ, ଜୋସ୍ ବଟଲର ଓ ଲିଆମ ଲିଭିଂଷ୍ଟୋନ ମଧ୍ୟ ସ୍କୋରକୁ ବଢାଇ ଦଳର ମଜଭୁତ ସ୍ଥିତିରେ ପହଞ୍ଚାଇଥିଲେ। ହେରି ବୁକ ୩୧ ରନ୍ କରିଥିଲେ। ସେ ୫୨ଟି ବଲ ଖେଳି ୩ଟି ଚଉକା ଏବଂ ଗୋଟିଏ ଛକା ମାରିଥିଲେ। ୩୫ଟି ବଲ ଖେଳି ୨ଟି ଚଉକା ସହାୟତାରେ ୩୪ ରନ କରିଥିଲେ ଜୋସ ବଟଲର। ଲିଆମ ଲିଭିଂଷ୍ଟୋନ୍ ୪୧ ରନ୍ କରିଥିଲେ। ସେ ୨ଟି ଚଉକା ଏବଂ ୨ଟି ଛକା ମାରିଥିଲେ।
ଇଂଲଣ୍ଡର ନିମ୍ନକ୍ରମର ଖେଳାଳି ଜେମି ଓଭର ଟର୍ନ ୬ ରନ୍ କରିଥିବା ବେଳେ ଗସ୍ ଆଟିକସନ ୩ ରନ୍ କରିଥିଳେ। ସେହିପରି ଆଦିଲ ରସିଦ ବ୍ୟକ୍ତିଗତ ଭାବେ ୧୪ ରନ୍ କରିଥିବା ବେଳେ ମାର୍କ ଉଡ ଖାତା ଖୋଲିପାରି ନ ଥିଲେ। ସାକିବ ମହମ୍ମଦ ଅପରାଜିତ ରହିଥିଲେ। ଭାରତର ବୋଲର ରବୀନ୍ଦ୍ର ଜାଜେଡା ସର୍ବାଧିକ ୩ଟି ଉଇକେଟ ନେଇଥିଲା ବେଳେ ମହମ୍ମଦ ସାମି, ହର୍ଷିତ ରାଣା, ହାର୍ଦ୍ଦିକ ପାଣ୍ଡା ଓ ବରୁଣ ଚକ୍ରବର୍ତ୍ତୀଙ୍କୁ ଗୋଟିଏ ଲେଖାଏଁ ଉଇକେଟ ମିଳିଥିଲା।
The post ବାରବାଟୀ ଦିନିକିଆ: ଭାରତ ଆଗରେ ୩୦୫ ରନ୍ର ବିଶାଳ ଟାର୍ଗେଟ୍ ରଖିଲା ଇଂଲଣ୍ଡ appeared first on Dharitri Odia News.