ବାହା ମଣ୍ଡପକୁ ହଠାତ ପଶି ଆସିଲା କଲରାପତରିଆ, ଭୟରେ ଦୌଡିଲେ ବର-କନିଆ ଓ ଅତିଥି
ଉତ୍ତରପ୍ରଦେଶ ୧୩/୨: ସୁନ୍ଦର ଭାବରେ ସଜେଇ ହୋଇଥିଲା ମଣ୍ଡପ । ଧୁମଧାମରେ ଚାଲିଥିଲା ବାହାଘର । ରୁଣ୍ଡ ହୋଇଥିଲେ ଶହ ଶହ ଅତିଥି । ନାଚଗୀତ ସହ ଥିଲା ଖୁସିର ମାହୋଲ । ହଠାତ ଶୁଭିଲା ବିକଟାଳ ଗର୍ଜନ । କେହି କିଛି ବୁଝିବା ଆଗରୁ ମଣ୍ଡପରୁ ଦୌଡିବାକୁ ଲାଗିଥିଲେ । ଏମିତିକି ଏତେ ଓଜନର ଲେହେଙ୍ଗା ପିନ୍ଧିଥିବା କନିଆ ମଧ୍ୟ ଭୟରେ ଧାଇଁଥିଲା । ବର ମଧ୍ୟ ଝରକାର ମଣ୍ଡପରୁ ତଳକୁ ଡେଇଁ ପଡିଥିଲା । ଘଟଣା କଣ ବୁଝୁ ବୁଝୁ ଜଣାପଡିଥିଲା ବାହାଘରକୁ ବିନା ନିମନ୍ତ୍ରଣରେ ପଶି ଆସିଥିଲା ଏକ କଲରାପତରିଆ ବାଘ । ଯେଉଁଥିପାଇଁ ବାହା ମଣ୍ଡପରେ ଭୟର ବାତାବରଣ ଖେଳିଯାଇଥିଲା । ଉତ୍ତରପ୍ରଦେଶର ଲକ୍ଷ୍ମୌରୁ ଆସିଛି ଏମିତି ଚକିତ କଲା ଭଳି ଖବର । ବୁଧବାର ରାତି ସମୟ । ବୁଦ୍ଧେଶ୍ବର ଏମ୍ଏମ୍ ଲନ୍ରେ ଚାଲିଥିବା ବିବାହ ଉତ୍ସବ । ଲୋକାରଣ୍ୟ ଥିଲା ମଣ୍ଡପ । ବର କନ୍ୟାଙ୍କୁ ଆଶୀର୍ବାଦ କରିବାକୁ ଅତିଥିଙ୍କ ଭିଡ ଲାଗିଥିଲା । ହେଲେ ହଠାତ ବାଘର ଗର୍ଜନ ଶୁଣି ସମସ୍ତଙ୍କ ପିଳେହି ପାଣି ହୋଇଗଲା । ସେ ବାଘ ହଠାତ କୁଆଡୁ ଆସିଲା କେହି ଜାଣିନଥିଲେ । ସମସ୍ତେ ଭୟରେ ଦୌଡିଥିଲେ । ଏମିତିକି ବାଘକୁ କାବୁ କରିବାକୁ ଯାଇ ବନ କର୍ମଚାରୀ ଆହତ ହୋଇଥିଲେ। ଘଟଣାସ୍ଥଳରେ ପୋଲିସ,ବନ ବିଭାଗ ଟିମ୍ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ବାଘକୁ କାବୁ କରିବାର ପୁରା ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ବାଘ ଧରିବାକୁ ବନବିଭାଗକୁ ନାକେଦମ ହେବାକୁ ପଡିଛି । ପ୍
