ବାରବାଟୀ ଷ୍ଟାଡିୟମରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା । ରାଜ୍ୟ ସରକାରଙ୍କୁ ଚିଠି ଲେଖିଲା ଅଗ୍ନିଶମ ବିଭାଗ

କନକ ବ୍ୟୁରୋ : ଫେବୃଆରୀ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ହେବ ହାଇଭୋଲଟେଜ୍‌ ମ୍ୟାଚ୍‌। ଏନେଇ ପ୍ରସ୍ତୁତ ହେଉଛି ବାରବାଟୀ, ମ୍ୟାଚକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଅଗ୍ନିଶମ ବିଭାଗର ଏଇ ଚିଠି ଭୟ ବଢ଼ାଇଛି। ଏଥିରେ ଉଲ୍ଲେଖ ରହିଛି ଯଦି ବାରବାଟୀରେ ନିଆଁ ଲାଗେ ଲିଭାଇବାର କିଛି ବ୍ୟବସ୍ଥା ନାହିଁ। ଏନେଇ ରାଜ୍ୟ ଅଲମ୍ପିକ୍ସ ଆସୋସିଏସନ୍‌କୁ ଅବଗତ କରାଯିବା ସତ୍ବେ, ଏବେ ଯାଏଁ ଷ୍ଟାଡିୟମରେ ସ୍ଥାୟୀ ଅଗ୍ନି ନିରାପତ୍ତା ବ୍ୟବସ୍ଥା ହେଇପାରିଲାନି। ମ୍ୟାଚ୍‌ ବେଳେ ୪୫ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବ। ତେଣୁ ସୁରକ୍ଷା ଦୃଷ୍ଟିରୁ ସ୍ଥାୟୀ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଇବା ନିହାତି ଆବଶ୍ୟକ ବୋଲି କହିଛନ୍ତି ଅବସରପ୍ରାପ୍ତ ଅଗ୍ନିଶମ ଅଧିକାରୀ। ବାରବାଟୀରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା  ନଥିବା ସଂପର୍କରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ହୋଇଥିଲା। ଏହାର ଶୁଣାଣୀ କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।  ଗୋଟିଏ ପଟେ ମ୍ୟାଚକୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢୁଛି, ଆଉ ଅନ୍ୟ ପଟେ ଏତେ ସଂଖ୍ୟକ ଦର୍ଶକଙ୍କ ସୁରକ୍ଷା ପାଇଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନରହିବା ନିଶ୍ଚୟ ଭାବେ ଚିନ୍ତା ଜନକ ବିଷୟ।  

ବାରବାଟୀ ଷ୍ଟାଡିୟମରେ ନାହିଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା । ରାଜ୍ୟ ସରକାରଙ୍କୁ ଚିଠି ଲେଖିଲା ଅଗ୍ନିଶମ ବିଭାଗ

କନକ ବ୍ୟୁରୋ : ଫେବୃଆରୀ ୯ ତାରିଖରେ ବାରବାଟୀ ଷ୍ଟାଡିୟମରେ ଭାରତ-ଇଂଲଣ୍ଡ ମଧ୍ୟରେ ହେବ ହାଇଭୋଲଟେଜ୍‌ ମ୍ୟାଚ୍‌। ଏନେଇ ପ୍ରସ୍ତୁତ ହେଉଛି ବାରବାଟୀ, ମ୍ୟାଚକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଅଗ୍ନିଶମ ବିଭାଗର ଏଇ ଚିଠି ଭୟ ବଢ଼ାଇଛି। ଏଥିରେ ଉଲ୍ଲେଖ ରହିଛି ଯଦି ବାରବାଟୀରେ ନିଆଁ ଲାଗେ ଲିଭାଇବାର କିଛି ବ୍ୟବସ୍ଥା ନାହିଁ। ଏନେଇ ରାଜ୍ୟ ଅଲମ୍ପିକ୍ସ ଆସୋସିଏସନ୍‌କୁ ଅବଗତ କରାଯିବା ସତ୍ବେ, ଏବେ ଯାଏଁ ଷ୍ଟାଡିୟମରେ ସ୍ଥାୟୀ ଅଗ୍ନି ନିରାପତ୍ତା ବ୍ୟବସ୍ଥା ହେଇପାରିଲାନି। ମ୍ୟାଚ୍‌ ବେଳେ ୪୫ ହଜାରରୁ ଅଧିକ ଲୋକଙ୍କ ସମାଗମ ହେବ। ତେଣୁ ସୁରକ୍ଷା ଦୃଷ୍ଟିରୁ ସ୍ଥାୟୀ ଅଗ୍ନି ନିରାପତ୍ତା ବ୍ୟବସ୍ଥା କରାଇବା ନିହାତି ଆବଶ୍ୟକ ବୋଲି କହିଛନ୍ତି ଅବସରପ୍ରାପ୍ତ ଅଗ୍ନିଶମ ଅଧିକାରୀ। ବାରବାଟୀରେ ଅଗ୍ନି ନିରାପତ୍ତା ବ୍ୟବସ୍ଥା  ନଥିବା ସଂପର୍କରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା ହୋଇଥିଲା। ଏହାର ଶୁଣାଣୀ କରି ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଆବଶ୍ୟକୀୟ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। 

ଗୋଟିଏ ପଟେ ମ୍ୟାଚକୁ ନେଇ ଲୋକଙ୍କ ମଧ୍ୟରେ ଉତ୍କଣ୍ଠା ବଢୁଛି, ଆଉ ଅନ୍ୟ ପଟେ ଏତେ ସଂଖ୍ୟକ ଦର୍ଶକଙ୍କ ସୁରକ୍ଷା ପାଇଁ ଅଗ୍ନି ନିରାପତ୍ତା ବ୍ୟବସ୍ଥା ନରହିବା ନିଶ୍ଚୟ ଭାବେ ଚିନ୍ତା ଜନକ ବିଷୟ।