ବାରମ୍ବାର ଚୋରି, କାର୍ଯ୍ୟାନୁଷ୍ଠାନ ଦାବିରେ ରାସ୍ତା ଅବରୋଧ
କାମାକ୍ଷାନଗର : ତୁମୁସିଙ୍ଗା ଥାନା ଅଁଳାବେରେଣି ବଜାରରେ ବାରମ୍ବାର ଚୋରି ହେଉଥିବାବେଳେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବା ପ୍ରତିବାଦରେ ଦୋକାନୀ ମାନଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବିରେ କାମାକ୍ଷାନଗର ଢେଙ୍କାନାଳ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ଫଳରେ ଉଭୟ ଦିଗରେ ଗାଡି ସବୁ ଅଟକି ରହିଥିଲା । ଗତ କିଛି ଦିନ ହେବ ବିଳମ୍ବିତ ରାତିରେ ବଜାରରେ ଥିବା ବିଭିନ୍ନ ଦୋକାନରୁ ଚୋରି ହୋଇ ଚାଲିଛି।ଯାହାକୁ ନେଇ ସ୍ଥାନିୟ ବ୍ୟବସାୟୀ ମାନେ ପୁଲିସକୁ ଜଣାଇ ଥିଲେ ମଧ୍ୟ […]

କାମାକ୍ଷାନଗର : ତୁମୁସିଙ୍ଗା ଥାନା ଅଁଳାବେରେଣି ବଜାରରେ ବାରମ୍ବାର ଚୋରି ହେଉଥିବାବେଳେ କୌଣସି କାର୍ଯ୍ୟାନୁଷ୍ଠାନ ହେଉ ନଥିବା ପ୍ରତିବାଦରେ ଦୋକାନୀ ମାନଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଦାବିରେ କାମାକ୍ଷାନଗର ଢେଙ୍କାନାଳ ମୁଖ୍ୟ ରାସ୍ତାକୁ ଅବରୋଧ କରିଥିଲେ । ଫଳରେ ଉଭୟ ଦିଗରେ ଗାଡି ସବୁ ଅଟକି ରହିଥିଲା । ଗତ କିଛି ଦିନ ହେବ ବିଳମ୍ବିତ ରାତିରେ ବଜାରରେ ଥିବା ବିଭିନ୍ନ ଦୋକାନରୁ ଚୋରି ହୋଇ ଚାଲିଛି।ଯାହାକୁ ନେଇ ସ୍ଥାନିୟ ବ୍ୟବସାୟୀ ମାନେ ପୁଲିସକୁ ଜଣାଇ ଥିଲେ ମଧ୍ୟ କୈାଣସି ଚୋରକୁ ଧରାଗଲା ନାହିଁ। ଗତକାଲି ରାତିରେ ବଜାର ଥିବା ଏକ ସୁନା ଦୋକାନ ଓ ଗ୍ରୋସୋରି ଦୋକାନରୁ ଚୋରି ହୋଇଥିଲା।ତେବେ ବାରମ୍ବାର ଏହି ଭଳି ଭାବରେ ଚୋରି ସଂଖ୍ୟା ବଢିବା ଯୋଗୁ ବ୍ୟବସାୟୀମାନେ ଆଜି ରାସ୍ତା ଅବରୋଧ କରିଛନ୍ତି। ରାତିରେ ପେଟ୍ରୋଲିଙ୍ଗ କଡାକଡି ଭାବେ କରିବା ସହ ବଜାରେ ପୁଲିସ ମୂତୟନ କରିବା ସକାଶେ ଦାବି କରାଯାଇଛି । ଖବର ପାଇ ଘଟଣାସ୍ଥଳରେ କାମାକ୍ଷାନଗର ଉପଖଣ୍ଡ ଆରକ୍ଷୀ ଅଧିକାରୀ ଜ୍ଞାନ ରଞ୍ଜନ ମିଶ୍ର ସଦଳବଳେ ପହଞ୍ଚି ବ୍ୟବସାୟୀଙ୍କୁ ବୁଝାସୁଝା କରିବା ପରେ ରାସ୍ତା ଅବରୋଧ ପ୍ରତ୍ୟାହୃତ ହୋଇଥିଲା ।