ବାରହା ଶିକାର ଜାଲରେ ଫସି ଚାଲିଗଲା ଦମ୍ପତିଙ୍କ ଜୀବନ । ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ ।
କନକ ବ୍ୟୁରୋ: ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ଦମ୍ପତିଙ୍କ ଜୀବନ। ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ କୋରାପୁଟ ଗେରୁପୁଟ ଗାଁର ବଳରାମ ଗଲେଲ ଓ ବଲା ଗଲେଲ। ଜଙ୍ଗଲରେ ବାରହା ଶିକାର ପାଇଁ ବିଛା ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଉଭୟଙ୍କ ମୃତ୍ୟୁ ହୋଇଛି। ଦୁଇ ଜଣ ନନ୍ଦପୁର ହାଟପଦା ନିକଟରେ ଚା’ ଦୋକାନ କରନ୍ତି। ଗତକାଲି ସଂଧ୍ୟାରେ ଏମାନେ କାଠ ଆଣିବା ପାଇଁ ଜଙ୍ଗଲକୁ ଯାଇଥିଲେ । ହେଲେ ଦୀର୍ଘ ସମୟ ପର୍ଯ୍ୟନ୍ତ ନଫେରିବାରୁ ଗାଁ ଲୋକେ ଖୋଜାଖୋଜି କରିବା ପରେ ଜଙ୍ଗଲରେ ଦୁଇ ଜଣଙ୍କ ମୃତଦେହ ପଡ଼ିଥିବା ଦେଖିବାକୁ ପାଇଥିଲେ । ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି ।