ବିଓବି କଟକ କ୍ଷେତ୍ର ପକ୍ଷରୁ ରାଜଭାଷା ସଂଗୋଷ୍ଠୀ କାର୍ଯ୍ୟକ୍ରମ
ଭୁବନେଶ୍ୱର,୨।୭: (ଅଭୟ ଦାଶ): ବ୍ୟାଙ୍କ ଅଫ୍ ବରୋଦା(ବିଓବି)ର କଟକ କ୍ଷେତ୍ରୀୟ କାର୍ଯ୍ୟାଳୟ ଏବଂ ରେଭେନ୍ଶା ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗ(ତତ୍ତ୍ବାବଧାନ)ରେ ପ୍ରସିଦ୍ଧ ହିନ୍ଦୀ କବି ନାଗାର୍ଜୁନଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ରାଜଭାଷା ସଂଗୋଷ୍ଠୀ କାର୍ଯ୍ୟକ୍ରମ ସୋମବାର ରେଭେନ୍ଶା ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଏପିରିକି ‘ନାଗାର୍ଜୁନଙ୍କ ରଚନାରେ ଜନ ଜାଗୃତି’ଶୀର୍ଷକ ବିଷୟବସ୍ତୁ (ଏହି ରାଜଭାଷା ସଂଗୋଷ୍ଠୀର ବିଷୟବସ୍ତୁ ଥଲା) ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଉଲ୍ଲେଖଯୋଗ୍ୟ, କଟକ ରେଭେନ୍ଶା ବିଶ୍ୱବିଦ୍ୟାଳୟ ହିନ୍ଦୀ ବିଭାଗର […] The post ବିଓବି କଟକ କ୍ଷେତ୍ର ପକ୍ଷରୁ ରାଜଭାଷା ସଂଗୋଷ୍ଠୀ କାର୍ଯ୍ୟକ୍ରମ appeared first on Dharitri Odia News.
ଭୁବନେଶ୍ୱର,୨।୭: (ଅଭୟ ଦାଶ): ବ୍ୟାଙ୍କ ଅଫ୍ ବରୋଦା(ବିଓବି)ର କଟକ କ୍ଷେତ୍ରୀୟ କାର୍ଯ୍ୟାଳୟ ଏବଂ ରେଭେନ୍ଶା ବିଶ୍ୱବିଦ୍ୟାଳୟର ମିଳିତ ସହଯୋଗ(ତତ୍ତ୍ବାବଧାନ)ରେ ପ୍ରସିଦ୍ଧ ହିନ୍ଦୀ କବି ନାଗାର୍ଜୁନଙ୍କ ଜନ୍ମ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ଆୟୋଜିତ ରାଜଭାଷା ସଂଗୋଷ୍ଠୀ କାର୍ଯ୍ୟକ୍ରମ ସୋମବାର ରେଭେନ୍ଶା ବିଶ୍ୱବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା। ଏପିରିକି ‘ନାଗାର୍ଜୁନଙ୍କ ରଚନାରେ ଜନ ଜାଗୃତି’ଶୀର୍ଷକ ବିଷୟବସ୍ତୁ (ଏହି ରାଜଭାଷା ସଂଗୋଷ୍ଠୀର ବିଷୟବସ୍ତୁ ଥଲା) ଉପରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ଉଲ୍ଲେଖଯୋଗ୍ୟ, କଟକ ରେଭେନ୍ଶା ବିଶ୍ୱବିଦ୍ୟାଳୟ ହିନ୍ଦୀ ବିଭାଗର ବିଭାଗୀୟ ମୁଖ୍ୟ ପ୍ରଫେସର ଡ. ଅଞ୍ଜୁମାନ ଆରା ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ଅପରପକ୍ଷରେ ବିଓବି କଟକ କ୍ଷେତ୍ରର ରାଜଭାଷା ଅଧିକାରୀ ମନୀଷା ଯାଦବ ଉକ୍ତ କାର୍ଯ୍ୟକ୍ରମର ସଂକ୍ଷିପ୍ତ ବିବରଣୀ ପ୍ରଦାନ କରିଥିଲେ। ଏହି ପରିପ୍ରେକ୍ଷୀରେ ବିଶ୍ୱବିଦ୍ୟାଳୟର ଅଧ୍ୟାପକ ଡ.ଅଭିଷେକ ଶର୍ମା,ବିଶାଳ ସାହୁ, ଶାମୁକା ପଟ୍ଟନାୟକ, ନୀହାରିକା ଦଳେଇଙ୍କ ସମେତ ବିଶ୍ୱବିଦ୍ୟଳୟର ଶିକ୍ଷାର୍ଥୀମାନେ ନାଗାର୍ଜୁନଙ୍କ ଉପରେ ସାରଗର୍ଭକ ମତାମତ ଦେଇଥିଲେ। ସେହିଭଳି ବିଓବିର ମୁଖ୍ୟ ପ୍ରବନ୍ଧକ ଜି.ସି. ପାଣିଗ୍ରାହୀ ବିଭିନ୍ନ ବ୍ୟାଙ୍କିଙ୍ଗ୍ ଏବଂ ରାଜଭାଷା ସମ୍ବନ୍ଧୀୟ ପଦକ୍ଷେପ ଉପରେ ବିସ୍ତୃତ ଆଲୋକପାତ ସହ ଉପସ୍ଥିତ ସବୁ ବର୍ଗର ଶୁଦ୍ଧିଜନଙ୍କୁ ଅବଗତ କରାଇଥିଲେ।
ସେହିପରି ବ୍ୟାଙ୍କର କ୍ଷେତ୍ରୀୟ ଡିଜିଟାଲ ପ୍ରବନ୍ଧକ ସୁକାନ୍ତ ପାଲ ଏବଂ ମାର୍କେଟିଂ ପ୍ରବନ୍ଧକ ସୁଭାଷ ବେହେରା ଫି ସଂଗ୍ରହ ମଡ୍ୟୁଲ (ପେମେଣ୍ଟ ଗେଟ ୱେ) ଏବଂ ବ୍ୟାଙ୍କ ଦ୍ୱାରା ପ୍ରସ୍ତୁତ ମାର୍କେଟିଂ ପଦକ୍ଷେପ ବିଷୟରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ପରିଶେଷରେ ଅତିଥି ବକ୍ତା ଇମରାନା ଇସ୍ରାଏଲ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଓବିର ଅଧିକାରୀ, ବିଶ୍ୱବିଦ୍ୟାଳୟ ହିନ୍ଦୀ ବିଭାଗର ବିଭାଗୀୟ ମୁଖ୍ୟ, ଅଧ୍ୟାପକ ଏବଂ ଶିକ୍ଷାର୍ଥୀମାନେ ଉପସ୍ଥିତ ଥିଲେ।
The post ବିଓବି କଟକ କ୍ଷେତ୍ର ପକ୍ଷରୁ ରାଜଭାଷା ସଂଗୋଷ୍ଠୀ କାର୍ଯ୍ୟକ୍ରମ appeared first on Dharitri Odia News.