ବାଲେଶ୍ୱରର ତାଳସାରୀ ଓ ଉଦୟପୁରରେ ପିକନିକକୁ ନା : ଓଡିଶାରେ ଗାଡି ପାର୍କିଂ କରି ପଡିଶାରେ ଚାଲିଛି ଭୋଜି
କନକବ୍ୟୁରୋ : ବିଶ୍ଵସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ଉଦୟପୁର ଓ ତାଳସାରୀରେ ବଣଭୋଜି ପାଇଁ ମନା। ବନ ବିଭାଗର ଏଭଳି ନିଷ୍ପତି ନାପସନ୍ଦ କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକ । ବନ କର୍ମଚାରୀଙ୍କ ତାଗିଦ ପରେ ଦିଘା ମୁଁହା ହେଉଛନ୍ତି ହଜାର ହଜାର ପର୍ଯ୍ୟଟକ । ବାଲେଶ୍ବର ଜିଲ୍ଲାର ସୀମାନ୍ତ ଉଦୟପୁର ଓ ତାଳସାରୀ ବେଳାଭୂମିକୁ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। କିନ୍ତୁ ଭୋଜ ପାଇଁ ଅନୁମତି ନମିଳିବାରୁ ଓଡିଶାରେ ଗାଡ଼ି ରଖି କଣ୍ଟାବାଡ଼ ଡେଇଁ ପଶ୍ଚିମବଙ୍ଗ ବେଳାଭୂମିରେ ପର୍ଯ୍ୟଟକ । ସୀମା ଏପଟେ ଜନଶୂନ୍ୟ, ସେପଟେ ଲୋକାରଣ୍ୟ । ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ରହିଛି ବାଲେଶ୍ୱର ଉଦୟପୁର ଓ ତାଳସାରୀ ବେଳାଭୂମି। ୨୦୨୧ରୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଥିଲା ବେଳାଭୂମି ଜଙ୍ଗଲରେ ବଣଭୋଜି କରିବା ମନା। ବନ ବିଭାଗ ନିଷ୍ପତି ଅନୁସାରେ, ଉଦୟପୁର ଓ ତାଳସାରୀ ଜଙ୍ଗଲରେ ଭୋଜି କରିପାରିବେ ନାହିଁ ପର୍ଯ୍ୟଟକ । ଭୋଜି ପାଇଁ ବାରଣ କରାଯିବାରୁ ପର୍ଯ୍ୟଟକମାନେ ନିରାସ ହୋଇ ମୁହଁ ଫେରାଇ ନେଉଛନ୍ତି। ବନ ବିଭାଗର ଏଭଳି କଠୋର ନିଷ୍ପତିକୁ ପୂର୍ବତନ ରେଞ୍ଜର ସ୍ୱାଗତ କରୁଥିବା ବେଳେ ପର୍ଯ୍ୟଟକ ନାପସନ୍ଦ କରିଛନ୍ତି । ବର୍ଷର ଶେଷ ଓ ଆରମ୍ଭ ସମୟରେ ସମସ୍ତେ ବୁଲାବୁଲି କରିଥାନ୍ତି । କିଏ ପରିବାର ସହ ବେଳଭୂମିରେ ପହଂଚିଥାନ୍ତି ତ କିଏ ସାଙ୍ଗ ସାଥିଙ୍କ ସହ ସମୟ ବିତାଇବା ପାଇଁ ସମୁଦ୍ର କୂଳ ଝାଉଁବଣଙ୍କୁ ବାଛିଥାନ୍ତି। ସେଥିପାଇଁ

କନକବ୍ୟୁରୋ : ବିଶ୍ଵସ୍ତରୀୟ ପର୍ଯ୍ୟଟନ ସ୍ଥଳୀ ଉଦୟପୁର ଓ ତାଳସାରୀରେ ବଣଭୋଜି ପାଇଁ ମନା। ବନ ବିଭାଗର ଏଭଳି ନିଷ୍ପତି ନାପସନ୍ଦ କରିଛନ୍ତି ସ୍ଥାନୀୟ ବାସିନ୍ଦା ଓ ପର୍ଯ୍ୟଟକ । ବନ କର୍ମଚାରୀଙ୍କ ତାଗିଦ ପରେ ଦିଘା ମୁଁହା ହେଉଛନ୍ତି ହଜାର ହଜାର ପର୍ଯ୍ୟଟକ ।
