ବାର୍ଡ ଫ୍ଲୁ ଚିହ୍ନଟ: ଡମଣଭୂମିରେ ପୋତାହେଲା ୨୪୬୯ କୁକୁଡ଼ା
ନିରାକାରପୁର,୨୬ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ବାର୍ଡ ଫ୍ଲୁ ଚିହ୍ନଟ ପରେ ଶନିବାର କୁକୁଡ଼ା ମରା ଅଭିଯାନ ତୃତୀୟ ଦିବସରେ ଖୋର୍ଦ୍ଧା ଜିଲା ଓଲସିଂହ ପଞ୍ଚାୟତ ଡମଣଭୂମିରେ ଥିବା ଏକ କୁକୁଡ଼ା ଫାର୍ମରୁ ୨୪୫୦ କୁକୁଡ଼ା ସମେତ ୧୯ ଟି ଦେଶୀ କୁକୁଡ଼ାକୁ ମରାଯାଇଛି। ତାହା ସହିତ ୪୯୨ କେଜି କୁକୁଡ଼ା ଦାନାକୁ ନଷ୍ଟ କରାଯାଇଛି। ଜେସିବି ଦ୍ୱାରା ଗାତ ଖୋଳାଯାଇ ସବୁ ପୋତା ଯାଇଛି। ତା’ ସହିତ ଉକ୍ତ ଅଞ୍ଚଳକୁ ବିଶୋଧନ କରାଯାଇଛି। ଆଜି ସୁଦ୍ଧା ଜଙ୍କିଆ ବାର୍ଡ […] The post ବାର୍ଡ ଫ୍ଲୁ ଚିହ୍ନଟ: ଡମଣଭୂମିରେ ପୋତାହେଲା ୨୪୬୯ କୁକୁଡ଼ା appeared first on Dharitri Odia News.
ନିରାକାରପୁର,୨୬ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ବାର୍ଡ ଫ୍ଲୁ ଚିହ୍ନଟ ପରେ ଶନିବାର କୁକୁଡ଼ା ମରା ଅଭିଯାନ ତୃତୀୟ ଦିବସରେ ଖୋର୍ଦ୍ଧା ଜିଲା ଓଲସିଂହ ପଞ୍ଚାୟତ ଡମଣଭୂମିରେ ଥିବା ଏକ କୁକୁଡ଼ା ଫାର୍ମରୁ ୨୪୫୦ କୁକୁଡ଼ା ସମେତ ୧୯ ଟି ଦେଶୀ କୁକୁଡ଼ାକୁ ମରାଯାଇଛି। ତାହା ସହିତ ୪୯୨ କେଜି କୁକୁଡ଼ା ଦାନାକୁ ନଷ୍ଟ କରାଯାଇଛି। ଜେସିବି ଦ୍ୱାରା ଗାତ ଖୋଳାଯାଇ ସବୁ ପୋତା ଯାଇଛି। ତା’ ସହିତ ଉକ୍ତ ଅଞ୍ଚଳକୁ ବିଶୋଧନ କରାଯାଇଛି। ଆଜି ସୁଦ୍ଧା ଜଙ୍କିଆ ବାର୍ଡ ଫ୍ଲୁ ଚିହ୍ନଟ ହେବା ପରେ ଜଙ୍କିଆ ସମେତ ଏହାର ଆଖ ପାଖ ଅଞ୍ଚଳରୁ ସମୁଦାୟ ୭୬୭୯ କୁକୁଡ଼ା ମରା ଯାଇଥିବାବେଳେ ସମୁଦାୟ ୨୫୯୨ କେଜି କୁକୁଡ଼ା ଦାନା ନଷ୍ଟ କରାଯିବା ପୋତା ଯାଇଥିବା ଜିଲା ପ୍ରାଣୀ ବିଭାଗ ତରଫରୁ ଜଣାପଡ଼ିଛି।
ସୂଚନାଯୋଗ୍ୟ, ଘଟଣା ଘଟିଥିବା ମୁଣ୍ଡାଆମ୍ବ ଅଞ୍ଚଳଠାରୁ ୧ କିଲୋମିଟର ମଧ୍ୟରେ କୌଣସି ଚିକେନ ଦୋକାନ ନ ଖୋଲିବା ସହିତ ବାହାର କୁକୁଡ଼ା ଏହି ଅଞ୍ଚଳକୁ କିମ୍ବା ଏଠାରୁ କୁକୁଡ଼ା ବାହାର ଅଞ୍ଚଳକୁ ନେଇ ବିକ୍ରି କରିବା ନିଷେଧ କରାଯାଇଛି। କିଛି ଦିନ ପାଇଁ କୁକୁଡ଼ା ମାଂସ ଜାତୀୟ ଖାଦ୍ୟ ନ ଖାଇବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ସେହିପରି ପ୍ରାଣୀ ଚିକିତ୍ସକ ଓ କର୍ମଚାରୀଙ୍କ ଏକ ଟିମ୍ କୁକୁଡ଼ା ଚାଷ ହେଉଥିବା ବିଭିନ୍ନ ଅଞ୍ଚଳକୁ ଯାଇ ଯାଞ୍ଚ ଆରମ୍ଭ କରିଛନ୍ତି। ଯେଉଁଠାରେ କୁକୁଡ଼ା ଅଛନ୍ତି ସେମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା କଥା ବୁଝିଛନ୍ତ। ଯଦି କୌଣସି କୁକୁଡ଼ା ଠାରେ ବାର୍ଡ ଫ୍ଲୁ ଗୁଣ ଦେଖିବାକୁ ମିଳୁଛି ତେବେ ତୁରନ୍ତ ଉକ୍ତ କୁକୁଡ଼ାଙ୍କୁ ମାରିବା ପାଇଁ ସେମାନଙ୍କୁ ଖବର ଦେବାକୁ ପରାମର୍ଶ ଦେଇଛନ୍ତି। ଆଜିର ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧାର ଡ. ମାନସ କୁମାର ଚାନ୍ଦ, ଡ.ରଶ୍ମୀକାନ୍ତ ପାଲଟାସିଂହ, ବୋଲଗଡ଼ର ଡ.ରାଜେଶ ସେଠୀ, ବେଗୁନିଆର ଡ. ବନ୍ଦିତା ବେହେରା ଓ ନାଚୁଣୀର ଡ. ଅମିତ୍ ବେହେରାଙ୍କ ସମେତ ବହୁ ପ୍ରାଣୀ କର୍ମଚାରୀ ଯୋଗଦେଇଥିଲେ।
The post ବାର୍ଡ ଫ୍ଲୁ ଚିହ୍ନଟ: ଡମଣଭୂମିରେ ପୋତାହେଲା ୨୪୬୯ କୁକୁଡ଼ା appeared first on Dharitri Odia News.