ବାଲେଶ୍ୱରରେ ଆହୁରି କୋହଳ ହେଲା କର୍ଫ୍ୟୁ; ଏଣିକି ସକାଳ ୫ରୁ ଦିନ ୨ ଯାଏ…
ବାଲେଶ୍ୱର,୨୧।୬: ଧିରେ ଧିରେ ସ୍ବାଭାବିକ ହେଉଛି ବାଲେଶ୍ୱର ସ୍ଥିତି। ଏହାକୁ ଦୃଷ୍ଟିରେ ରଖି କର୍ଫ୍ୟୁକୁ ଆହୁରି କୋହଳ କରାଯାଇଛି। ଶନିବାରଠାରୁ ସକାଳ ୫ଟାରୁ ଦିନ ୨ଟା ଯାଏ କର୍ଫ୍ୟୁ କୋହଳ ରହିବ। ତେବେ ସହଦେବଖୁଣ୍ଟା ଏବଂ ଟାଉନ୍ ଥାନା ଅଞ୍ଚଳରେ ଏହି କର୍ଫ୍ୟୁ କୋହଳ ହୋଇଥିବା ବେଳେ ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ଏହା ସମ୍ପୂର୍ଣ୍ଣ ହଟିଛି। କେବଳ ଲିଜ୍ ଲାଇନ୍ ସହ ବ୍ରଡବ୍ୟାଣ୍ଡରେ ଇଣ୍ଟରନେଟ୍ ସେବା ମିଳିବ। ହେଲେ ମୋବାଇଲରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ। ଏହାଛଡ଼ା […] The post ବାଲେଶ୍ୱରରେ ଆହୁରି କୋହଳ ହେଲା କର୍ଫ୍ୟୁ; ଏଣିକି ସକାଳ ୫ରୁ ଦିନ ୨ ଯାଏ… appeared first on Dharitri Odia News.
ବାଲେଶ୍ୱର,୨୧।୬: ଧିରେ ଧିରେ ସ୍ବାଭାବିକ ହେଉଛି ବାଲେଶ୍ୱର ସ୍ଥିତି। ଏହାକୁ ଦୃଷ୍ଟିରେ ରଖି କର୍ଫ୍ୟୁକୁ ଆହୁରି କୋହଳ କରାଯାଇଛି। ଶନିବାରଠାରୁ ସକାଳ ୫ଟାରୁ ଦିନ ୨ଟା ଯାଏ କର୍ଫ୍ୟୁ କୋହଳ ରହିବ। ତେବେ ସହଦେବଖୁଣ୍ଟା ଏବଂ ଟାଉନ୍ ଥାନା ଅଞ୍ଚଳରେ ଏହି କର୍ଫ୍ୟୁ କୋହଳ ହୋଇଥିବା ବେଳେ ଶିଳ୍ପାଞ୍ଚଳ ଥାନା ଅଞ୍ଚଳରୁ ଏହା ସମ୍ପୂର୍ଣ୍ଣ ହଟିଛି। କେବଳ ଲିଜ୍ ଲାଇନ୍ ସହ ବ୍ରଡବ୍ୟାଣ୍ଡରେ ଇଣ୍ଟରନେଟ୍ ସେବା ମିଳିବ। ହେଲେ ମୋବାଇଲରେ ଇଣ୍ଟରନେଟ୍ ସେବା ବନ୍ଦ ରହିବ। ଏହାଛଡ଼ା ପୌରାଞ୍ଚଳରେ ସମସ୍ତ ଶିକ୍ଷାନୁଷ୍ଟାନ ଏବଂ ଅଙ୍ଗନଓ୍ବାଡିଗୁଡ଼ିକ ବନ୍ଦ ରହିବ ବୋଲି ସୂଚନା ମିଳିଛି।
କହିରଖୁଛୁ, ବାଲେଶ୍ୱର ସହରର ଭୁଜାଖିଆପିରସ୍ଥିତ ଏକ ସରକାରୀ ପାଣି ନାଳରେ ନାଲି ରଙ୍ଗପାଣି ପ୍ରବାହ ପ୍ରସଙ୍ଗକୁ ନେଇ ଗତ ସୋମବାର ଗୋଷ୍ଠୀ ସଂଘର୍ଷ ସୃଷ୍ଟି ହୋଇଥିଲା। ଏହାକୁ ନେଇ ସହରରେ କର୍ଫ୍ୟୁ ଲଗାଯାଇଥିଲା। ଏହି ସ୍ଥିତିରେ ସୁଧାର ଆସୁଥିବାରୁ ଧିରେ ଧିରେ କର୍ଫ୍ୟୁକୁ କୋହଳ କରାଯାଉଛି। ଗୁରୁବାର ଏହାକୁ ସକାଳ ୭ଟାରୁ ୧୧ ଯାଏ କୋହଳ କରାଯାଇଥିଲା। ଏହାପରେ ଅତ୍ୟାବଶ୍ୟକୀୟ ଜିନିଷ ନେବାକୁ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା।
The post ବାଲେଶ୍ୱରରେ ଆହୁରି କୋହଳ ହେଲା କର୍ଫ୍ୟୁ; ଏଣିକି ସକାଳ ୫ରୁ ଦିନ ୨ ଯାଏ… appeared first on Dharitri Odia News.