ବାଲି ବୋଝେଇ ହାଇଓ୍ବା ଧକ୍କାରେ ମୋପେଡ ଚାଳକଙ୍କ ଜୀବନ ଗଲା

ହିଞ୍ଜିଳିକାଟୁ,୧୫ା୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଚୈତନ୍ୟପଡ଼ା ନିକଟରେ ଏକ ନଦୀ ବାଲି ବୋଝେଇ ହାଇଓ୍ବା ଧକ୍କାରେ ଜଣେ ମୋପେଡ ଚାଳକଙ୍କ ଜୀବନ ଯାଇଛି। ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ଚୈତନ୍ୟପଡ଼ା ଗ୍ରାମର ଗଙ୍ଗା ଦାସ (୩୦)। ବୁଧବାର ସକାଳେ ହାଇଓ୍ବାଟି (ଓଡି ୦୭ ଏଏ ୨୫୬୯) ବାଲି ବୋଝେଇ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ସେହି ସମୟରେ ଗଙ୍ଗା ତାଙ୍କ ଗାଡ଼ି (ଓଡି୦୭ ଓ୍ବାଇ ୦୦୭୨)ରେ ଗୋପୀନାଥପୁର ଗ୍ରାମରୁ ଚୈତନ୍ୟପଡ଼ା ଫେରୁଥିଲେ। ୫୯ ନଂ […] The post ବାଲି ବୋଝେଇ ହାଇଓ୍ବା ଧକ୍କାରେ ମୋପେଡ ଚାଳକଙ୍କ ଜୀବନ ଗଲା appeared first on Dharitri Odia News.

ବାଲି ବୋଝେଇ ହାଇଓ୍ବା ଧକ୍କାରେ ମୋପେଡ ଚାଳକଙ୍କ ଜୀବନ ଗଲା

ହିଞ୍ଜିଳିକାଟୁ,୧୫ା୧(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଚୈତନ୍ୟପଡ଼ା ନିକଟରେ ଏକ ନଦୀ ବାଲି ବୋଝେଇ ହାଇଓ୍ବା ଧକ୍କାରେ ଜଣେ ମୋପେଡ ଚାଳକଙ୍କ ଜୀବନ ଯାଇଛି। ମୃତକ ଜଣଙ୍କ ହେଲେ ହିଞ୍ଜିଳି ଥାନା ଚୈତନ୍ୟପଡ଼ା ଗ୍ରାମର ଗଙ୍ଗା ଦାସ (୩୦)। ବୁଧବାର ସକାଳେ ହାଇଓ୍ବାଟି (ଓଡି ୦୭ ଏଏ ୨୫୬୯) ବାଲି ବୋଝେଇ ବ୍ରହ୍ମପୁର ଅଭିମୁଖେ ଯାଉଥିଲା। ସେହି ସମୟରେ ଗଙ୍ଗା ତାଙ୍କ ଗାଡ଼ି (ଓଡି୦୭ ଓ୍ବାଇ ୦୦୭୨)ରେ ଗୋପୀନାଥପୁର ଗ୍ରାମରୁ ଚୈତନ୍ୟପଡ଼ା ଫେରୁଥିଲେ। ୫୯ ନଂ ଜାତୀୟ ରାଜପଥ ଉପରେ ହାଇଓ୍ବାଟି ମୋପେଡକୁ ଧକ୍କା ଦେଇଥିଲା। ଦୁର୍ଘଟଣାରେ ମୋପେଡ ଚାଳକ ଗୁରୁତର ହୋଇଥିଲେ। ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଦୁର୍ଘଟଣା ପରେ ହାଇଓ୍ବା ଚାଳକ ଗାଡ଼ି ସହ ବ୍ରହ୍ମପୁର ସଦର ଥାନାରେ ଆତ୍ମସମର୍ପଣ କରିଥିଲେ। ଖବର ପାଇ ହିଞ୍ଜିଳି ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୋପେଡ ଓ ବାଲି ବୋଝେଇ ହାଇଓ୍ବାକୁ ଜବତ କରିବା ସହ ହାଇଓ୍ବା ଚାଳକଙ୍କୁ ଗିରଫ କରିଛି। ମୃତଦେହକୁ ବ୍ରହ୍ମପୁର ବଡ଼ ମେଡିକାଲରେ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ହିଞ୍ଜିଳି ଥାନାରେ ଏକ ମାମଲା ରୁଜୁ କରି ପୋଲିସ ଘଟଣାର ତଦନ୍ତ ଚଳାଇଛି।

The post ବାଲି ବୋଝେଇ ହାଇଓ୍ବା ଧକ୍କାରେ ମୋପେଡ ଚାଳକଙ୍କ ଜୀବନ ଗଲା appeared first on Dharitri Odia News.