ମୋଦି ୩.୦ରେ ଦୁଇ ରତ୍ନ ନୀତୀଶ-ନାଇଡୁ, ବଜେଟରେ କାହା ଉପରେ ଅଧିକ ଟଙ୍କା ବର୍ଷା କଲେ ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ,୨୩।୭: କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇଛନ୍ତି। ତେବେ ଏନଡିଏ ସହଯୋଗୀ ଦଳରେ ନୀତୀଶ କୁମାରଙ୍କ ଜନତା ଦଳ (ୟୁନାଇଟେଡ) ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ପ୍ରମୁଖ ଦଳ ଭାବରେ ଉଭା ହୋଇଛି। ମୋଦି ୩.୦ ସରକାରଙ୍କ ପ୍ରଥମ ବଜେଟରେ ସରକାର ବିହାର ଏବଂ ଆନ୍ଧ୍ରପ୍ରଦେଶ ପାଇଁ ହଜାର କୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି। ସଂସଦରେ ବଜେଟ ଉପସ୍ଥାପନ କରୁଥିବାବେଳେ ନିର୍ମଳା ସୀତାରମଣ ବିହାର ପାଇଁ ୨୬ […] The post ମୋଦି ୩.୦ରେ ଦୁଇ ରତ୍ନ ନୀତୀଶ-ନାଇଡୁ, ବଜେଟରେ କାହା ଉପରେ ଅଧିକ ଟଙ୍କା ବର୍ଷା କଲେ ଅର୍ଥମନ୍ତ୍ରୀ appeared first on Dharitri Odia News.
ନୂଆଦିଲ୍ଲୀ,୨୩।୭: କ୍ରମାଗତ ତୃତୀୟ ଥର ପାଇଁ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇଛନ୍ତି। ତେବେ ଏନଡିଏ ସହଯୋଗୀ ଦଳରେ ନୀତୀଶ କୁମାରଙ୍କ ଜନତା ଦଳ (ୟୁନାଇଟେଡ) ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ତେଲୁଗୁ ଦେଶମ ପାର୍ଟି (ଟିଡିପି) ପ୍ରମୁଖ ଦଳ ଭାବରେ ଉଭା ହୋଇଛି। ମୋଦି ୩.୦ ସରକାରଙ୍କ ପ୍ରଥମ ବଜେଟରେ ସରକାର ବିହାର ଏବଂ ଆନ୍ଧ୍ରପ୍ରଦେଶ ପାଇଁ ହଜାର କୋଟି ଟଙ୍କା ସହାୟତା ଘୋଷଣା କରିଛନ୍ତି।
ସଂସଦରେ ବଜେଟ ଉପସ୍ଥାପନ କରୁଥିବାବେଳେ ନିର୍ମଳା ସୀତାରମଣ ବିହାର ପାଇଁ ୨୬ ହଜାର କୋଟି ଏବଂ ଆନ୍ଧ୍ରପ୍ରଦେଶ ପାଇଁ ୧୫ ହଜାର କୋଟି ଟଙ୍କା ଘୋଷଣା କରିଛନ୍ତି। ଆନ୍ଧ୍ରପ୍ରଦେଶ ପାଇଁ ଏହି ଘୋଷଣା କରି ଅର୍ଥମନ୍ତ୍ରୀ ସୀତାରମଣ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶ ଏବଂ ଏହାର କୃଷକମାନଙ୍କ ପାଇଁ ଏକ ଲାଇଫ ଲାଇନ ଭାବେ ବିବେଚନା କରାଯାଉଥିବା