ବାଲେଶ୍ବରରେ ଲଗାଣ ବର୍ଷା, କାଂଶବାଂଶ ନଦୀରେ ବଢ଼ୁଛି ଜଳସ୍ତର
ସୋର: ବାତ୍ୟା ଦାନା ପ୍ରଭାବରେ ସବୁଠୁ କ୍ଷତି ସହିଥିବା ଜିଲା ମଧ୍ୟରେ ରହିଛି ବାଲେଶ୍ବର । ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କାହା ଘରର ଛାତ ଉଡ଼ିଯାଇଛି ତ’ କେଉଁଠି ଘର ଉପରେ ପଡ଼ିଛି ବିଶାଳ ଗଛ। ଏତିକିରେ ସରିନି ଦୁର୍ଦ୍ଦଶା। ବାତ୍ୟା ପରେ ଲଗାଣ ବର୍ଷା ବାଲେଶ୍ବର ଲୋକଙ୍କ ପାଇଁ ବଡ଼ ଅସୁବିଧା ସୃଷ୍ଟି କରିଛି। ଏହାରି ମଧ୍ୟରେ ଚିନ୍ତାର କାରଣ ପାଲଟିଛି କାଂଶବାଂଶ ନଦୀରେ ବଢ଼ୁଥିବା ଜଳସ୍ତର। ସୂଚନା ଅନୁଯାୟୀ, ବର୍ତ୍ତମାନ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି l ତେବେ ଜଳସ୍ତର ବଢ଼ିବାର କାରଣ ହେଉଛି ଉପର ମୁଣ୍ଡରେ ବର୍ଷା। ସାଜନପୁର ଠାରେ ନଦୀରେ ବିପଦ ସଂକେତ ୭ ମିଟର ୫୦୫ ଥିବାବେଳେ ବର୍ତ୍ତମାନ ୭ ମିଟର ୭୮୫ରେ ପ୍ରବାହିତ ହେଉଛି। ବୁଢ଼ାବଳଙ୍ଗ ନଦୀରେ ମଧ୍ୟ ଜଳସ୍ତର ବଢ଼ୁଛି। ସୂଚନାଥାଉକି, ବାଲେଶ୍ୱର ଜିଲ୍ଲାରେ ୬ ଟି ଗ୍ରାମ ପଞ୍ଚାୟତର ୨୦ ଟି ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ରେମୁଣା ବ୍ଲକର ୨୫୦୦ ଓ ବାଲେଶ୍ୱର ସଦର ବ୍ଲକର ୮ ହଜାର ଲୋକଙ୍କୁ ପ୍ରଶାସନ ଏପର୍ଯ୍ୟନ୍ତ ସୁରକ୍ଷିତ ସ୍ଥାନକୁ ଆଣିଛି । ଏହା ବିପଦସଂକେତ ଉପରେ ପ୍ରବାହିତ ହେବାର ଆଶଙ୍କା ରହିଛି । ପ୍ରଶାସନ, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ସମ୍ପୂର୍ଣ୍ଣ ରୂପେ ସଜାଗ ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।
ସୋର: ବାତ୍ୟା ଦାନା ପ୍ରଭାବରେ ସବୁଠୁ କ୍ଷତି ସହିଥିବା ଜିଲା ମଧ୍ୟରେ ରହିଛି ବାଲେଶ୍ବର । ଜିଲାରେ ବ୍ୟାପକ କ୍ଷୟକ୍ଷତି ହୋଇଛି । କାହା ଘରର ଛାତ ଉଡ଼ିଯାଇଛି ତ’ କେଉଁଠି ଘର ଉପରେ ପଡ଼ିଛି ବିଶାଳ ଗଛ। ଏତିକିରେ ସରିନି ଦୁର୍ଦ୍ଦଶା। ବାତ୍ୟା ପରେ ଲଗାଣ ବର୍ଷା ବାଲେଶ୍ବର ଲୋକଙ୍କ ପାଇଁ ବଡ଼ ଅସୁବିଧା ସୃଷ୍ଟି କରିଛି।
ଏହାରି ମଧ୍ୟରେ ଚିନ୍ତାର କାରଣ ପାଲଟିଛି କାଂଶବାଂଶ ନଦୀରେ ବଢ଼ୁଥିବା ଜଳସ୍ତର। ସୂଚନା ଅନୁଯାୟୀ, ବର୍ତ୍ତମାନ ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି l ତେବେ ଜଳସ୍ତର ବଢ଼ିବାର କାରଣ ହେଉଛି ଉପର ମୁଣ୍ଡରେ ବର୍ଷା। ସାଜନପୁର ଠାରେ ନଦୀରେ ବିପଦ ସଂକେତ ୭ ମିଟର ୫୦୫ ଥିବାବେଳେ ବର୍ତ୍ତମାନ ୭ ମିଟର ୭୮୫ରେ ପ୍ରବାହିତ ହେଉଛି। ବୁଢ଼ାବଳଙ୍ଗ ନଦୀରେ ମଧ୍ୟ ଜଳସ୍ତର ବଢ଼ୁଛି।
ସୂଚନାଥାଉକି, ବାଲେଶ୍ୱର ଜିଲ୍ଲାରେ ୬ ଟି ଗ୍ରାମ ପଞ୍ଚାୟତର ୨୦ ଟି ଗ୍ରାମ ବନ୍ୟା ଦ୍ୱାରା ପ୍ରଭାବିତ ହୋଇଛି । ରେମୁଣା ବ୍ଲକର ୨୫୦୦ ଓ ବାଲେଶ୍ୱର ସଦର ବ୍ଲକର ୮ ହଜାର ଲୋକଙ୍କୁ ପ୍ରଶାସନ ଏପର୍ଯ୍ୟନ୍ତ ସୁରକ୍ଷିତ ସ୍ଥାନକୁ ଆଣିଛି । ଏହା ବିପଦସଂକେତ ଉପରେ ପ୍ରବାହିତ ହେବାର ଆଶଙ୍କା ରହିଛି । ପ୍ରଶାସନ, ଓଡ୍ରାଫ୍ ଓ ଅଗ୍ନିଶମ ବାହିନୀ ସମ୍ପୂର୍ଣ୍ଣ ରୂପେ ସଜାଗ ରହିଥିବା କହିଛନ୍ତି ମୁଖ୍ୟମନ୍ତ୍ରୀ ।