ଉତ୍ତରପ୍ରଦେଶ ୧୩/୨: ସୁନ୍ଦର ଭାବରେ ସଜେଇ ହୋଇଥିଲା ମଣ୍ଡପ । ଧୁମଧାମରେ ଚାଲିଥିଲା ବାହାଘର । ରୁଣ୍ଡ ହୋଇଥିଲେ ଶହ ଶହ ଅତିଥି । ନାଚଗୀତ ସହ ଥିଲା ଖୁସିର ମାହୋଲ । ହଠାତ ଶୁଭିଲା ବିକଟାଳ ଗର୍ଜନ । କେହି କିଛି ବୁଝିବା ଆଗରୁ ମଣ୍ଡପରୁ ଦୌଡିବାକୁ ଲାଗିଥିଲେ । ଏମିତିକି ଏତେ ଓଜନର ଲେହେଙ୍ଗା ପିନ୍ଧିଥିବା କନିଆ ମଧ୍ୟ ଭୟରେ ଧାଇଁଥିଲା । ବର ମଧ୍ୟ ଝରକାର ମଣ୍ଡପରୁ ତଳକୁ ଡେଇଁ ପଡିଥିଲା । ଘଟଣା କଣ ବୁଝୁ ବୁଝୁ ଜଣାପଡିଥିଲା ବାହାଘରକୁ ବିନା ନିମନ୍ତ୍ରଣରେ ପଶି ଆସିଥିଲା ଏକ କଲରାପତରିଆ ବାଘ । ଯେଉଁଥିପାଇଁ ବାହା ମଣ୍ଡପରେ ଭୟର ବାତାବରଣ ଖେଳିଯାଇଥିଲା । ଉତ୍ତରପ୍ରଦେଶର ଲକ୍ଷ୍ମୌରୁ ଆସିଛି ଏମିତି ଚକିତ କଲା ଭଳି ଖବର ।

ବୁଧବାର ରାତି ସମୟ । ବୁଦ୍ଧେଶ୍ବର ଏମ୍ଏମ୍ ଲନ୍ରେ ଚାଲିଥିବା ବିବାହ ଉତ୍ସବ । ଲୋକାରଣ୍ୟ ଥିଲା ମଣ୍ଡପ । ବର କନ୍ୟାଙ୍କୁ ଆଶୀର୍ବାଦ କରିବାକୁ ଅତିଥିଙ୍କ ଭିଡ ଲାଗିଥିଲା । ହେଲେ ହଠାତ ବାଘର ଗର୍ଜନ ଶୁଣି ସମସ୍ତଙ୍କ ପିଳେହି ପାଣି ହୋଇଗଲା । ସେ ବାଘ ହଠାତ କୁଆଡୁ ଆସିଲା କେହି ଜାଣିନଥିଲେ । ସମସ୍ତେ ଭୟରେ ଦୌଡିଥିଲେ । ଏମିତିକି ବାଘକୁ କାବୁ କରିବାକୁ ଯାଇ ବନ କର୍ମଚାରୀ ଆହତ ହୋଇଥିଲେ

। ଘଟଣାସ୍ଥଳରେ ପୋଲିସ,ବନ ବିଭାଗ ଟିମ୍ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲେ । ବାଘକୁ କାବୁ କରିବାର ପୁରା ଭିଜୁଆଲ ସିସିଟିଭିରେ କଏଦ ହୋଇଛି । ବାଘ ଧରିବାକୁ ବନବିଭାଗକୁ ନାକେଦମ ହେବାକୁ ପଡିଛି । ପ୍ରାୟ ୮ ଘଣ୍ଟାର କସରତ ପରେ ଗୁରୁବାର ସକାଳୁ ବାଘ ଧରାପଡିଛି । ବିନା ନିମନ୍ତ୍ରଣରେ ବାଘଟି ଆସି ଯେମିତି ସମସ୍ତଙ୍କୁ ଭୟଭୀତ କରିଥିଲା ସେ ସଂପର୍କରେ ଦିନ ସାରା ସହରରେ ଚର୍ଚ୍ଚା ଆଲୋଚନା ଚାଲିଥିଲା ।