ବାୟୁସେନା ଏବଂ ନୌସେନା ରାଫେଲ୍ରେ କଣ ରହିଛି ଅନ୍ତର ? ଜାଣନ୍ତୁ…
ନୂଆଦିଲ୍ଲୀ ୨୩।୦୫: ଭାରତର ଶକ୍ତି ହେଉଛି ରାଫେଲ୍ । ଫ୍ରାନ୍ସର ମଲ୍ଟି ରୋଲ୍ ଫାଇଟର ଜେଟ୍ ରାଫେଲ୍ ଭାରତର ବାୟୁସେନା ଏବଂ ନୌସେନାର ଶକ୍ତି ବଢାଇଥାଏ । କିନ୍ତୁ ଉଭୟ ରାଫେଲ୍ରେ ରହିଛି ବହୁତ ପାର୍ଥକ୍ୟ । ଆସନ୍ତୁ ଜାଣିବା...ରାଫେଲ୍କୁ ଫ୍ରାନ୍ସ କମ୍ପାନୀ ଡସୋଲ୍ଟ ଆଭିଏସନ୍ ତିଆରି କରିଥିଲା । ଏହା ବାୟୁରୁ ବାୟୁକୁ ଏବଂ ଭୂମିରୁ ବାୟୁ ଟାର୍ଗେଟ୍ କରିବାରେ ସକ୍ଷମ । ଭାରତ ୨୦୧୬ରେ ୩୬ଟି ରାଫେଲ୍ ବାୟୁସେନା ପାଇଁ କିଣିଥିଲା । ସେତେବେଳେ ନୌସେନା ପାଇଁ ରାଫେଲ୍-M ବିଷୟରେ ଚାଲିଥିଲା ଚର୍ଚ୍ଚା । ଭାରତୀୟ ବାୟୁସେନା ପାଖରେ ରାଫେଲ୍ ଡିଏଚ୍ (ଡବଲ୍ ସିଟ୍) ଏବଂ ବିଏଚ୍ (ସିଙ୍ଗଲ ସିଟ୍) ରହିଛି । ଏହି ଜେଟ୍ ଆକାଶମାର୍ଗ ଏବଂ ସଠିକ୍ ବୋମାବର୍ଷା ଏବଂ ଲମ୍ବା ଦୂରତା ମିଶନ ପାଇଁ ଡିଜାଇନ୍ କରାଯାଇଛି । ନୌସେନା ରାଫେଲ୍ ମରିନ୍ ବିଶେଷ ଭାବେ ବିମାନ ବାହକ ପୋତ, ଯେପରି ଆଇଏନ୍ଏଲ୍ ବିକ୍ରାନ୍ତରୁ ଅପରେସନ୍ ପାଇଁ ତିଆରି କରାଯାଇଛି । ଏହି ସିଙ୍ଗଲ ସିଟ ଜେଟ୍ ସମୁଦ୍ରରେ ଆଟାକ୍, ନୌସେନା ଯୁଦ୍ଧରେ ମାହିର ହୋଇଥାଏ । ରାଫେଲ୍ ଏମ୍ରେ ମଜବୁତ ଲ୍ୟାଣ୍ଡିଂ ଗିୟର ଏବଂ ଟେଲ୍ ହୁକ୍ ରହିଛି । ଯାହା ବିମାନବାହକ ପୋତରେ ଲ୍ୟାଣ୍ଡ କରିବା ପାଇଁ ଜରୁରୀ ହୋଇଥାଏ । ଅନ୍ୟପଟେ ବାୟୁସେନା ରାଫେଲ୍ ହାଲୁକା ଏବଂ ଭୂମିରୁ ଅପରେସନ୍ ପାଇଁ ଅନୁକୂଳ ହୋଇଥାଏ । ବାୟୁସେନା ରାଫେଲ୍ ମେଟିୟୋର ଏବଂ ସ୍କାଲ୍ପ ମିସାଇଲ୍ ସହିତ ଦୀର୍ଘ ଦୂରତା ଯାଏଁ ଆକାଶରେ ଏବଂ ଭୂମ
ନୂଆଦିଲ୍ଲୀ ୨୩।୦୫: ଭାରତର ଶକ୍ତି ହେଉଛି ରାଫେଲ୍ । ଫ୍ରାନ୍ସର ମଲ୍ଟି ରୋଲ୍ ଫାଇଟର ଜେଟ୍ ରାଫେଲ୍ ଭାରତର ବାୟୁସେନା ଏବଂ ନୌସେନାର ଶକ୍ତି ବଢାଇଥାଏ । କିନ୍ତୁ ଉଭୟ ରାଫେଲ୍ରେ ରହିଛି ବହୁତ ପାର୍ଥକ୍ୟ । ଆସନ୍ତୁ ଜାଣିବା...
