ବାରାଣସୀର ଉଦୟ ପ୍ରତାପ କଲେଜ୍କୁ ୱାକ୍ଫ ସମ୍ପତ୍ତି ଦାବି କଲା ସୁନ୍ନି ସେଣ୍ଟ୍ରାଲ ୱାକ୍ଫ ବୋର୍ଡ
ବାରାଣସୀ: ବାରାଣସୀର ଉଦୟ ପ୍ରତାପ କଲେଜ୍ ଏବେ ବିବାଦରେ ଫସି ଯାଇଛି। ସୁନ୍ନି ସେଣ୍ଟ୍ରାଲ ୱାକ୍ଫ ବୋର୍ଡ ଦାବି କରିଛି, ଯେ କଲେଜ୍ କ୍ୟାମ୍ପସ ପରିସରରେ ଥିବା ମସଜିଦ୍ ଓ ଏହାର ଆଖପାଖ ଅଞ୍ଚଳ ୱାକ୍ଫବୋର୍ଡର ସମ୍ପତ୍ତି। ହେଲେ କଲେଜ ପ୍ରଶାସନ କିନ୍ତୁ ଏଭଳି ଦାବିକୁ ଖଣ୍ଡନ କରିଛନ୍ତି। ଏ ନେଇ ୨୦୧୮ରେ ୱାକ୍ଫ ବୋର୍ଡ ପକ୍ଷରୁ ଉଦୟ ପ୍ରତାପ କଲେଜ୍କୁ ଏକ ନୋଟିସ୍ ପଠା ଯାଇଥିଲା। ଏଥିରେ କୁହାଯାଇଥିଲା ଯେ କଲେଜ୍ କ୍ୟାମ୍ପସ ପରିସରରେ ଏକ ମସ୍ଜିଦ ରହିଛି, ଓ କଲେଜ୍ର ଜମି ୱାକ୍ଫ ବୋର୍ଡର। ଯାହାକୁ ଟୋଙ୍କର ନୱାବ ଦାନ କରିଥିଲେ। ତେଣୁ କଲେଜ୍ କ୍ୟାମ୍ପସ ହେଉଛି ୱାକ୍ଫ ସମ୍ପତ୍ତିର ବୋଲି ବୋର୍ଟ ନୋଟିସ୍ରେ କହିଥିବା କଲେଜ୍ କୁଳପତି ଡିକେ ସିଂହ କହିଛନ୍ତି। ଶ୍ରୀ ସିଂହ କହିଛନ୍ତି “ବାରାଣସୀ ବାସିନ୍ଦା ୱାସିମ ଅହମ୍ମଦ ଖାନଙ୍କଠାରୁ ଏହି ନୋଟିସ୍ ଆସିଥିଲା। ସେତେବେଳେ କଲେଜର ତତ୍କାଳୀନ ସେକ୍ରେଟେରି ନୋଟିସର ଜବାବ ଦେଇ କହିଥିଲେ ଯେ ମସଜିଦ ବେଆଇନ ଭାବେ ନିର୍ମିତ ହୋଇଥିଲା। କଲେଜର ସମ୍ପତ୍ତି ଟ୍ରଷ୍ଟର। ଏହାକୁ କିଣାଯାଇପାରିବ ନାହିଁ କି ବିକ୍ରି କରାଯାଇପାରିବ ନାହିଁ”। ୨୦୨୨ରେ ୱାକ୍ଫ ବୋର୍ଡ କଲେଜ୍ କ୍ୟାମ୍ପସରେ ମସଜିଦ ନିର୍ମାଣ କରିବାକୁ ଉଦ୍ୟମ କରିଥିଲେ। ହେଲେ କଲେଜ୍ କର୍ତ୍ତୃପକ୍ଷଙ୍କ ଅଭିଯୋଗ ପରେ ପୁଲିସ ଏହାକୁ ବନ୍ଦ କରିଥିଲା। ମସଜିଦ କଲେର ବିଜୁଳି ଚୋରି କରି ବେଆଇନ ଭାବେ ବ୍ୟବହାର କରୁଛି ବୋଲି ପ୍ରିନ୍ସପାଲ
ବାରାଣସୀ: ବାରାଣସୀର ଉଦୟ ପ୍ରତାପ କଲେଜ୍ ଏବେ ବିବାଦରେ ଫସି ଯାଇଛି। ସୁନ୍ନି ସେଣ୍ଟ୍ରାଲ ୱାକ୍ଫ ବୋର୍ଡ ଦାବି କରିଛି, ଯେ କଲେଜ୍ କ୍ୟାମ୍ପସ ପରିସରରେ ଥିବା ମସଜିଦ୍ ଓ ଏହାର ଆଖପାଖ ଅଞ୍ଚଳ ୱାକ୍ଫବୋର୍ଡର ସମ୍ପତ୍ତି। ହେଲେ କଲେଜ ପ୍ରଶାସନ କିନ୍ତୁ ଏଭଳି ଦାବିକୁ ଖଣ୍ଡନ କରିଛନ୍ତି।