ବାଲେଶ୍ବର ଜିଲ୍ଲାର ସୀମାନ୍ତ ଉଦୟପୁର ଓ ତାଳସାରୀ ବେଳାଭୂମିକୁ ହଜାର ହଜାର ପର୍ଯ୍ୟଟକ ଆସୁଛନ୍ତି। କିନ୍ତୁ ଭୋଜ ପାଇଁ ଅନୁମତି ନମିଳିବାରୁ ଓଡିଶାରେ ଗାଡ଼ି ରଖି କଣ୍ଟାବାଡ଼ ଡେଇଁ ପଶ୍ଚିମବଙ୍ଗ ବେଳାଭୂମିରେ ପର୍ଯ୍ୟଟକ । ସୀମା ଏପଟେ ଜନଶୂନ୍ୟ, ସେପଟେ ଲୋକାରଣ୍ୟ ।
ଓଡ଼ିଶା-ପଶ୍ଚିମବଙ୍ଗ ସୀମାରେ ରହିଛି ବାଲେଶ୍ୱର ଉଦୟପୁର ଓ ତାଳସାରୀ ବେଳାଭୂମି। ୨୦୨୧ରୁ ବିଶ୍ୱସ୍ତରୀୟ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ମିଳିଥିଲା ବେଳାଭୂମି ଜଙ୍ଗଲରେ ବଣଭୋଜି କରିବା ମନା। ବନ ବିଭାଗ ନିଷ୍ପତି ଅନୁସାରେ, ଉଦୟପୁର ଓ ତାଳସାରୀ ଜଙ୍ଗଲରେ ଭୋଜି କରିପାରିବେ ନାହିଁ ପର୍ଯ୍ୟଟକ ।
ଭୋଜି ପାଇଁ ବାରଣ କରାଯିବାରୁ ପର୍ଯ୍ୟଟକମାନେ ନିରାସ ହୋଇ ମୁହଁ ଫେରାଇ ନେଉଛନ୍ତି। ବନ ବିଭାଗର ଏଭଳି କଠୋର ନିଷ୍ପତିକୁ ପୂର୍ବତନ ରେଞ୍ଜର ସ୍ୱାଗତ କରୁଥିବା ବେଳେ ପର୍ଯ୍ୟଟକ ନାପସନ୍ଦ କରିଛନ୍ତି । ବର୍ଷର ଶେଷ ଓ ଆରମ୍ଭ ସମୟରେ ସମସ୍ତେ ବୁଲାବୁଲି କରିଥାନ୍ତି ।
କିଏ ପରିବାର ସହ ବେଳଭୂମିରେ ପହଂଚିଥାନ୍ତି ତ କିଏ ସାଙ୍ଗ ସାଥିଙ୍କ ସହ ସମୟ ବିତାଇବା ପାଇଁ ସମୁଦ୍ର କୂଳ ଝାଉଁବଣଙ୍କୁ ବାଛିଥାନ୍ତି। ସେଥିପାଇଁ ତାଳସାରୀ ଓ ଉଦୟପୁରକୁ ଆସୁଛନ୍ତି । କିନ୍ତୁ ଓଡ଼ିଶା ବେଳଭୂମିରେ ଭୋଜି କରିବା ମନା ଥିବାରୁ ପର୍ଯ୍ୟଟକମାନେ ଏପଟେ ଗାଡ଼ି ରଖି ତାର ବାଡ଼ ଡେଇଁ ପଶ୍ଚିମବଙ୍ଗ ଦୀଘ ବେଳାଭୂମିରେ ଭିଡ଼ ଜମାଉଛନ୍ତି ।
କେବଳ ସେତିକି ନୁହେଁ, ଉଦୟପୁରର ପାଣି, ଜାଳେଣୀ କାଠ ମଧ୍ୟ ଦୀଘାରେ ବିକ୍ରି କରାଯାଉଛି । ଫଳରେ ସ୍ଥାନୀୟ ଅଂଚଳର ବ୍ୟବସାୟୀ କ୍ଷତି ସହିବା ସହ କ୍ଷଭୋ ପ୍ରକାଶ କରିଛନ୍ତି । କଟକଣା ପାଇଁ ଉଦୟପୁର ଓ ତାଳସାରୀ ମେରାଇନ ଡ୍ରାଇଭ ସହ ବେଳାଭୂମୀ କଡ଼ ଝାଉଁ ଜଙ୍ଗଲ ଖାଁ ଖାଁ ହୋଇ ପଡ଼ିରହିଛି ।