ରାଫେଲ୍କୁ ଫ୍ରାନ୍ସ କମ୍ପାନୀ ଡସୋଲ୍ଟ ଆଭିଏସନ୍ ତିଆରି କରିଥିଲା । ଏହା ବାୟୁରୁ ବାୟୁକୁ ଏବଂ ଭୂମିରୁ ବାୟୁ ଟାର୍ଗେଟ୍ କରିବାରେ ସକ୍ଷମ । ଭାରତ ୨୦୧୬ରେ ୩୬ଟି ରାଫେଲ୍ ବାୟୁସେନା ପାଇଁ କିଣିଥିଲା । ସେତେବେଳେ ନୌସେନା ପାଇଁ ରାଫେଲ୍-M ବିଷୟରେ ଚାଲିଥିଲା ଚର୍ଚ୍ଚା । ଭାରତୀୟ ବାୟୁସେନା ପାଖରେ ରାଫେଲ୍ ଡିଏଚ୍ (ଡବଲ୍ ସିଟ୍) ଏବଂ ବିଏଚ୍ (ସିଙ୍ଗଲ ସିଟ୍) ରହିଛି ।
ଏହି ଜେଟ୍ ଆକାଶମାର୍ଗ ଏବଂ ସଠିକ୍ ବୋମାବର୍ଷା ଏବଂ ଲମ୍ବା ଦୂରତା ମିଶନ ପାଇଁ ଡିଜାଇନ୍ କରାଯାଇଛି । ନୌସେନା ରାଫେଲ୍ ମରିନ୍ ବିଶେଷ ଭାବେ ବିମାନ ବାହକ ପୋତ, ଯେପରି ଆଇଏନ୍ଏଲ୍ ବିକ୍ରାନ୍ତରୁ ଅପରେସନ୍ ପାଇଁ ତିଆରି କରାଯାଇଛି । ଏହି ସିଙ୍ଗଲ ସିଟ ଜେଟ୍ ସମୁଦ୍ରରେ ଆଟାକ୍, ନୌସେନା ଯୁଦ୍ଧରେ ମାହିର ହୋଇଥାଏ । ରାଫେଲ୍ ଏମ୍ରେ ମଜବୁତ ଲ୍ୟାଣ୍ଡିଂ ଗିୟର ଏବଂ ଟେଲ୍ ହୁକ୍ ରହିଛି । ଯାହା ବିମାନବାହକ ପୋତରେ ଲ୍ୟାଣ୍ଡ କରିବା ପାଇଁ ଜରୁରୀ ହୋଇଥାଏ ।
ଅନ୍ୟପଟେ ବାୟୁସେନା ରାଫେଲ୍ ହାଲୁକା ଏବଂ ଭୂମିରୁ ଅପରେସନ୍ ପାଇଁ ଅନୁକୂଳ ହୋଇଥାଏ । ବାୟୁସେନା ରାଫେଲ୍ ମେଟିୟୋର ଏବଂ ସ୍କାଲ୍ପ ମିସାଇଲ୍ ସହିତ ଦୀର୍ଘ ଦୂରତା ଯାଏଁ ଆକାଶରେ ଏବଂ ଭୂମିରେ ଆକ୍ରମଣ କରିପାରିବ । ରାଫେଲ୍ ଏମ୍ରେ ଆଣ୍ଟିସିପ୍ ମିସାଇଲ୍ ଏବଂ ସମୁଦ୍ରୀ ଟୋହି ସେନ୍ସର ରହିଛି । ବାୟୁସେନାର ରାଫେଲ୍ ମୁକାବିଲାରେ ରାଫେଲ୍ ଏମ୍ର ରେଞ୍ଜ କମ୍ ହୋଇଥାଏ । କିନ୍ତୁ ଏହା ସମୁଦ୍ରରେ ନଜର, ନୌସେନା ଯୁଦ୍ଧ ଏବଂ ବିମାନବାହକର ରକ୍ଷା ପାଇଁ ସବୁଠାରୁ ଭଲ ବିକଳ୍ପ ହୋଇଥାଏ ।
ରାଫେଲ୍-ଏମ୍ ପାଇଲ୍ଟ ବିମାନବାହକ ଲ୍ୟାଣ୍ଡିଂର ବିଶେଷ ପ୍ରଶିକ୍ଷଣ ଆବଶ୍ୟକ ହୋଇଥାଏ । ଯାହା ବାୟୁସେନା ପ୍ରଶିକ୍ଷଣ ଠାରୁ ଅଧିକ କଠିନ ହୋଇଥାଏ । ବାୟୁସେନାର ରାଫେଲ୍ ଆକାଶରେ ଏବଂ ନୌସେନାର ରାଫେଲ୍-ଏମ୍ ସମୁଦ୍ରରେ ଭାରତର ରକ୍ଷାକୁ ଅଜେୟ କରିଥାଏ । ଉଭୟ ଗୋଟିଏ ଟେକନିକ୍ ଉପରେ ଆଧାରିତ । କିନ୍ତୁ ନିଜ ମିଶନ ପାଇଁ ଖାସ୍ ଭାବେ ତିଆରି କରାଯାଏ ।