ବିଓଆଇର ଗ୍ରାହକ ସମ୍ମିଳନୀ

ଭୁବନେଶ୍ୱର,୧୫ା୭(ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ) ର ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକ ଦିନିକିଆ ଗ୍ରାହକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ବିଶେଷ କରି କିଷାନ ମହାମାସ ଉପଲକ୍ଷେ ଏହି ଗ୍ରାହକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ବ୍ୟାଙ୍କ ପକ୍ଷରୁ କୃଷି ଏବଂ ଶିଳ୍ପ ଋଣ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ଯୋଜନା ବିଷୟରେ ଗ୍ରାହକମାନଙ୍କୁ ଅବଗତ କରାଯାଇଥିଲା। ଏପରିକି ଗ୍ରାହକମାନେ କିପରି ଏହିସବୁ ଯୋଜନା ସୁଚାରୁ ରୂପରେ ଉପଲବ୍ଧ କରିପାରିବେ ତା’ ଉପରେ ପ୍ରାଧାନ୍ୟ ଦିଆଯାଇଥିଲା। […] The post ବିଓଆଇର ଗ୍ରାହକ ସମ୍ମିଳନୀ appeared first on Dharitri Odia News.

ବିଓଆଇର ଗ୍ରାହକ ସମ୍ମିଳନୀ

ଭୁବନେଶ୍ୱର,୧୫ା୭(ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ) ର ସମ୍ବଲପୁର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଏକ ଦିନିକିଆ ଗ୍ରାହକ ସମ୍ମିଳନୀର ଆୟୋଜନ କରାଯାଇଥିଲା। ବିଶେଷ କରି କିଷାନ ମହାମାସ ଉପଲକ୍ଷେ ଏହି ଗ୍ରାହକ ସମ୍ମିଳନୀ ଆୟୋଜିତ ହୋଇଥିଲା। ଏଥିରେ ବ୍ୟାଙ୍କ ପକ୍ଷରୁ କୃଷି ଏବଂ ଶିଳ୍ପ ଋଣ ସମ୍ବନ୍ଧୀୟ ବିଭିନ୍ନ ପ୍ରକାର ଯୋଜନା ବିଷୟରେ ଗ୍ରାହକମାନଙ୍କୁ ଅବଗତ କରାଯାଇଥିଲା। ଏପରିକି ଗ୍ରାହକମାନେ କିପରି ଏହିସବୁ ଯୋଜନା ସୁଚାରୁ ରୂପରେ ଉପଲବ୍ଧ କରିପାରିବେ ତା’ ଉପରେ ପ୍ରାଧାନ୍ୟ ଦିଆଯାଇଥିଲା।

ଏହି ସଭାରେ ୫୦ରୁ ଊର୍ଦ୍ଧ୍ୱ ନୂତନ ଗ୍ରାହକ ଯୋଗଦେଇଥିଲେ ଏବଂ କିପରି ସେମାନେ ବ୍ୟାଙ୍କ ସହ ଜଡ଼ିତ ହୋଇ ସମସ୍ତ ପ୍ରକାର ଯୋଜନାର ଲାଭ ନେଇପାରିବେ ତା’ ଉପରେ ଆଲୋଚନା କରାଯାଇଥିଲା। ଏହି ସଭାରେ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ସମ୍ବଲପୁର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ଶ୍ରୀଜିତ୍‌ ଶଙ୍କର ବେହେରା, ଉପ ଆଞ୍ଚଳିକ ପ୍ରବନ୍ଧକ ନିବେଦିତା ମିଶ୍ର, ବଲାଙ୍ଗୀର ବ୍ୟାଙ୍କ ଶାଖା ପ୍ରବନ୍ଧକ ଅଶୋକ ମେହେର, ସୋନପୁର ଶାଖା ପ୍ରବନ୍ଧକ ସୁଜିତ୍‌ ମିଶ୍ର ଏବଂ ପାଟଣାଗଡ଼ ଶାଖା ପ୍ରବନ୍ଧକ ହିମାଂଶୁ ପ୍ରଧାନ ପ୍ରମୁଖ ଯୋଗଦେଇ ଗ୍ରାହକଙ୍କୁ ସମ୍ମିଳନୀର ଆଭିମୁଖ୍ୟ ଓ ଯୋଜାନଗୁଡିକର ସଫଳ ରୂପାନ୍ତରିତ କରିଥିଲେ।

The post ବିଓଆଇର ଗ୍ରାହକ ସମ୍ମିଳନୀ appeared first on Dharitri Odia News.