ବାଲିଗୁଡାରେ ଶ୍ରୀରାମ ନବମୀ ମହା ସମାରୋହରେ ପାଳିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ସହ ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସର ସହିତ ଶ୍ରୀରାମ ନବମୀ ମହା ସମାରୋହରେ ପାଳିତ ହୋଇଯାଇଛି । ପବିତ୍ର ରାମ ନବମୀ ଅବସରରେ ସମଗ୍ର ଅଞ୍ଚଳ ଗୈରିକମୟ ସାଙ୍ଗକୁ ମନ୍ଦିର ପରିସର ରେ ଜୟ ଶ୍ରୀରାମ ଧ୍ୱନି ମଧ୍ୟରେ ଉତ୍ସବ ମୁଖର ହେବା ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି l ପାଟଖଣ୍ଡା ମନ୍ଦିର ପରିସରରେ ଥିବା ପ୍ରଭୁ ଶ୍ରୀରାମଙ୍କ ପରମଭକ୍ତ ହନୁମାନଙ୍କ ପ୍ରତିମୂର୍ତ୍ତି, ରାମେଶ୍ୱର […] The post ବାଲିଗୁଡାରେ ଶ୍ରୀରାମ ନବମୀ ମହା ସମାରୋହରେ ପାଳିତ appeared first on Odisha.News.

ବାଲିଗୁଡାରେ ଶ୍ରୀରାମ ନବମୀ ମହା ସମାରୋହରେ ପାଳିତ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ସହର ସହ ପୁରପଲ୍ଲୀରେ ଆନନ୍ଦ ଉଲ୍ଲାସର ସହିତ ଶ୍ରୀରାମ ନବମୀ ମହା ସମାରୋହରେ ପାଳିତ ହୋଇଯାଇଛି । ପବିତ୍ର ରାମ ନବମୀ ଅବସରରେ ସମଗ୍ର ଅଞ୍ଚଳ ଗୈରିକମୟ ସାଙ୍ଗକୁ ମନ୍ଦିର ପରିସର ରେ ଜୟ ଶ୍ରୀରାମ ଧ୍ୱନି ମଧ୍ୟରେ ଉତ୍ସବ ମୁଖର ହେବା ସହ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି କରିଛି l ପାଟଖଣ୍ଡା ମନ୍ଦିର ପରିସରରେ ଥିବା ପ୍ରଭୁ ଶ୍ରୀରାମଙ୍କ ପରମଭକ୍ତ ହନୁମାନଙ୍କ ପ୍ରତିମୂର୍ତ୍ତି, ରାମେଶ୍ୱର ମନ୍ଦିର ନିକଟରେ, ଏବଂ ସବ ଜେଲ ନିକଟରେ ଥିବା ହନୁମାନ ମନ୍ଦିର ଠାରେ ସକାଳୁ ପୂଜକ ରୀତିନୀତି ଅନୁଯାୟୀ ପୂଜାପାଠ, ହୋମଯଜ୍ଞ ୧୦୮ ହନୁମାନ ଚାଳିସା ଓ ଶ୍ରୀରାମ ଚାଳିଶା ଏବଂ ଶ୍ରୀରାମ ଚରିତ ମାନସ ପାଠ କରିବା ସହ ବିଭିନ୍ନ ବ୍ୟକ୍ତି ବିଶେଷ ଙ୍କ ଦ୍ୱାରା ହନୁମାନ ଚାଳିସା ଓ ଶ୍ରୀରାମ ଚାଳିଶା