ବାଲିଯାତ୍ରାରେ ମୋ ପସନ୍ଦ ଟିକେ ରୁହନ୍ତୁ, ଯେଉଁଠି ଅଟକି ଯାଏ ପାଦ
କଟକ 21/11: ମହାନଦୀ ପଠାରେ ଚାଲିଛି ବାଲିଯାତ୍ରା। ଲକ୍ଷଲକ୍ଷ ଲୋକଙ୍କ ସମାଗମ୍ ଦେଖିବାକୁ ମିଳୁଛି। ରଙ୍ଗବେରଙ୍ଗ ଲାଇଟ୍ ସହ ଓଲିଉଡ୍ ଓ ବଲିଉଡ୍ କାର୍ଯ୍ୟକ୍ରମରେ କମ୍ପୁଛି ପଡ଼ିଆ। ଭେରାଇଟି ଷ୍ଟଲ୍ କୁ ନେଇ ବିଭିନ୍ନ ପ୍ରକାରର ଦୋଳି ବାନ୍ଧି ରଖିଛି ଦର୍ଶକଙ୍କୁ। ତେବେ ଏସବୁ ଭିତରେ ସବୁଠୁ ବଡ଼ କଥା ହେଉଛି ଖାଇବା। ସେଥିପାଇଁ ତ ସବୁ ଗୋଟେପଟେ ଖାଇବା ଗୋଟେ ପଟେ। ବାଲିଯାତ୍ରା ସେ ସୁଯୋଗକୁ କେମିତି ବା ହାତଛଡ଼ା କରିବ। ବାଲିଯାତ୍ରାରେ ଭଳି କି ଭଳି ଖାଇବା ଷ୍ଟଲ୍। ଚାଟ୍ ଠୁ ନେଇ ଗୁପୁଚୁପ୍, ଚାଉମିନ୍, ଆଇସକ୍ରିମ୍, ଚିକେନ୍ ମଟନ୍, ଚୁଙ୍ଗୁଡ଼ିର ଭେରାଇଟ୍ ଆଇଟମ୍। ଅନ୍ୟପଟେ ଦହିବରା ଠୁଙ୍କା ପୁରୀଠୁ ନେଇ ପିଠାର ପସରା। ଏସବୁ ଭିତରେ ସବୁଠୁ ଅଧିକ ଭିଡ଼ ଜମିଛି ଓରମାସ୍ ଷ୍ଟଲରେ। ଯେଉଁଠି ବିଭିନ୍ନ ଭେରାଇଟି ତଥା ବିଭିନ୍ନ ସ୍ଥାନର ଫେମସ୍ ଫୁଡ୍ ରହିଛି। ଯେମିତି କି କେନ୍ଦ୍ରାପଡ଼ା ରସାବଳୀ, ଚିକେନ୍ ପତ୍ରପୋଡ଼ା, ବାଲେଶ୍ୱର ଫେମସ୍ ମଟନ୍ ମୁଢ଼ି। ମୋମୋ ଠୁ ନେଇ ସମୋସା ଓ ବରା ଆଲୁକଷା ପର୍ଯ୍ୟନ୍ତ। ଏମିତିରେ ତ ପ୍ରତ୍ୟେକ ଫୁଡ୍ ଷ୍ଟଲରେ ଜମୁଛି ଲୋକଙ୍କ ଭିଡ଼। କିନ୍ତୁ ଗୋଟିଏ ଷ୍ଟଲ ପାଖରେ ବାରମ୍ବାର ଅଟକି ଯାଏ ପାଦ। କାହିଁକିନା ଏହି ଷ୍ଟଲ୍ ର ନାଁ ମୋ ପସନ୍ଦ ଟିକେ ରୁହନ୍ତୁ। ଏମିତି ଏକ ନିଆରା ଷ୍ଟଲ ଦେଖିବାକୁ ମିଳିଛି ବାଲିଯାତ୍ରାରେ। ଯେଉଁଠି ମିଳୁଛି ଓଡ଼ିଆଙ୍କ ପସନ୍ଦର ଖାଦ୍ୟ। ସେମିତି କେଉଁଠି ଦାର୍ଜେଲିଂ ମୋ
