ବାଲେଶ୍ବର ପରେ ସୁନ୍ଦରଗଡ଼... ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ଫେଭର ମାଗୁଛନ୍ତି ମୁଖ୍ୟ ଚିକିତ୍ସାଳୟର କିରାଣୀ !
ସୁନ୍ଦରଗଡ଼: ଫେଭର ମାଗିବା ଓ ବିଭିନ୍ନ ଉପାୟରେ ହଇରାଣ କରିବାକୁ ନେଇ ଆତ୍ମହତ୍ୟା କରିଥିଲେ ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀ। ଘଟଣା ଯେତିକି ଚାଞ୍ଚଲ୍ୟକର ଥିଲା ସେତିକି ସମ୍ବେଦନଶୀଳ ମଧ୍ୟ। ଘଟଣାରେ ଏବେବି କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଥିବାବେଳେ, ଏବେ ଫେଭର ମାଗିବାକୁ ନେଇ ସମାନ ଘଟଣା ସାମ୍ନାକୁ ଆସିଛି ସୁନ୍ଦରଗଡ଼ରେ। ଅଭିଯୋଗ ହୋଇଛି ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟର ଜଣେ ବରିଷ୍ଠ କିରାଣୀ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଥିବା ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ଚାକିରିରେ ପ୍ରମୋଶନ ପାଇଁ ମାଗୁଛନ୍ତି ଫେଭର। ଖାଲି ସେତିକି ନୁହେଁ କରୁଥିବା ମହିଳା ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଦୁର୍ବ୍ୟବହାର କରିବା ସହ ‘କାମ କରିବାକୁ ହେଲେ ଖୁସି କରିବାକୁ ପଡ଼ିବ’ କହିବା ସହ ମହିଳା କର୍ମୀଙ୍କୁ ବିଭିନ୍ନ ପ୍ରକାର ଅଶ୍ଲୀଳ ଫଟୋ ପଠାଉଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହେଇଛି ତଦନ୍ତ।
ସୁନ୍ଦରଗଡ଼: ଫେଭର ମାଗିବା ଓ ବିଭିନ୍ନ ଉପାୟରେ ହଇରାଣ କରିବାକୁ ନେଇ ଆତ୍ମହତ୍ୟା କରିଥିଲେ ବାଲେଶ୍ବର ଏଫଏମ୍ କଲେଜ ଛାତ୍ରୀ। ଘଟଣା ଯେତିକି ଚାଞ୍ଚଲ୍ୟକର ଥିଲା ସେତିକି ସମ୍ବେଦନଶୀଳ ମଧ୍ୟ। ଘଟଣାରେ ଏବେବି କ୍ରାଇମବ୍ରାଞ୍ଚ ତଦନ୍ତ ଜାରି ରହିଥିବାବେଳେ, ଏବେ ଫେଭର ମାଗିବାକୁ ନେଇ ସମାନ ଘଟଣା ସାମ୍ନାକୁ ଆସିଛି ସୁନ୍ଦରଗଡ଼ରେ। ଅଭିଯୋଗ ହୋଇଛି ସୁନ୍ଦରଗଡ଼ ମୁଖ୍ୟ ଚିକିତ୍ସାଳୟର ଜଣେ ବରିଷ୍ଠ କିରାଣୀ ଜିଲ୍ଲାର ବିଭିନ୍ନ ସ୍ବାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟ କରୁଥିବା ମହିଳା ସ୍ବାସ୍ଥ୍ୟକର୍ମୀଙ୍କୁ ଚାକିରିରେ ପ୍ରମୋଶନ ପାଇଁ ମାଗୁଛନ୍ତି ଫେଭର।
ଖାଲି ସେତିକି ନୁହେଁ କରୁଥିବା ମହିଳା ସ୍ବାସ୍ଥ୍ୟ କର୍ମୀମାନଙ୍କୁ ଦୁର୍ବ୍ୟବହାର କରିବା ସହ ‘କାମ କରିବାକୁ ହେଲେ ଖୁସି କରିବାକୁ ପଡ଼ିବ’ କହିବା ସହ ମହିଳା କର୍ମୀଙ୍କୁ ବିଭିନ୍ନ ପ୍ରକାର ଅଶ୍ଲୀଳ ଫଟୋ ପଠାଉଥିବା ମଧ୍ୟ ଅଭିଯୋଗ ହୋଇଛି। ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଆରମ୍ଭ ହେଇଛି ତଦନ୍ତ।