ବାଲିଗୁଡ଼ାରେ ରାବଣପୋଡ଼ି: ଆତସବାଜିରେ କମ୍ପିଲା ମିନିଷ୍ଟାଡିୟମ
ବାଲିଗୁଡ଼ା,୧୩ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ। ବିଜୟା ଦଶମୀ ଅବସରରେ ଚାରିଆଡ଼େ ପାର୍ବଣର ମାହୋଲ ଚାଲିଥିବା ବେଳେ କନ୍ଧମାଳ ଜିଲା ବାଲିଗୁଡ଼ାର ବିଭିନ୍ନ ପୂଜାମଣ୍ଡପ, ଶକ୍ତିପୀଠରେ ମହାମାୟୀଙ୍କ ପୂଜାର୍ଚ୍ଚନା ମହାଆଡ଼ମ୍ବରରେ ପାଳିତ ହୋଇ ଉଦ୍ଯାପିତ ହୋଇଯାଇଛି। ବିଜୟା ଦଶମୀ ଅବସରରେ ମା’ ପାଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରାବଣ ପୋଡ଼ି ସ୍ଥାନୀୟ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି ଲଳିତ କୁମାର ପାତ୍ର ଓ […] The post ବାଲିଗୁଡ଼ାରେ ରାବଣପୋଡ଼ି: ଆତସବାଜିରେ କମ୍ପିଲା ମିନିଷ୍ଟାଡିୟମ appeared first on Dharitri Odia News.
ବାଲିଗୁଡ଼ା,୧୩ା୧୦(ସଞ୍ଜୟ କୁମାର ପାଣିଗ୍ରାହୀ): ଅସତ୍ୟ ଉପରେ ସତ୍ୟର ବିଜୟ, ଅଧର୍ମ ଉପରେ ଧର୍ମର ବିଜୟ। ବିଜୟା ଦଶମୀ ଅବସରରେ ଚାରିଆଡ଼େ ପାର୍ବଣର ମାହୋଲ ଚାଲିଥିବା ବେଳେ କନ୍ଧମାଳ ଜିଲା ବାଲିଗୁଡ଼ାର ବିଭିନ୍ନ ପୂଜାମଣ୍ଡପ, ଶକ୍ତିପୀଠରେ ମହାମାୟୀଙ୍କ ପୂଜାର୍ଚ୍ଚନା ମହାଆଡ଼ମ୍ବରରେ ପାଳିତ ହୋଇ ଉଦ୍ଯାପିତ ହୋଇଯାଇଛି। ବିଜୟା ଦଶମୀ ଅବସରରେ ମା’ ପାଟ୍ଟଖଣ୍ଡା ଦୁର୍ଗାପୂଜା ସମିତି ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ରାବଣ ପୋଡ଼ି ସ୍ଥାନୀୟ ମିନି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି। କମିଟିର ସଭାପତି ଲଳିତ କୁମାର ପାତ୍ର ଓ ସମ୍ପାଦକ ଶିବରାମ ପ୍ରଧାନୀଙ୍କ ନେତୃତ୍ୱରେ ଆୟୋଜିତ ରାବଣ ପୋଡ଼ି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବାଲିଗୁଡ଼ା ବ୍ଲକ ବିଜେଡି ସଭାପତି ଟୁନା ଦାସ ଯୋଗଦେଇ ରାମ ବାଣରେ ଅଗ୍ନି ସଂଯୋଗ କରିଥିଲେ। ମୁଖ୍ୟ ଅତିଥି ଟୁନା ଦାସଙ୍କୁ ରାଜକୀୟ ସମ୍ମାନର ସହିତ ପାଛୋଟି ଆଣିଥିଲେ ଦୁର୍ଗାପୂଜା କମିଟିର ସଦସ୍ୟଗଣ। ପାରମ୍ପରିକ ଢୋଲ, ନିଶାନ, ମହୁରୀର ତାଳେ ତାଳେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଜଣାଇଥିଲେ ସଭାପତି ଲଳିତ କୁମାର ପାତ୍ର ଓ ସମ୍ପାଦକ ଶିବରାମ ପ୍ରଧାନୀ। ରାବଣ ପୋଡ଼ି ବେଳେ ଆତସବାଜିରେ ପ୍ରକମ୍ପିତ ହୋଇଥିଲା ମିନି ଷ୍ଟାଡିୟମ ସମେତ ବାଲିଗୁଡ଼ା ସହର। ପରେ ପରେ ଭୁବନେଶ୍ୱରରୁ ଆସିଥିବା କଳାକାରମାନଙ୍କ ଦ୍ୱାରା ମେଲୋଡ଼ି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ସୂଚନାଯୋଗ୍ୟ, ଶବ୍ଦ ପ୍ରଦୂଷଣ ଓ ଷ୍ଟାଡିୟମ୍ରେ ଯାତ୍ରା ଅlୟୋଜନ ନେଇ ବାଲିଗୁଡ଼ାର ପ୍ରତିଭାବାନ କ୍ରୀଡ଼ାବିତ୍ମାନେ ତୀବ୍ର ବିରୋଧ କରିଥିଲେ।
The post ବାଲିଗୁଡ଼ାରେ ରାବଣପୋଡ଼ି: ଆତସବାଜିରେ କମ୍ପିଲା ମିନିଷ୍ଟାଡିୟମ appeared first on Dharitri Odia News.