ବିକାଶ ଆଜି ଓଡିଶାର ନୂଆ ପରିଚୟ ହୋଇଛି, ଆଗକୁ ଆହୁରି ଅନେକ କାମ କରିବାକୁ ଅଛି : ମୁଖ୍ୟମନ୍ତ୍ରୀ

ଚଣ୍ଡିଖୋଲ : ଆଜି ବିକାଶ ସାଜିଛି ନୂଆ ଓଡ଼ିଶାର ପରିଚୟ । ଚଣ୍ଡିଖୋଲ ସଭାରେ ଯୋଗଦେଇ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଣ୍ଡିଖୋଲ ସମାବେଶରେ ୨୦ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଲୋକର୍ପଣ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ଚଣ୍ଡିଖୋଲ ସଭାରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି ଭାରତୀୟ ଅର୍ଥନୀତିକୁ ପ୍ରଧାନମନ୍ତ୍ରୀ ନୂଆ ଗତି ଦେଇଛନ୍ତି । ଯାହା ପାଇଁ ଭାରତ […]

ବିକାଶ ଆଜି ଓଡିଶାର ନୂଆ ପରିଚୟ ହୋଇଛି, ଆଗକୁ ଆହୁରି ଅନେକ କାମ କରିବାକୁ ଅଛି : ମୁଖ୍ୟମନ୍ତ୍ରୀ
Development is the new identity of Odisha today: Chief Minister

ଚଣ୍ଡିଖୋଲ : ଆଜି ବିକାଶ ସାଜିଛି ନୂଆ ଓଡ଼ିଶାର ପରିଚୟ । ଚଣ୍ଡିଖୋଲ ସଭାରେ ଯୋଗଦେଇ ଏପରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଚଣ୍ଡିଖୋଲ ସମାବେଶରେ ୨୦ ହଜାର କୋଟିର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ, ଲୋକର୍ପଣ ଓ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଏହି ଅବସରରେ ଚଣ୍ଡିଖୋଲ ସଭାରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି ଭାରତୀୟ ଅର୍ଥନୀତିକୁ ପ୍ରଧାନମନ୍ତ୍ରୀ ନୂଆ ଗତି ଦେଇଛନ୍ତି । ଯାହା ପାଇଁ ଭାରତ ଏବେ ବିଶ୍ବର ପଞ୍ଚମ ବୃହତ୍ତମ ଅର୍ଥନୀତି ହୋଇପାରିଛି । ଖୁବ୍ ଶୀଘ୍ର ଏହା ତୃତୀୟ ବୃହତ୍ତମ ଅର୍ଥନୀତି ହେବାକୁ ଯାଉଛି ।

ଏଥି ସହିତ ପ୍ରଧାନମନ୍ତ୍ରୀ ଓଡିଶାର ବିକାଶକୁ ଗୁରୁତ୍ୱ ଦେଇଥିବାରୁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ ବିଜୁ ପଟ୍ଟନାୟକଙ୍କ ବିଷୟରେ କହିଥିଲେ । ଏହି ଅବସରରେ ତାଙ୍କୁ ଆଜି ତାଙ୍କ ଜନ୍ମ ଦିନରେ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । କହିଛନ୍ତି ବିଜୁ ପଟ୍ଟନାୟକଙ୍କ ଦେଶ, ଏପରିକି ବିଦେଶର ସ୍ବାଧିନତା ସଂଗ୍ରାମରେ ମଧ୍ୟ ନିଜର ଗୁରୁତ୍ବପୁର୍ଣ୍ଣ ଅବଦାନ ରଖିଛନ୍ତି। ଓଡ଼ିଶାର ଉନ୍ନତି ଏବଂ ଓଡ଼ିଆ ଜାତିର ଉନ୍ନତି ପାଇଁ ସେ ସାରା ଜୀବନ କାମ କରି ଯାଇଛନ୍ତି। ୧୯୯୦ରେ ସେ କଳିଙ୍ଗ ନଗରକୁ ଇଣ୍ଡଷ୍ଟ୍ରିଆଲ୍ ହବ୍ କରିବା ପାଇଁ ବିଜୁ ବାବୁ ଚିନ୍ତା କରିଥିଲେ । ଆଜି କଳିଙ୍ଗ ନଗର ଦେଶର ଷ୍ଟିଲ ହବ୍ ହୋଇପାରିଛି। କେବଳ ଓଡ଼ିଶା ନୁହେଁ, ସାରା ଦେଶ ଏଥିରୁ ଲାଭ ପାଉଛି। ଏହା ସହ କହିଛନ୍ତି ଆଜି ଓଡିଶା ପୂର୍ବ ଭାରତର ଏକ ପ୍ରମୂଖ ଉତ୍ପାଦନ କେନ୍ଦ୍ର ହେବାକୁ ଯାଉଛି ।

ଏହା ସହ କହିଛନ୍ତି, ମିଶନ ଶକ୍ତି ମା’ ମାନେ ଆଜି ଉଦ୍ୟୋଗୀ ହେବାକୁ ଆଗେଇ ଆସୁଛନ୍ତି । ପୁଞ୍ଜିନିବେଶ କ୍ଷେତ୍ରରେ ଓଡିଶା ଆଜି ଦେଶର ଦ୍ବିତୀୟ ରାଜ୍ୟ ହୋଇପାରିଛି । ମହାପ୍ରଭୁଙ୍କ ଆଶୀର୍ବାଦ ଓ କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଶୁଭେଚ୍ଛା ଓ ସହଯୋଗରେ ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ସମଲେଇ ପ୍ରକଳ୍ପ ଲୋକାର୍ପିତ ହୋଇଛି । ମା’ ବିରଜାଙ୍କ ମନ୍ଦିରର ରୂପାନ୍ତର କାମ ଚାଲିଛି । ବିକାଶ ଆଜି ଓଡିଶାର ନୂଆ ପରିଚୟ ହୋଇଛି । ଆଗକୁ ଆହୁରି ଅନେକ କାମ କରିବାକୁ ଅଛି ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।