ବାଲେଶ୍ଵର ଖନ୍ତାପଡ଼ା ଶ୍ରୀଜଙ୍ଗରେ ଗୋଷ୍ଠୀ ସଂଘର୍ଷ : ଗୋମାଫିଆ ଓ ଗ୍ରାମବାସୀ ମୁହାଁମୁହିଁ

ବାଲେଶ୍ୱର : ଦୁର୍ଘଟଣାକୁ ନେଇ ଗୋମାଫିଆ ଓ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ। ୯ ବାଇକ ସହ ଗୋଟିଏ କାର ଭାଙ୍ଗି... The post ବାଲେଶ୍ଵର ଖନ୍ତାପଡ଼ା ଶ୍ରୀଜଙ୍ଗରେ ଗୋଷ୍ଠୀ ସଂଘର୍ଷ : ଗୋମାଫିଆ ଓ ଗ୍ରାମବାସୀ ମୁହାଁମୁହିଁ appeared first on .

ବାଲେଶ୍ଵର ଖନ୍ତାପଡ଼ା ଶ୍ରୀଜଙ୍ଗରେ ଗୋଷ୍ଠୀ ସଂଘର୍ଷ : ଗୋମାଫିଆ ଓ ଗ୍ରାମବାସୀ ମୁହାଁମୁହିଁ

ବାଲେଶ୍ୱର : ଦୁର୍ଘଟଣାକୁ ନେଇ ଗୋମାଫିଆ ଓ ଗ୍ରାମବାସୀଙ୍କ ମଧ୍ୟରେ ସଂଘର୍ଷ। ୯ ବାଇକ ସହ ଗୋଟିଏ କାର ଭାଙ୍ଗି ଦେଲେ ଗୋମାଫିଆ। ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ଥାନା ଅନ୍ତର୍ଗତ ଶ୍ରୀଜଙ୍ଗରେ ଘଟିଛି ଏ ସଂଘର୍ଷ। ଗୋମାଫିଆଙ୍କ ଗୋରୁ ବୋଝେଇ ଗାଡ଼ି ଏକ ଦୋକାନକୁ ଧକ୍କା ଦେଇ ଉପରକୁ ଚଢିଯାଇଥିଲା। ଏହାକୁ ନେଇ ଗ୍ରାମବାସୀ ଓ ଗୋରୁ ମାଫିଆଙ୍କ ମଧ୍ୟରେ ସଂଘର୍ଷ ଘଟିଥିଲା। ଗୋମାଫିଆ ଆଖପାଖରେ ଥିବା ୯ ବାଇକ ସହ ଗୋଟିଏ କାରକୁ ଭାଙ୍ଗି ଚୁରମାର କରି ଦେଇଥିଲେ। ପ୍ରତିବାଦ କରି ଗ୍ରାମବାସୀ ଶ୍ରୀଜଙ୍ଗରେ ରାସ୍ତାରୋକ କରିଥିବା ଜଣାପଡିଛି। ଘଟଣାସ୍ଥଳରେ ବରିଷ୍ଠ ପୋଲିସ ଅଧିକାରୀ ପହଞ୍ଚି ସ୍ଥିତି ଉପରେ ନଜର ରଖିଛିନ୍ତି। ଏସଡ଼ିପିଓଙ୍କ ସହ ଖନ୍ତାପଡ଼ା, ସଦର, ଟାଉନ ଥାନା ପୋଲିସ ଟିମ ମୁତୟନ ହୋଇଛନ୍ତି।

The post ବାଲେଶ୍ଵର ଖନ୍ତାପଡ଼ା ଶ୍ରୀଜଙ୍ଗରେ ଗୋଷ୍ଠୀ ସଂଘର୍ଷ : ଗୋମାଫିଆ ଓ ଗ୍ରାମବାସୀ ମୁହାଁମୁହିଁ appeared first on .