କଟକ 21/11: ମହାନଦୀ ପଠାରେ ଚାଲିଛି ବାଲିଯାତ୍ରା। ଲକ୍ଷଲକ୍ଷ ଲୋକଙ୍କ ସମାଗମ୍ ଦେଖିବାକୁ ମିଳୁଛି। ରଙ୍ଗବେରଙ୍ଗ ଲାଇଟ୍ ସହ ଓଲିଉଡ୍ ଓ ବଲିଉଡ୍ କାର୍ଯ୍ୟକ୍ରମରେ କମ୍ପୁଛି ପଡ଼ିଆ। ଭେରାଇଟି ଷ୍ଟଲ୍ କୁ ନେଇ ବିଭିନ୍ନ ପ୍ରକାରର ଦୋଳି ବାନ୍ଧି ରଖିଛି ଦର୍ଶକଙ୍କୁ। ତେବେ ଏସବୁ ଭିତରେ ସବୁଠୁ ବଡ଼ କଥା ହେଉଛି ଖାଇବା। ସେଥିପାଇଁ ତ ସବୁ ଗୋଟେପଟେ ଖାଇବା ଗୋଟେ ପଟେ। ବାଲିଯାତ୍ରା ସେ ସୁଯୋଗକୁ କେମିତି ବା ହାତଛଡ଼ା କରିବ। ବାଲିଯାତ୍ରାରେ ଭଳି କି ଭଳି ଖାଇବା ଷ୍ଟଲ୍। ଚାଟ୍ ଠୁ ନେଇ ଗୁପୁଚୁପ୍, ଚାଉମିନ୍, ଆଇସକ୍ରିମ୍, ଚିକେନ୍ ମଟନ୍, ଚୁଙ୍ଗୁଡ଼ିର ଭେରାଇଟ୍ ଆଇଟମ୍। ଅନ୍ୟପଟେ ଦହିବରା ଠୁଙ୍କା ପୁରୀଠୁ ନେଇ ପିଠାର ପସରା।
ଏସବୁ ଭିତରେ ସବୁଠୁ ଅଧିକ ଭିଡ଼ ଜମିଛି ଓରମାସ୍ ଷ୍ଟଲରେ। ଯେଉଁଠି ବିଭିନ୍ନ ଭେରାଇଟି ତଥା ବିଭିନ୍ନ ସ୍ଥାନର ଫେମସ୍ ଫୁଡ୍ ରହିଛି। ଯେମିତି କି କେନ୍ଦ୍ରାପଡ଼ା ରସାବଳୀ, ଚିକେନ୍ ପତ୍ରପୋଡ଼ା, ବାଲେଶ୍ୱର ଫେମସ୍ ମଟନ୍ ମୁଢ଼ି। ମୋମୋ ଠୁ ନେଇ ସମୋସା ଓ ବରା ଆଲୁକଷା ପର୍ଯ୍ୟନ୍ତ। ଏମିତିରେ ତ ପ୍ରତ୍ୟେକ ଫୁଡ୍ ଷ୍ଟଲରେ ଜମୁଛି ଲୋକଙ୍କ ଭିଡ଼। କିନ୍ତୁ ଗୋଟିଏ ଷ୍ଟଲ ପାଖରେ ବାରମ୍ବାର ଅଟକି ଯାଏ ପାଦ। କାହିଁକିନା ଏହି ଷ୍ଟଲ୍ ର ନାଁ ମୋ ପସନ୍ଦ ଟିକେ ରୁହନ୍ତୁ। ଏମିତି ଏକ ନିଆରା ଷ୍ଟଲ ଦେଖିବାକୁ ମିଳିଛି ବାଲିଯାତ୍ରାରେ। ଯେଉଁଠି ମିଳୁଛି ଓଡ଼ିଆଙ୍କ ପସନ୍ଦର ଖାଦ୍ୟ। ସେମିତି କେଉଁଠି ଦାର୍ଜେଲିଂ ମୋମୋ ମିଳୁଛି ତ ଆଉ କେଉଁଠି ମିଳୁଛି 20 ପ୍ରକାରର ସମୋସା। ଯାହାର ନାଁ ରହିଛି ସମୋସା କିଙ୍ଗ୍। ଏସବୁ ଚଟପଟା ଖାଦ୍ୟର ଭରପୁର ମଜା ନେଇଛନ୍ତି ପିଲାଠୁ ନେଇ ବୟସ୍କ। ସେଇଥିପାଇଁ ତ ବାଲିଯାତ୍ରା ଖାସ୍ ।
Also Read- ଷଣ୍ଢ ଲଢେଇ ବେଳେ ଅଘଟଣ, ଆକ୍ରମଣରେ ଦୁଇ ଯୁବତୀ ଆହତ