ପୋଲାଭାରାମ ଜଳସେଚନ ପ୍ରକଳ୍ପର ଅର୍ଥ ଏବଂ ଶୀଘ୍ର ସମାପ୍ତ କରିବାକୁ କେନ୍ଦ୍ରର ଏନଡିଏ ସରକାର ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଯାହା ଆନ୍ଧ୍ରପ୍ରଦେଶ ଏବଂ ଏହାର କୃଷକମାନଙ୍କ ପାଇଁ ଏକ ଲାଇଫ ଲାଇନ ଭାବରେ ବିବେଚନା କରାଯାଏ ।
ସେ କହିଛନ୍ତି, ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଆଇନରେ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ କରିବା ପାଇଁ ଆମ ସରକାର ମିଳିତ ଉଦ୍ୟମ କରିଛନ୍ତି। ଆମେ ରାଜ୍ୟ ରାଜଧାନୀର ଆବଶ୍ୟକତା ବୁଝୁଛୁ। ବହୁପକ୍ଷୀୟ ବିକାଶ ଏଜେନ୍ସି ମାଧ୍ୟମରେ ଆମେ ବିଶେଷ ଆର୍ଥିକ ସହାୟତାକୁ ସୁଗମ କରିବୁ । ଚଳିତ ଆର୍ଥିକ ବର୍ଷରେ ୧୫ ହଜାର କୋଟି ଟଙ୍କାର ବ୍ୟବସ୍ଥା କରାଯିବ ଏବଂ ଆସନ୍ତା ବର୍ଷରେ ଅତିରିକ୍ତ ରାଶି ପ୍ରଦାନ କରାଯିବ।
ଅର୍ଥମନ୍ତ୍ରୀ ସୀତାରମଣ ଆହୁରି ମଧ୍ୟ କହିଛନ୍ତି ଯେ, ଆନ୍ଧ୍ରପ୍ରଦେଶ ପୁନର୍ଗଠନ ଅଧିନିୟମ ଅନୁଯାୟୀ ଜଳ, ବିଦ୍ୟୁତ୍, ରେଳପଥ ଏବଂ ସଡ଼କ ଭଳି ଅତ୍ୟାବଶ୍ୟକ ଭିତ୍ତିଭୂମି ତଥା ଶିଳ୍ପ ଅଭିବୃଦ୍ଧି ପାଇଁ ଆନ୍ଧ୍ରପ୍ରଦେଶରେ ଅର୍ଥ ଉପଲବ୍ଧ ହେବ। ପଛୁଆ ଅଞ୍ଚଳ ପାଇଁ ମଧ୍ୟ ଅନୁଦାନ ପ୍ରଦାନ କରାଯିବ ।
ବିହାରର ବିଭିନ୍ନ ସଡକ ପ୍ରକଳ୍ପ ପାଇଁ ୨୬ ହଜାର କୋଟି ଟଙ୍କା ଘୋଷଣା କରାଯାଇଛି। ଅର୍ଥମନ୍ତ୍ରୀ କହିଛନ୍ତି ବହୁପକ୍ଷୀୟ ବିକାଶ ଏଜେନ୍ସି ସହାୟତାରେ ବିହାରକୁ ଆର୍ଥିକ ସହାୟତା ବ୍ୟବସ୍ଥା କରିବ। ସେ କହିଛନ୍ତି ଯେ ବିହାରରେ ସରକାର ବିମାନବନ୍ଦର, ମେଡିକାଲ କଲେଜ ଏବଂ କ୍ରୀଡା ସମ୍ବନ୍ଧୀୟ ଭିତ୍ତିଭୂମି ମଧ୍ୟ ପ୍ରତିଷ୍ଠା କରିବେ। ବିହାର, ଝାଡଖଣ୍ଡ, ପଶ୍ଚିମବଙ୍ଗ, ଓଡିଶା ଏବଂ ଆନ୍ଧ୍ରପ୍ରଦେଶର ବିକାଶ ପାଇଁ କେନ୍ଦ୍ର ପୂର୍ବୋଦୟ ଯୋଜନା ମଧ୍ୟ ଆଣିବେ।
The post ମୋଦି ୩.୦ରେ ଦୁଇ ରତ୍ନ ନୀତୀଶ-ନାଇଡୁ, ବଜେଟରେ କାହା ଉପରେ ଅଧିକ ଟଙ୍କା ବର୍ଷା କଲେ ଅର୍ଥମନ୍ତ୍ରୀ appeared first on Dharitri Odia News.