ବାର୍‌ହା ଶିକାରକଲା ‘ଯମୁନା’

ବାରିପଦା,୨ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଏନ୍‌କ୍ଲୋଜରରେ ବୁଲୁଥିବା ମହାବଳ ବାଘୁଣୀ ‘ଯମୁନା’ ଶିକାର କରିବା ଆରମ୍ଭ କରିଛି ା ଏକ ବାର୍‌ହାକୁ ଶିକାର କରିବା ପରେ ଖାଇବା ଦେଖି ବନ ବିଭାଗର କର୍ମଚାରୀମାନେ ଖୁସି ପ୍ରକଟ କରିଛନ୍ତି। ଯମୁନା ଏବେ ସମ୍ପୂର୍ଣ୍ଣ ସୁସ୍ଥ ଓ ଚଳଚଞ୍ଚଳ ଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡା. ପ୍ରକାଶ ଚାନ୍ଦ ଗୋଗିନେନୀ ପ୍ରକାଶ କରିଛନ୍ତି। ଶିମିଳିପାଳରେ […] The post ବାର୍‌ହା ଶିକାରକଲା ‘ଯମୁନା’ appeared first on Dharitri Odia News.

ବାର୍‌ହା ଶିକାରକଲା ‘ଯମୁନା’

ବାରିପଦା,୨ା୧୧(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ଶିମିଳିପାଳ ଅଭୟାରଣ୍ୟ ଏନ୍‌କ୍ଲୋଜରରେ ବୁଲୁଥିବା ମହାବଳ ବାଘୁଣୀ ‘ଯମୁନା’ ଶିକାର କରିବା ଆରମ୍ଭ କରିଛି ା ଏକ ବାର୍‌ହାକୁ ଶିକାର କରିବା ପରେ ଖାଇବା ଦେଖି ବନ ବିଭାଗର କର୍ମଚାରୀମାନେ ଖୁସି ପ୍ରକଟ କରିଛନ୍ତି। ଯମୁନା ଏବେ ସମ୍ପୂର୍ଣ୍ଣ ସୁସ୍ଥ ଓ ଚଳଚଞ୍ଚଳ ଥିବା ନେଇ ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର କ୍ଷେତ୍ର ନିର୍ଦ୍ଦେଶକ ତଥା ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ଡା. ପ୍ରକାଶ ଚାନ୍ଦ ଗୋଗିନେନୀ ପ୍ରକାଶ କରିଛନ୍ତି।
ଶିମିଳିପାଳରେ ବାଘ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ମହାରାଷ୍ଟ୍ର ରାଜ୍ୟ ତଡ଼ବା ଅନ୍ଧାରୀ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରୁ ଏକ ମହାବଳ ବାଘୁଣୀ ଯମୁନାକୁ ଗତ୨୭ ତାରିଖରେ ଅଣାଯାଇଥିଲା। ବନ ବିଭାଗର ତାମିଲପ୍ରାପ୍ତ ଏକ ଟିମ୍‌ ମହାରାଷ୍ଟ୍ର ଗସ୍ତକରି ୨ବର୍ଷ ୭ମାସର ଏହି ବାଘୁଣୀକୁ ଏକ ସ୍ବତନ୍ତ୍ର ଗାଡ଼ି ଯୋଗେ ଦୀର୍ଘ ୯୦୦ କି.