ଏ ନେଇ ୨୦୧୮ରେ ୱାକ୍ଫ ବୋର୍ଡ ପକ୍ଷରୁ ଉଦୟ ପ୍ରତାପ କଲେଜ୍କୁ ଏକ ନୋଟିସ୍ ପଠା ଯାଇଥିଲା। ଏଥିରେ କୁହାଯାଇଥିଲା ଯେ କଲେଜ୍ କ୍ୟାମ୍ପସ ପରିସରରେ ଏକ ମସ୍ଜିଦ ରହିଛି, ଓ କଲେଜ୍ର ଜମି ୱାକ୍ଫ ବୋର୍ଡର। ଯାହାକୁ ଟୋଙ୍କର ନୱାବ ଦାନ କରିଥିଲେ। ତେଣୁ କଲେଜ୍ କ୍ୟାମ୍ପସ ହେଉଛି ୱାକ୍ଫ ସମ୍ପତ୍ତିର ବୋଲି ବୋର୍ଟ ନୋଟିସ୍ରେ କହିଥିବା କଲେଜ୍ କୁଳପତି ଡିକେ ସିଂହ କହିଛନ୍ତି।
ଶ୍ରୀ ସିଂହ କହିଛନ୍ତି “ବାରାଣସୀ ବାସିନ୍ଦା ୱାସିମ ଅହମ୍ମଦ ଖାନଙ୍କଠାରୁ ଏହି ନୋଟିସ୍ ଆସିଥିଲା। ସେତେବେଳେ କଲେଜର ତତ୍କାଳୀନ ସେକ୍ରେଟେରି ନୋଟିସର ଜବାବ ଦେଇ କହିଥିଲେ ଯେ ମସଜିଦ ବେଆଇନ ଭାବେ ନିର୍ମିତ ହୋଇଥିଲା। କଲେଜର ସମ୍ପତ୍ତି ଟ୍ରଷ୍ଟର। ଏହାକୁ କିଣାଯାଇପାରିବ ନାହିଁ କି ବିକ୍ରି କରାଯାଇପାରିବ ନାହିଁ”। ୨୦୨୨ରେ ୱାକ୍ଫ ବୋର୍ଡ କଲେଜ୍ କ୍ୟାମ୍ପସରେ ମସଜିଦ ନିର୍ମାଣ କରିବାକୁ ଉଦ୍ୟମ କରିଥିଲେ। ହେଲେ କଲେଜ୍ କର୍ତ୍ତୃପକ୍ଷଙ୍କ ଅଭିଯୋଗ ପରେ ପୁଲିସ ଏହାକୁ ବନ୍ଦ କରିଥିଲା। ମସଜିଦ କଲେର ବିଜୁଳି ଚୋରି କରି ବେଆଇନ ଭାବେ ବ୍ୟବହାର କରୁଛି ବୋଲି ପ୍ରିନ୍ସପାଲ ଅଭିଯୋଗ କରିଛନ୍ତି।
ତେବେ ମସଜିଦକୁ ନିୟମିତ ଆସୁଥିବା ମନୌର ରହମାନ କହିଛନ୍ତି ଯେ ମସଜିଦକୁ ଲାଗି କିଛି ଏକର ଜାଗା ୱାକ୍ଫବୋର୍ଡର। ତତ୍କାଳୀନ ଟୋଙ୍କ ନୱାବ ଏହାକୁ ବୋର୍ଡକୁ ଦାନ କରିଥିଲେ। ତେବେ କଲେଜ କର୍ତ୍ତୃପକ୍ଷଙ୍କ ସହ ଚୁକ୍ତି କରି ମସଜିଦକୁ ବିଜୁଳି ଅଣା ଯାଇଛି। ଆମ ପାଖରେ ପ୍ରମାଣ ବି ଅଛି। ଏଠି କୌଣସି ସମସ୍ୟା ନାହିଁ। ହେଲେ ଜାଣିଶୁଣି ସମସ୍ୟା ସୃଷ୍ଟି କରାଯାଉଛି। ଆମେ ଏହି ମସ୍ଜିଦ୍ରେ ଦୀର୍ଘ ଦିନ ହେବ ନମାଜ ପଢ଼ୁଛୁ ବୋଲି ମନୌର ରହମାନ କହିଛନ୍ତି।
ଉଦୟ ପ୍ରତାପ ସ୍ୱୟଂଶାସିତ ମହାବିଦ୍ୟାଳୟ ହେଉଛି ରାଜର୍ଶୀ ଉଦୟ ପ୍ରତାପ ସିଂହ ଜୁଦେଓଙ୍କ ପରିକଳ୍ପନା। ସେ ଏହି ଅଞ୍ଚଳର ସାଂସ୍କୃତି ମୂଲ୍ୟ ବୋଧ ସହ ଶିକ୍ଷାର ବିକାଶ ପାଇଁ ପ୍ରଥମେ ୧୯୦୯ରେ ହେୱେଟ୍ କ୍ଷେତ୍ରୀୟ ହାଇସ୍କୁଲର ସ୍ଥାପନା କରିଥିଲେ। ପର୍ଯ୍ୟାକ୍ରମେ ଏହାର ବିକାଶ ହୋଇ କଲେଜ୍ରେ ପରିଣତ ହୋଇଥିଲା।