ବାସୁକୀ ସାପର ପ୍ରଜାତି କେବଳ ଭାରତରେ ଥିଲେ, ତିମିକୁ ବି ଗିଳି ଦେଉଥିଲା

ହିନ୍ଦୁ ପୁରାଣରେ ବାସୁକୀ ସାପର ବର୍ଣ୍ଣନା ରହିଛି । ଯାହାକୁ ଆମେ ପୂଜା କରିଥାଉ । ପ୍ରଭୁ ଶିବଙ୍କ ଗଳାର ମାଳା ଏବଂ ପ୍ରଭୁ ନାରାୟଣଙ୍କ ଶେଯ ଭାବେ ରହିଥିବା କୁହାଯାଏ । ଆହୁରି ମଧ୍ୟ ଆମ ପୃଥିବୀକୁ ବାସୁକୀ ନାଗ ନିଜ ମସ୍ତକରେ ଧାରଣ କରିଛନ୍ତି ଏବଂ ସମୁଦ୍ର ମନ୍ଥନ ବେଳେ ବାସୁକୀ ନାଗକୁ ଦଉଡ଼ି କରି ମନ୍ଦର ପର୍ବତରେ ଗୁଡ଼ାଇ ମନ୍ଥନ କରାଯାଥିବାର ମଧ୍ୟ ଲୋକକଥା ରହିଛି । ତେବେ ଏହି ବାସୁକୀ ସାପର […] The post ବାସୁକୀ ସାପର ପ୍ରଜାତି କେବଳ ଭାରତରେ ଥିଲେ, ତିମିକୁ ବି ଗିଳି ଦେଉଥିଲା appeared first on KNews Odisha.

ବାସୁକୀ ସାପର ପ୍ରଜାତି କେବଳ ଭାରତରେ ଥିଲେ, ତିମିକୁ ବି ଗିଳି ଦେଉଥିଲା
BASUKI

ହିନ୍ଦୁ ପୁରାଣରେ ବାସୁକୀ ସାପର ବର୍ଣ୍ଣନା ରହିଛି । ଯାହାକୁ ଆମେ ପୂଜା କରିଥାଉ । ପ୍ରଭୁ ଶିବଙ୍କ ଗଳାର ମାଳା ଏବଂ ପ୍ରଭୁ ନାରାୟଣଙ୍କ ଶେଯ ଭାବେ ରହିଥିବା କୁହାଯାଏ । ଆହୁରି ମଧ୍ୟ ଆମ ପୃଥିବୀକୁ ବାସୁକୀ ନାଗ ନିଜ ମସ୍ତକରେ ଧାରଣ କରିଛନ୍ତି ଏବଂ ସମୁଦ୍ର ମନ୍ଥନ ବେଳେ ବାସୁକୀ ନାଗକୁ ଦଉଡ଼ି କରି ମନ୍ଦର ପର୍ବତରେ ଗୁଡ଼ାଇ ମନ୍ଥନ କରାଯାଥିବାର ମଧ୍ୟ ଲୋକକଥା ରହିଛି । ତେବେ ଏହି ବାସୁକୀ ସାପର ବଂଶଜଙ୍କ ଜୀବାଶ୍ମ ମିଳିଛି ଗୁଜରାଟରେ । ଏହା ଉପରେ ଜୋରସୋର ଗବେଷଣା ଚାଲିଛି । ଗୁଜରାଟ କଚ୍ଛ ଅଞ୍ଚଳରେ ଥିବା ଏକ ଲିଗନାଇଟ୍ ଖଣିରୁ ବାସୁକୀ ଇଣ୍ଡିକସ୍ ପ୍ରଜାତିର ଜୀବାଶ୍ମ ମିଳିଛି । ଯାହାର ଲମ୍ବ  ଆନାକୋଣ୍ଡ ଓ ଅଜଗର ଠାରୁ ବହୁତ ଅଧିକ ଥିଲା । ଏଭଳି ଭୟଙ୍କର ବିଶାଳ ସାପ କେବଳ ଭାରତରେ ହିଁ ଦେଖିବାକୁ ମିଳୁଥିଲେ ବୋଲି ଗବେଷକମାନେ ମତ ପ୍ରକାଶ କରିଛନ୍ତି ।

ଏହି ସାପର କଙ୍କାଳକୁ ପରୀକ୍ଷା କରି ବୈଜ୍ଞାନିକମାନେ କହିଛନ୍ତି କି ଏଭଳି ବାସୁକୀ ସାପ ସବୁର ଲମ୍ବ ୩୬ରୁ ୪୯ ଫୁଟ ପର୍ଯ୍ୟନ୍ତ ହୋଇପାରେ । ଆଉ ଏହାର ଓଜନ ପାଖାପାଖି ହଜାରେ କିଲୋ । ରୁରକି ଆଇଆଇଟିର ଗବେଷକମାନେ ଏହାକୁ ଯାଞ୍ଚ କରି କହିଛନ୍ତି କି ବର୍ତ୍ତମାନର ଆନାକୋଣ୍ଡା ପ୍ରାୟ ୨୦ ଫୁଟ ଏବଂ ଅଜଗର ୧୧ରୁ ୧୫ ଫୁଟ ଭିତରେ ଅଛନ୍ତି । ହେଲେ ଏହି ବାସୁକୀ ସାପ ଆଗରେ ଅତି ଛୋଟ ଲାଗିବେ । ଯଦିଓ ଏହା ପ୍ରମାଣିତ ହୋଇନାହିଁ ତଥାପି ଏହି ବାସୁକୀ ସାପ ତିମିରୁ ଆରମ୍ଭ କରି କୁମ୍ଭୀର ଆଦିକୁ ବି ଗିଳି ଦେଉଥିବ ବୋଲି ଅନୁମାନ କରାଯାଉଛି । ଏହାର ଆକାର ଡାଇନୋସର ଠୁ ବଡ଼ ଥିଲା । ଏହି ଜୀବାଶ୍ମ ଉପରେ ଅଧିକ ପରୀକ୍ଷା ନିରୀକ୍ଷା ଚାଲିଛି ।

The post ବାସୁକୀ ସାପର ପ୍ରଜାତି କେବଳ ଭାରତରେ ଥିଲେ, ତିମିକୁ ବି ଗିଳି ଦେଉଥିଲା appeared first on KNews Odisha.