ବାସ୍ତୁ ଅନୁଯାୟୀ ଘରର କେଉଁ ରୁମ୍ରେ କି ରଙ୍ଗ ଦେଲେ ଶୁଭ? ବଢ଼ିବ ସୁଖଶାନ୍ତି, ଦୂର ହେବ…
ଘରକୁ ଆକର୍ଷଣୀୟ କରିବା ପାଇଁ ଏହାର ପ୍ରତି ରୁମ୍ ତଥା କାନ୍ଥ ଓ ଛାତରେ ଆମେ ବିଭିନ୍ନ ପ୍ରକାରର ରଙ୍ଗ ଦେଇଥାଉ। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ପ୍ରତି ରୁମ୍ରେ ସବୁ ପ୍ରକାରର ରଙ୍ଗ ଦେଇହେବନାହିଁ। ତା’ହେଲେ ଜାଣନ୍ତୁ କେଉଁ ରୁମ୍ରେ କି ରଙ୍ଗ ଦେଲେ ତାହା ଶୁଭଫଳ ଦେବା ସହ ମନକୁ ଶାନ୍ତି ପ୍ରଦାନ କରିବ… * ଲିଭିଂ ରୁମ୍ର ସକାରାତ୍ମକତା ଗୁଣ ବୃଦ୍ଧି କରିବା ପାଇଁ ଏହି ରୁମ୍ରେ ଧଳା, ହଳଦିଆ, ହାଲ୍କା ନୀଳ […] The post ବାସ୍ତୁ ଅନୁଯାୟୀ ଘରର କେଉଁ ରୁମ୍ରେ କି ରଙ୍ଗ ଦେଲେ ଶୁଭ? ବଢ଼ିବ ସୁଖଶାନ୍ତି, ଦୂର ହେବ… appeared first on Dharitri Odia News.
ଘରକୁ ଆକର୍ଷଣୀୟ କରିବା ପାଇଁ ଏହାର ପ୍ରତି ରୁମ୍ ତଥା କାନ୍ଥ ଓ ଛାତରେ ଆମେ ବିଭିନ୍ନ ପ୍ରକାରର ରଙ୍ଗ ଦେଇଥାଉ। କିନ୍ତୁ ବାସ୍ତୁଶାସ୍ତ୍ର ଅନୁଯାୟୀ, ଘରର ପ୍ରତି ରୁମ୍ରେ ସବୁ ପ୍ରକାରର ରଙ୍ଗ ଦେଇହେବନାହିଁ। ତା’ହେଲେ ଜାଣନ୍ତୁ କେଉଁ ରୁମ୍ରେ କି ରଙ୍ଗ ଦେଲେ ତାହା ଶୁଭଫଳ ଦେବା ସହ ମନକୁ ଶାନ୍ତି ପ୍ରଦାନ କରିବ…
* ଲିଭିଂ ରୁମ୍ର ସକାରାତ୍ମକତା ଗୁଣ ବୃଦ୍ଧି କରିବା ପାଇଁ ଏହି ରୁମ୍ରେ ଧଳା, ହଳଦିଆ, ହାଲ୍କା ନୀଳ ଅଥବା ହାଲ୍କା ଗୋଲାପୀ ରଙ୍ଗ ଲଗାଇବା ବାସ୍ତୁ ଅନୁଯାୟୀ ଶୁଭ ହୋଇଥାଏ। ଗାଢ଼ ରଙ୍ଗର ପ୍ରୟୋଗ ଏହି ଘର ପାଇଁ ସେତେ ଠିକ୍ ନୁହେଁ।
* ରୋଷେଇ ଘରେ ଯେହେତୁ ଅଗ୍ନି ଦେବଙ୍କର ବାସସ୍ଥାନ, ସେଥିପାଇଁ ଏହି ଘରେ ହଳଦିଆ, ନାରଙ୍ଗୀ, ନାଲି ଅଥବା କେଶରିଆ ରଙ୍ଗ ଲଗାଇଲେ ଶୁଭଫଳ ମିଳିଥାଏ। କଳା ହେଉ ଅଥବା ଅନ୍ୟ କୌଣସି ଗାଢ଼ ରଙ୍ଗ ଏହି ଘରେ ଲଗାଇବେ ନାହିଁ।
* ପୂଜାଘର ଶାନ୍ତି ଓ ପବିତ୍ରତାର ପ୍ରତୀକ ହୋଇଥାଏ। ତେଣୁ ଏହି ଘରର ସୌନ୍ଦର୍ଯ୍ୟ ଓ ଗୁଣବତ୍ତାକୁ ଆହୁରି ବଢ଼ାଇବା ପାଇଁ ଏହି ଘରେ ହାଲ୍କା ନୀଳ, ଧଳା କିମ୍ବା ହାଲ୍କା ସବୁଜ ରଙ୍ଗ ଲଗାଇ ପାରିବେ।
* ନବବିବାହିତ ଦମ୍ପତିଙ୍କ ବେଡ୍ରୁମ୍ରେ ହାଲ୍କା ଗୋଲାପୀ କିମ୍ବା ହାଲ୍କା ଲାଲ୍ ରଙ୍ଗ ଲଗାଇବା ସବୁଠୁ ଶୁଭ ହୋଇଥାଏ। ଆବଶ୍ୟକ କ୍ଷେତ୍ରରେ ଏହି ରୁମ୍ରେ ଅନ୍ୟ ଯେ କୌଣସି ହାଲ୍କା ରଙ୍ଗ ମଧ୍ୟ ବ୍ୟବହାର କରିହେବ। କିନ୍ତୁ ଭୁଲ୍ରେ କେବେ ବି କଳା କିମ୍ବା ଗାଢ଼ ବାଇଗଣୀ ରଙ୍ଗ ବ୍ୟବହାର କରିବେନାହିଁ। ଏହା ସମ୍ପର୍କରେ ଭୁଲ୍ ବୁଝାମଣା ସୃଷ୍ଟି କରିଥାଏ ବୋଲି ବିଶ୍ୱାସ ରହିଛି।
The post ବାସ୍ତୁ ଅନୁଯାୟୀ ଘରର କେଉଁ ରୁମ୍ରେ କି ରଙ୍ଗ ଦେଲେ ଶୁଭ? ବଢ଼ିବ ସୁଖଶାନ୍ତି, ଦୂର ହେବ… appeared first on Dharitri Odia News.