ମି. ପଥ ଅତିକ୍ରମକରି ଆଣିଥିଲେ। ପରେ ଶିମିଳିପାଳ ଅଭୟାରଣ୍ୟ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଉତ୍ତର ଡିଭିଜନର କବାଟଘାଇ ରେଞ୍ଜ ଅଞ୍ଚଳର ଏକ ଅସ୍ଥାୟୀ ଏନ୍‌କ୍ଲୋଜରରେ ରଖାଯାଇ ତା’ର ଗତିବିଧି ନିରୀକ୍ଷଣ କରାଯାଉଛି। ‘ଯମୁନା’ ଦେହରେ ଲାଗିଥିବା ରେଡିଓ କଲାର ମାଧ୍ୟମରେ ତା’ର ଗତିବିଧି ଉପରେ ନଜର ରଖାଯାଇଛି। ଯମୁନା ଖାଦ୍ୟ ଗ୍ରହଣ ସହିତ ପାଣି ପିଇବା ପରେ ବନ ବିଭାଗ ଆଶ୍ୱସ୍ତି ଲାଭ କରିଛି। ଶିକାର କରିବା ପାଇଁ ସେ ରହୁଥିବା ଏନ୍‌କ୍ଲୋଜର ମଧ୍ୟରେ ବୁଧବାର ଏକ ବାର୍‌ହାକୁ ଛଡ଼ାଯାଇଥିଲା। ଉକ୍ତ ବାର୍‌ହାକୁ ଯମୁନା ଶିକାରକରି ଖାଇଥିଲା। ବନ ବିଭାଗର ଏହି ମିଶନ ସଫଳ ହୋଇଥିବା ବେଳେ ଅନ୍ୟ ଏକ ବାଘୁଣୀକୁ ଅଣାଯିବା ନେଇ ପ୍ରସ୍ତୁତି ଆରମ୍ଭ ହୋଇଛି।
ଉଲ୍ଲେଖଯୋଗ୍ୟ, ବାଘୁଣୀ ଯମୁନାକୁ ଟ୍ରାଙ୍କୁଲାଇଜକରି ଏକ ଯନ୍ତାରେ ଆଣିବା ପରେ କର୍ମଚାରୀଙ୍କୁ ଦେଖି ସେ ଭୟଭୀତ ହୋଇପଡ଼ିଥିଲା। ତେବେ ବାର୍‌ହା ଶିକାର ପରେ ତା’ର ହିଂସ୍ର ପ୍ରକୃତି ଫେରିଥିବାରୁ ତାକୁ ଖୁବ୍‌ ଶୀଘ୍ର ଗୁଡୁଗୁଡ଼ିଆ ରେଞ୍ଜର କୋର ଅଞ୍ଚଳରେ ଛଡ଼ାଯିବ ବୋଲି ଡା.ଗୋଗିନେନୀ କହିଛନ୍ତି। କୋର୍‌ ଅଞ୍ଚଳରେ ଛଡ଼ାଯିବା ପରେ ଏକ୍ସପର୍ଟମାନେ ତା’ର ଗତିବିଧି ଉପରେ ନଜର ରଖିବେ। ଏଥିପାଇଁ ୨ଜଣ ଅଧିକାରୀ ନିୟୋଜିତ ହୋଇଛନ୍ତି। ଆର୍‌ସିସିଏଫ୍‌ ଡ. ଗୋଗିନେନୀ ଓ ସ୍ବାସ୍ଥ୍ୟ ବିଭାଗର ଡାକ୍ତରଙ୍କ ତଦାରଖରେ ତିନୋଟି ଟିମ୍‌ ପ୍ରସ୍ତୁତ କରାଯାଇଛି। ପାହାଡ଼ିଆ ଦୁର୍ଗମ ଅଞ୍ଚଳ ପାଇଁ ହାତୀର ସାହାଯ୍ୟ ନିଆଯାଇପାରେ ବୋଲି ଡ.ଗୋଗିନେନୀ କହିଛନ୍ତି। ଗୋଟିଏ ଟିମ୍‌ ୨୪ ଘଣ୍ଟା ଦାୟିତ୍ୱରେ ରହିବା ପରେ ଅନ୍ୟ ଏକ ଟିମ୍‌ ଦାୟିତ୍ୱ ଗ୍ରହଣ କରିବେ। ୧୨୦୦ ବର୍ଗ କି.ମି. ପରିସରରେ ଥିବା ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପରେ ନୂତନ ଅତିଥି ‘ଯମୁନା’ ବଂଶବୃଦ୍ଧି କରିବାରେ ସହାୟକ ହେବା ନେଇ ବନ ବିଭାଗ ଆଶା ପ୍ରକଟ କରିଛି।

The post ବାର୍‌ହା ଶିକାରକଲା ‘ଯମୁନା’ appeared first on Dharitri Odia News.