ବିକ୍ରି କରିଥିବା ଫାଇଟର ଜେଟ୍କୁ କଣ ସେହି ଦେଶ ବିରୋଧରେ କରିହେବ ପ୍ରୟୋଗ, ଜାଣନ୍ତୁ...
ନୂଆଦିଲ୍ଲୀ ୦୭।୧୨: ଅନେକ ସମୟରେ ଶୁଣାଯାଏ ଭାରତ ଆମେରିକା, ଫ୍ରାନ୍ସ କିମ୍ବା ରୁଷ ଠାରୁ ଫାଇଟର ଜେଟ୍ କିଣୁଛି । କିନ୍ତୁ ଏହି ଫାଇଟର ଜେଟ୍କୁ କଣ ବିକ୍ରି କରିଥିବା ସେହି ଦେଶ ବିରୋଧରେ ପ୍ରୟୋଗ କରିହେବ । ଅର୍ଥାତ୍ ଯଦି ଭାରତ ଆମେରିକା ଠାରୁ କୌଣସି ଫାଇଟର ଜେଟ୍ କିଣିଛି । ଆଉ ଯଦି ଆମେରିକା ଓ ଭାରତ ମଧ୍ୟରେ ଯୁଦ୍ଦ ହୁଏ, ତେବେ ଭାରତ କଣ ଆମେରିକା ବିପକ୍ଷରେ ତା ନିଜର ଫାଇଟର ଜେଟ୍ ବ୍ୟବହାର କରିପାରିବ ? ଏହାକୁ ନେଇ କଣ ରହିଛି ନିୟମ ? ଏହାର ଉତ୍ତର ହେଉଛି ହଁ । ବାସ୍ତବରେ ଆମେରିକା ବିକ୍ରି କରିଥିବା ଫାଇଟର ଜେଟ୍କୁ ତା ବିରୁଦ୍ଧରେ ପ୍ରୟୋଗ କରାଯାଇପାରିବ । ