ବାରିଗାଁରେ ପିଇବା ପାଣି ପାଇଁ ହାହାକାର
କେନ୍ଦୁଝର,୨୧।୫(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାଠବାରୀ ପଞ୍ଚାୟତ ବାରିଗାଁରେ ପିଇବା ପାଣି ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଗାଁରେ ବସୁଧା ଯୋଜନାରେ ପାଣିଟାଙ୍କି ନିର୍ମାଣ ହୋଇଥିଲେ ବି ଜଳ ଯୋଗାଣ ହେଉନି। ଫଳରେ ଗ୍ରାମବାସୀ ପୂର୍ବଭଳି ନାଳ ପାଣି ବ୍ୟବହାର କରୁଛନ୍ତି। ସୂଚନା ଅନୁଯାୟୀ, ଜିଲାର ସଦର ମହକୁମାଠାରୁ ବହୁ ଦୂରରେ ଅବସ୍ଥିତ ଉକ୍ତ ଗ୍ରାମରେ ପାଖାପାଖି ୧୨୦୦ଆଦିବାସୀ ବସବାସ କରୁଛନ୍ତି। ସବୁ ସରକାରୀ ଯୋଜନା ସହରତଳି ଅଞ୍ଚଳରେ ହେଉଥିବା ବେଳେ ଉକ୍ତ […] The post ବାରିଗାଁରେ ପିଇବା ପାଣି ପାଇଁ ହାହାକାର appeared first on Dharitri Odia News.
କେନ୍ଦୁଝର,୨୧।୫(ଦୀପକ ମିଶ୍ର/ନରେଶ ଚନ୍ଦ୍ର ପଟ୍ଟନାୟକ):କେନ୍ଦୁଝର ସଦର ବ୍ଲକ ଅନ୍ତର୍ଗତ କାଠବାରୀ ପଞ୍ଚାୟତ ବାରିଗାଁରେ ପିଇବା ପାଣି ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି। ଗାଁରେ ବସୁଧା ଯୋଜନାରେ ପାଣିଟାଙ୍କି ନିର୍ମାଣ ହୋଇଥିଲେ ବି ଜଳ ଯୋଗାଣ ହେଉନି। ଫଳରେ ଗ୍ରାମବାସୀ ପୂର୍ବଭଳି ନାଳ ପାଣି ବ୍ୟବହାର କରୁଛନ୍ତି।
ସୂଚନା ଅନୁଯାୟୀ, ଜିଲାର ସଦର ମହକୁମାଠାରୁ ବହୁ ଦୂରରେ ଅବସ୍ଥିତ ଉକ୍ତ ଗ୍ରାମରେ ପାଖାପାଖି ୧୨୦୦ଆଦିବାସୀ ବସବାସ କରୁଛନ୍ତି। ସବୁ ସରକାରୀ ଯୋଜନା ସହରତଳି ଅଞ୍ଚଳରେ ହେଉଥିବା ବେଳେ ଉକ୍ତ ଗ୍ରାମକୁ ଅବହେଳା କରାଯାଉଛି। ଗାଁ ଥିବା ନଳକୂପ ଖରାପ ହୋଇଯାଇଥିବାରୁ ଲୋକେ ଦୂଷିତ ନାଳ ପାଣି ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି। ଜଳ ସମସ୍ୟା ଉତ୍କଟ ରୂପ ଧାରଣ କରିଥିବା ବେଳେ ବସୁଧା ଯୋଜନାରେ ପାଇପ୍ ବିଛା ଯାଇଛି, ଓଭରହେଡ୍ ପାଣିଟାଙ୍କି ନିର୍ମାଣ ସରିଛି। ମାତ୍ର ପାଣିର ଦର୍ଶନ ନାହିଁ ବୋଲି ଗ୍ରାମବାସୀ କହିଛନ୍ତି। ଯୁବ ଓ ଶ୍ରମ ବିକାଶ ମଞ୍ଚର ଉପସଭାପତି ଜୟକୃଷ୍ଣ ନାଏକ ସମସ୍ୟା ସମ୍ପର୍କରେ ଜିଲା ପ୍ରଶାସନଙ୍କୁ ଅବଗତ କରିଛନ୍ତି। ତୁରନ୍ତ ପିଇବା ପାଣି ଯୋଗାଇବା ସହିତ ରାସ୍ତାର ଉନ୍ନତୀ ପାଇଁ ବିଭିନ୍ନ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମରେ ନିବେଦନ କରିଛନ୍ତି। ଗ୍ରାମବାସୀ ମଧ୍ୟ ଜଳ ଯୋଗାଣ ନିମନ୍ତେ ଜିଲାପାଳଙ୍କୁ ଅନୁରୋଧ କରିଛନ୍ତି।
The post ବାରିଗାଁରେ ପିଇବା ପାଣି ପାଇଁ ହାହାକାର appeared first on Dharitri Odia News.