ବାଲିମାଫିଆଙ୍କ ଆତଙ୍କରାଜ; ଆଇଆଇସିଙ୍କୁ ମାଡ଼ ମାରିବା ସହ ଭାଙ୍ଗିଲେ ଥାନା ଗାଡ଼ି
କନକ ବ୍ୟୁରୋ : ଆଇଆଇସିଙ୍କୁ ବାଲି ମାଫିଆଙ୍କ ଆକ୍ରମଣ । ଆଇଆଇସିଙ୍କୁ ମାଡ଼ ମାରିବା ପରେ ଭାଙ୍ଗିଲେ ଥାନା ଗାଡ଼ି । ମାଫିଆଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଥାନା ଅଧିକାରୀ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଂଚଳରେ । କପ୍ତିପଦା ଥାନା ଅଧିକାରୀ ପ୍ରକାଶ ରଥ ଆଜି ସକାଳେ ଡାହିସାହି ଅଞ୍ଚଳରେ ବେଆଇନ ଭାବେ ରଖାଯାଇଥିବା ବାଲି ଜବତ କରିବାକୁ ଯାଇଥିଲେ । ଏହି ସମୟରେ ଆଇଆଇସି ସେଠାରେ ପହଞ୍ଚି ବାଲି କାହାର ଏବଂ କିଏ ରଖିଛି ବୋଲି ପଚାରିଥିଲେ । ଆଉ ଏହା ପରେ ଉତକ୍ଷିପ୍ତ ହୋଇ ମାଫିଆ ଏବଂ ତାଙ୍କ ସ୍ତ୍ରୀଙ୍କ ସମେତ ୫ରୁ ଅଧିକ ମହିଳା ମିଶି ଥାନା ଅଧିକାରୀଙ୍କୁ ଆକ୍ରମଣ କରିଛନ୍ତି । ଥାନା ଅଧିକାରୀଙ୍କୁ ପଥର ମାଡ଼ କରିବା ସହିତ ଥାନା ଗାଡିକୁ ଭଙ୍ଗାରୁଜା କରିଛନ୍ତି । ପଥର ମାଡ଼ କରି ଥାନା ଗାଡି କାଚ ଭାଙ୍ଗି ଦେଇଛନ୍ତି ମାଫିଆ । ଅନ୍ୟପଟେ ଥାନା ଅଧିକାରୀ ଆକ୍ରମଣରେ ତାଙ୍କ ବେକ, ପିଠିରେ ଗଭୀର ଆଘାତ ଲାଗିଛି । ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଆଇଆଇସି । ମାଫିଆମାନେ ପୋଲିସକୁ ଖାତିର ନକରି ଆକ୍ରମଣ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

କନକ ବ୍ୟୁରୋ : ଆଇଆଇସିଙ୍କୁ ବାଲି ମାଫିଆଙ୍କ ଆକ୍ରମଣ । ଆଇଆଇସିଙ୍କୁ ମାଡ଼ ମାରିବା ପରେ ଭାଙ୍ଗିଲେ ଥାନା ଗାଡ଼ି । ମାଫିଆଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଛନ୍ତି ଥାନା ଅଧିକାରୀ । ଏଭଳି ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା କପ୍ତିପଦା ଥାନା ଅଂଚଳରେ ।
କପ୍ତିପଦା ଥାନା ଅଧିକାରୀ ପ୍ରକାଶ ରଥ ଆଜି ସକାଳେ ଡାହିସାହି ଅଞ୍ଚଳରେ ବେଆଇନ ଭାବେ ରଖାଯାଇଥିବା ବାଲି ଜବତ କରିବାକୁ ଯାଇଥିଲେ । ଏହି ସମୟରେ ଆଇଆଇସି ସେଠାରେ ପହଞ୍ଚି ବାଲି କାହାର ଏବଂ କିଏ ରଖିଛି ବୋଲି ପଚାରିଥିଲେ । ଆଉ ଏହା ପରେ ଉତକ୍ଷିପ୍ତ ହୋଇ ମାଫିଆ ଏବଂ ତାଙ୍କ ସ୍ତ୍ରୀଙ୍କ ସମେତ ୫ରୁ ଅଧିକ ମହିଳା ମିଶି ଥାନା ଅଧିକାରୀଙ୍କୁ ଆକ୍ରମଣ କରିଛନ୍ତି ।
ଥାନା ଅଧିକାରୀଙ୍କୁ ପଥର ମାଡ଼ କରିବା ସହିତ ଥାନା ଗାଡିକୁ ଭଙ୍ଗାରୁଜା କରିଛନ୍ତି । ପଥର ମାଡ଼ କରି ଥାନା ଗାଡି କାଚ ଭାଙ୍ଗି ଦେଇଛନ୍ତି ମାଫିଆ । ଅନ୍ୟପଟେ ଥାନା ଅଧିକାରୀ ଆକ୍ରମଣରେ ତାଙ୍କ ବେକ, ପିଠିରେ ଗଭୀର ଆଘାତ ଲାଗିଛି । ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ଆଇଆଇସି । ମାଫିଆମାନେ ପୋଲିସକୁ ଖାତିର ନକରି ଆକ୍ରମଣ କରିବା ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।