ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍
ବ୍ରହ୍ମପୁର,୨୨ା୩(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦୌରାଜଜ୍ ରୂପଶ୍ରୀ ଚୌଧୁରୀ ଏକ ହତ୍ୟା ମାମଲାର ଶୁଣାଣି କରି ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଥିବାରୁ ସ୍ତ୍ରୀ’ ହତ୍ୟାକାରୀ ସ୍ବାମୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ସ୍ବାମୀ ନାରାୟଣ ସାହୁ(୪୫)ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି। ସୂଚନାନୁସାରେ, ଗଞ୍ଜାମ ଜିଲା ପାଟପୁର ଥାନା ଅନର୍ଗତ ଜୁରାଗାଁରେ ରହୁଥିବା ନାରାୟଣ ବିଭିନ୍ନ ସମୟରେ ସ୍ତ୍ରୀ ଜୟନ୍ତୀ ସାହୁଙ୍କ ସହିତ ଝଗଡ଼ା କରୁଥିଲେ। ୨୦୨୨ ଡିସେମ୍ବର ୧୭ ବିଳମ୍ବିତ ରାତିରେ […] The post ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍ appeared first on Dharitri Odia News.
ବ୍ରହ୍ମପୁର,୨୨ା୩(ସୁବାସ ଚନ୍ଦ୍ର ପାଢ଼ୀ): ଗଞ୍ଜାମ ଜିଲା ଦୌରାଜଜ୍ ରୂପଶ୍ରୀ ଚୌଧୁରୀ ଏକ ହତ୍ୟା ମାମଲାର ଶୁଣାଣି କରି ଆବଶ୍ୟକ ସାକ୍ଷ୍ୟ ପ୍ରମାଣ ଥିବାରୁ ସ୍ତ୍ରୀ’ ହତ୍ୟାକାରୀ ସ୍ବାମୀଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଦୋଷୀ ସାବ୍ୟସ୍ତ ହୋଇଥିବା ସ୍ବାମୀ ନାରାୟଣ ସାହୁ(୪୫)ଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି।
ସୂଚନାନୁସାରେ, ଗଞ୍ଜାମ ଜିଲା ପାଟପୁର ଥାନା ଅନର୍ଗତ ଜୁରାଗାଁରେ ରହୁଥିବା ନାରାୟଣ ବିଭିନ୍ନ ସମୟରେ ସ୍ତ୍ରୀ ଜୟନ୍ତୀ ସାହୁଙ୍କ ସହିତ ଝଗଡ଼ା କରୁଥିଲେ। ୨୦୨୨ ଡିସେମ୍ବର ୧୭ ବିଳମ୍ବିତ ରାତିରେ ପୁଣିଥରେ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିବା ବେଳେ ସ୍ବାମୀ ନାରାୟଣ ତାଙ୍କ ସ୍ତ୍ରୀ’ ଜୟନ୍ତୀଙ୍କ ତଣ୍ଟିଚିପି ହତ୍ୟା କରିଥିଲେ ବୋଲି ଅଭିଯୋଗ ହୋଇଥିଲା। ପୋଲିସ ନାରାୟଣ ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଜିଲା ଜଜ୍ ଶୁକ୍ରବାର ମାମଲାର ବିଚାରଣା କରି ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍ର ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ କ୍ୟାଡର୍ ପିପି ତ୍ରିଲୋଚନ ପରି ମୋକଦ୍ଦମା ପରିଚାଳନା କରିଥିଲେ।
The post ସ୍ତ୍ରୀ ହତ୍ୟାକାରୀଙ୍କୁ ଆଜୀବନ ଜେଲ୍ appeared first on Dharitri Odia News.