ବାଲାଂଦେଶରୁ ଲୋକ ନିଖୋଜ ହେବା ପଛରେ ଶେଖ ହାସିନାଙ୍କ ହାତ !

ନନ୍ଦିଘୋଷ ବ୍ୟୁରୋ: ବାଲାଂଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ତାଙ୍କର ବରିଷ୍ଠ ସେନା ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ... The post ବାଲାଂଦେଶରୁ ଲୋକ ନିଖୋଜ ହେବା ପଛରେ ଶେଖ ହାସିନାଙ୍କ ହାତ ! appeared first on .

ବାଲାଂଦେଶରୁ ଲୋକ ନିଖୋଜ ହେବା ପଛରେ ଶେଖ ହାସିନାଙ୍କ ହାତ !

ନନ୍ଦିଘୋଷ ବ୍ୟୁରୋ: ବାଲାଂଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ତାଙ୍କର ବରିଷ୍ଠ ସେନା ଅଧିକାରୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିଛନ୍ତି ବାଂଲାଦେଶର ଅନ୍ତରୀଣ ସରକାରଙ୍କ ତଦନ୍ତ କମିଶନ ଆୟୋଗ । ଦେଶରୁ ଲୋକଙ୍କୁ ଗାଏବ ପଛରେ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା ଏବଂ ବରିଷ୍ଠ ସେନା ଅଧିକାରୀଙ୍କ ହାତ ଥିବା ପ୍ରମାଣ ମିଳିଛି । ତଦନ୍ତ କମିଶନ ଆୟୋଗର ପାଞ୍ଚ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ ,ବାଲାଂଦେଶରୁ ଲୋକ ଲଗାତାର ନିଖୋଜ ହେବାରେ ଲାଗିଛନ୍ତି । ଯେବେ ଘଟଣାର ସଠିକ୍ ଯାଞ୍ଚ କରାଗଲା ଜଣାପଡିଲା ଯେ ବାଲାଂଦେଶରୁ ଲୋକ ନିଖୋଜ ହେବା ଘଟଣାରେ ଶେଖ୍ ହାସିନା, ବରିଷ୍ଠ ପୋଲିସ୍ ଅଧିକାରୀ ଏବଂ ସେନା ଅଧିକାରୀ ସାମିଲ୍ ଅଛନ୍ତି।

ଯାଞ୍ଚ ଆୟୋଗ ଏକ ରିପୋର୍ଟରୁ ଜଣାପଡିଛି ଯେ ,ବାଲାଂଦେଶରୁ ୩୫୦୦ରୁ ଅଧିକ ଲୋକ ଜବରଦସ୍ତ ନିଖୋଜ ହୋଇଛନ୍ତି । ଏହି ରିପୋର୍ଟ ବାଲାଂଦେଶର  କାମଚଳା ପ୍ରଧାନମନ୍ତ୍ରୀ ମହମ୍ମଦ ୟୁନୁସଙ୍କର ପରାମର୍ଶଦାତାଙ୍କୁ ପଠାଯାଇଛି ।  ଆୟୋଗ ଅନୁସାରେ ଏହି ଘଟଣା ସରକାରୀ ଅଧିକାରୀ ମିଳିମିଶି କରିଥିବା ଜଣାପଡିଛି  ।

ଯାଞ୍ଚ ଆୟୋଗର ତାଙ୍କ ରିପୋର୍ଟରେ ଲେଖିଛନ୍ତି ଯେ , ଏହି ମାମଲାରେ ଶେଖ ହାସିନାଙ୍କ କିଛି ବରିଷ୍ଠ ପରାମର୍ଶଦାତା ଏବଂ ଅଧିକାରୀ ସାମିଲ୍ ଥିଲେ  । ଏହା ଭିତରୁ ପ୍ରମୁଖ ଅଛନ୍ତି ପ୍ରତିରକ୍ଷା ପରାମର୍ଶଦାତା ମେଜର ଜେନେରାଲ୍ ତାରିକ୍ ଅହମ୍ମଦ ସିଦ୍ଦିକୀ ,ବହିଷ୍କୃତ ମେଜର ଜେନେରାଲ୍ ଜିୟାଉଲ୍ ଅହସାନନ୍ଦ ଏବଂ ବରିଷ୍ଠ ପୋଲିସ୍ ଅଧିକାରୀ ମୋନିରୁଲ୍ ଇସଲାମ୍ । ରିପୋର୍ଟ ଆଧାରରେ,ଏହି ସବୁ ଅଧିକାରୀଙ୍କ ଷଡଯନ୍ତ୍ର ପଛରେ ହାତ ଥିଲା । ତେଣୁ ଏହି ସବୁ ଅଧିକାରୀ ମାନେ ଡରି ବିଦେଶ ପଳେଇଛନ୍ତି  ।

ଯାଞ୍ଚ କମିଶନର ଅଧ୍ୟକ୍ଷ ସୁପ୍ରିମକୋର୍ଟର ନ୍ୟାୟଧୀଶ ମେନୁଲ୍ ଇସଲାମ୍ ଚୌଧୁରୀ କହିଛନ୍ତି  ତଦନ୍ତ ବେଳେ ଏହା ସ୍ପଷ୍ଟ ହୋଇଛି ଯେ,ଏହି ଗାଏବ ପଛରେ ବ୍ୟବସ୍ଥିତ ପ୍ଲାନ୍ ରହିଥିଲା । ଯାହାକୁ କି ସରକାର ଜାଣିଶୁଣି ଅଣଦେଖା କରିଥିଲେ । ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ , ପୋଲିସର ରାପିଡ୍ ଆକ୍ସନ ବାଟାଲିୟନ୍ ଲୋକଙ୍କୁ ଉଠେଇନେଇ ନିର୍ଯ୍ୟାତନା ଦେବାରେ ମୁଖ୍ୟ ଭୂମିକା ରହିଛି ।

The post ବାଲାଂଦେଶରୁ ଲୋକ ନିଖୋଜ ହେବା ପଛରେ ଶେଖ ହାସିନାଙ୍କ ହାତ ! appeared first on .