ବିଓବିର ୧୧୭ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ବରୋଦା(ବିଓବି)ର ୧୧୭ ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏପରିକି ବିଓବି କଟକ କ୍ଷେତ୍ରୀୟ କାର୍ଯ୍ୟାଳୟଠାରେ ମଧ୍ୟ ବ୍ୟାଙ୍କର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ କଟକ ବକ୍ସି ବଜାରସ୍ଥିତ ଚଳଚ୍ଚିତ୍ର ଭବନଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଜରିଆରେ ରୋଗୀସେବା ପାଇଁ ବ୍ୟାଙ୍କ ପକ୍ଷରୁ ୪ଟି ଷ୍ଟ୍ରେଚର ଏବଂ ୪ଟି ହୁଇଲ ଚେୟାର ହସ୍ପିଟାଲକୁ ପ୍ରଦାନ କରାଯାଇଥିଲା। […] The post ବିଓବିର ୧୧୭ତମ ପ୍ରତିଷ୍ଠା ଦିବସ appeared first on Dharitri Odia News.

ବିଓବିର ୧୧୭ତମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର,୨୩।୭ (ଅଭୟ ଦାଶ): ବ୍ୟାଙ୍କ ଅଫ୍‌ ବରୋଦା(ବିଓବି)ର ୧୧୭ ତମ ପ୍ରତିଷ୍ଠା ଦିବସ ନିକଟରେ ପାଳିତ ହୋଇଯାଇଛି। ଏପରିକି ବିଓବି କଟକ କ୍ଷେତ୍ରୀୟ କାର୍ଯ୍ୟାଳୟଠାରେ ମଧ୍ୟ ବ୍ୟାଙ୍କର ପ୍ରତିଷ୍ଠା ଦିବସ ପାଳନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ବ୍ୟାଙ୍କର କ୍ଷେତ୍ରୀୟ କାର୍ଯ୍ୟାଳୟ ପକ୍ଷରୁ କଟକ ବକ୍ସି ବଜାରସ୍ଥିତ ଚଳଚ୍ଚିତ୍ର ଭବନଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଜରିଆରେ ରୋଗୀସେବା ପାଇଁ ବ୍ୟାଙ୍କ ପକ୍ଷରୁ ୪ଟି ଷ୍ଟ୍ରେଚର ଏବଂ ୪ଟି ହୁଇଲ ଚେୟାର ହସ୍ପିଟାଲକୁ ପ୍ରଦାନ କରାଯାଇଥିଲା। ସେହିଭଳି ବ୍ୟାଙ୍କର କ୍ଷେତ୍ରୀୟ କାର୍ଯ୍ୟାଳୟ ପରିସରରେ ଏକ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଥିଲାବେଳେ ଛୋଟଛୋଟ ପିଲାମାନଙ୍କ ମଧ୍ୟରେ ଚିତ୍ରାଙ୍କନ ଏବଂ ରଙ୍ଗୋଲି ପ୍ରତିଯୋଗିତା ଭଳି କାର୍ଯ୍ୟକ୍ରମର ଆୟୋଜନ କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ ମଧ୍ୟ କରାଯାଇଥିଲା। ଏହାପରେ କ୍ଷେତ୍ରୀୟ କାର୍ଯ୍ୟାଳୟଠାରେ ସମସ୍ତ କର୍ମଚାରୀଙ୍କର ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ କ୍ଷେତ୍ରୀୟ ପ୍ରମୁଖ ରଞ୍ଜିତ କୁମାର ଉଦ୍‌ବୋଧନ ଦେଇ ବ୍ୟାଙ୍କର ଭବିଷ୍ୟତ ଯୋଜନାଗୁଡ଼ିକ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପ-କ୍ଷେତ୍ରୀୟ ପ୍ରମୁଖ ସଂଗ୍ରାମ ଜି.ପି.ବେହେରା, ରାଜେନ ପକ୍ଷାୟତ ଏବଂ ଚିତ୍ତରଞ୍ଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

The post ବିଓବିର ୧୧୭ତମ ପ୍ରତିଷ୍ଠା ଦିବସ appeared first on Dharitri Odia News.