ବହି ବଣ୍ଟନ କରାଯାଇଥିଲା। ବିଭିନ୍ନ ମନ୍ଦିର ପରିଚାଳନା କମିଟି ତରଫରୁ ପଣା ଭୋଗ ଲାଗି କରିବା ପରେ ଲୋକଙ୍କୁ ବଣ୍ଟନ କରିଥିଲେ ଓ ମଧ୍ୟାହ୍ନ ରେ ଅର୍ଣ୍ଣ ଭୋଗ ବଣ୍ଟନ କରିଥିଲେ । ସେହିପରି ଗ୍ରାମରେ ଥିବା ସମସ୍ତ ହନୁମାନ ମନ୍ଦିର ବ୍ୟତୀତ ଶିବମନ୍ଦିର, ଜଗନ୍ନାଥ ମନ୍ଦିର, ପାଟଖଣ୍ଡା ମନ୍ଦିର, ଦୁର୍ଗା ମନ୍ଦିର ଓ ସମସ୍ତ ଦେବାଦେବୀ ପୀଠରେ ସ୍ବତନ୍ତ ଉତ୍ସବ ସାଙ୍ଗକୁ ରୀତିନୀତି ଅନୁଯାୟୀ ପୂଜା ପାଠ କରାଯାଇଛି।ଭକ୍ତ ମାନେ ସମସ୍ତ ଦେବାଦେବୀ ଦର୍ଶନ କରିଥିଲେ । ସକାଳେ ଓ ସନ୍ଧ୍ୟାରେ ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ, ସ୍ୱେଚ୍ଛାସେବୀ ଅନୁଷ୍ଠାନ ତରଫରୁ ପଣା ଭୋଗ କରି ବଣ୍ଟନ କରିଛନ୍ତି। ସେହିପରି ବାଲିଗୁଡାରେ ନବ ନିର୍ମିତ ଶ୍ରୀରାମ ମନ୍ଦିର ପାଇଁ ଶିଳାନ୍ୟାସ ହୋଇଥିବା ସ୍ଥାନରେ ମଧ୍ୟ ଶ୍ରୀରାମ ନବମୀ ପାଳନ ସହ ୧୦୮ ହନୁମାନ ଚାଳିଶା ଓ ଶ୍ରୀରାମ ଚାଳିଶା ଓ ଶ୍ରୀରାମ ଚରିତ ମାନସ ପଠନ ହୋଇଥିଲା l ଏହି ପବିତ୍ର ଦିବସ ଅବସରରେ ସତ୍ୟ ଧର୍ମ ଓ ନ୍ୟାୟରେ ଚାଲିବା ପାଇଁ ସମସ୍ତେ ପ୍ରେରଣା ପାଇଥାନ୍ତି। ପୁରୁଷୋତମ ପ୍ରଭୁ ଶ୍ରୀରାମ ଚନ୍ଦ୍ରଙ୍କ ସମ୍ପୂର୍ଣ୍ଣ ଜୀବନ ମାନବ ଜାତି ପାଇଁ ଉତ୍ସଗୀକୃତ ଥିବା ବେଳେ ଆଜିର ଏହି ନବମୀ ଅବସରରେ ଏକ ସୁସଜ୍ଜିତ ଭବ୍ୟ ରଥ ସହ କୁନି କୁନି କଳାକାର ମାନେ ବିଭିନ୍ନ ବେଶ ରେ ସଜ୍ଜିତ ହୋଇ ସମଗ୍ର ସହରରେ ଜୟ ଶ୍ରୀରାମ ନାରା ଏବଂ ଶୁଭଶଙ୍ଖର ତାଳେ ତାଳେ ଜୟ ଶ୍ରୀରାମ ଏବଂ ଜୟ ହନୁମାନ ଲେଖା ସମ୍ବଳିତ ପତାକା ଧରି ଶ୍ରୀରାମ ଭକ୍ତ ମାନେ ଏହି ଯାତ୍ରାରେ ପରିଭ୍ରମଣ କରିଥିଲେ। ଏହି ପବିତ୍ର ରଥ ସହ ଶତାଧିକ ରାମ ଭକ୍ତ ମାନେ ସାମିଲ ଥିଲେ।

The post ବାଲିଗୁଡାରେ ଶ୍ରୀରାମ ନବମୀ ମହା ସମାରୋହରେ ପାଳିତ appeared first on Odisha.News.