ବାର୍‌ରେ ନକଲି ମଦ ବିକ୍ରି : ଜେଲ୍ ଗଲେ ୫ ଅଭିଯୁକ୍ତ, ଏବେବି ମାଲିକ ଫେରାର

ସାଲେପୁର ୨୭।୯: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି SR ବାରରେ ନକଲି ମଦ ବିକ୍ରି ଘଟଣାରେ ଜିଲ୍ଲା ଅବକାରୀ ବିଭାଗ ଚଡାଉ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଭଦ୍ରେଶ୍ୱର ଥାନା ଅଞ୍ଚଳର ସୌମ୍ୟରଂଜନ ପ୍ରଧାନ, ଜଗନ୍ନାଥ ନାୟକ, ପବିତ୍ର ଜେନା, ଶ୍ରୀନିବାସ ପ୍ରଧାନ ଓ ମାହାଙ୍ଗା ଥାନା ଅଞ୍ଚଳର ଶରତ ଚନ୍ଦ୍ର ବାରିକ । ସୂଚନାଯୋଗ୍ୟ ଯେ, ନିଶ୍ଚିନ୍ତକୋଇଲି SR ବାର ଉପରେ କଟକ ଜିଲ୍ଲା ଅବକାରୀ ବିଭାଗର ୧୦ ଜଣିଆ ଟିମ ସହ  ସାଲେପୁର, ନିଶ୍ଚିନ୍ତକୋଇଲି, ମାହାଙ୍ଗା ଅବକାରୀ ବିଭାଗର ମିଳିତ ଚଢ଼ାଉ କରିଥିଲା । ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ  ୧୧ ଶହ ଲିଟର   ନକଲି ବିଦେଶୀ ମଦ, ୫ ହଜାରରୁ ଉର୍ଦ୍ଧ୍ବ ପ୍ଲାଷ୍ଟିକ କେଫ, ୯ ହଜାର ୪ ଶହ ପିସି ଇଏଲ୍ ଓ   ୩ଟି ସ୍କୁଟିକୁ   ଜବତ କରିଥିବା ଜିଲ୍ଲା ଅବକାରୀ ବିଭାଗ ଏସପି ସୂଚନା ଦେଇଛନ୍ତି । ସାଲେପୁର କୋର୍ଟରେ ହାଜର ହେବା ପରେ ବେଲ୍ ନାମଞ୍ଜୁର ହେବାରୁ ସାଲେପୁର ସବ୍ ଜେଲକୁ ପଠେଇ ଦିଆଯାଇଛି । ଏବେବି SR ବାର ମାଲିକ ଫେରାର ରହିଛନ୍ତି ।You Can Read:ଭରତପୁର ଥାନା ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ନିଲମ୍ବିତ ମହିଳା ପୋଲିସ ଅଧିକାରୀଙ୍କ ମା’

ବାର୍‌ରେ ନକଲି ମଦ ବିକ୍ରି : ଜେଲ୍ ଗଲେ ୫ ଅଭିଯୁକ୍ତ, ଏବେବି ମାଲିକ ଫେରାର

ସାଲେପୁର ୨୭।୯: କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି SR ବାରରେ ନକଲି ମଦ ବିକ୍ରି ଘଟଣାରେ ଜିଲ୍ଲା ଅବକାରୀ ବିଭାଗ ଚଡାଉ କରି ୫ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଭଦ୍ରେଶ୍ୱର ଥାନା ଅଞ୍ଚଳର ସୌମ୍ୟରଂଜନ ପ୍ରଧାନ, ଜଗନ୍ନାଥ ନାୟକ, ପବିତ୍ର ଜେନା, ଶ୍ରୀନିବାସ ପ୍ରଧାନ ଓ ମାହାଙ୍ଗା ଥାନା ଅଞ୍ଚଳର ଶରତ ଚନ୍ଦ୍ର ବାରିକ । ସୂଚନାଯୋଗ୍ୟ ଯେ, ନିଶ୍ଚିନ୍ତକୋଇଲି SR ବାର ଉପରେ କଟକ ଜିଲ୍ଲା ଅବକାରୀ ବିଭାଗର ୧୦ ଜଣିଆ ଟିମ ସହ  ସାଲେପୁର, ନିଶ୍ଚିନ୍ତକୋଇଲି, ମାହାଙ୍ଗା ଅବକାରୀ ବିଭାଗର ମିଳିତ ଚଢ଼ାଉ କରିଥିଲା । ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଏଥିସହ  ୧୧ ଶହ ଲିଟର   ନକଲି ବିଦେଶୀ ମଦ, ୫ ହଜାରରୁ ଉର୍ଦ୍ଧ୍ବ ପ୍ଲାଷ୍ଟିକ କେଫ, ୯ ହଜାର ୪ ଶହ ପିସି ଇଏଲ୍ ଓ   ୩ଟି ସ୍କୁଟିକୁ   ଜବତ କରିଥିବା ଜିଲ୍ଲା ଅବକାରୀ ବିଭାଗ ଏସପି ସୂଚନା ଦେଇଛନ୍ତି । ସାଲେପୁର କୋର୍ଟରେ ହାଜର ହେବା ପରେ ବେଲ୍ ନାମଞ୍ଜୁର ହେବାରୁ ସାଲେପୁର ସବ୍ ଜେଲକୁ ପଠେଇ ଦିଆଯାଇଛି । ଏବେବି SR ବାର ମାଲିକ ଫେରାର ରହିଛନ୍ତି ।

You Can Read:

ଭରତପୁର ଥାନା ମାମଲାରେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହେଲେ ନିଲମ୍ବିତ ମହିଳା ପୋଲିସ ଅଧିକାରୀଙ୍କ ମା’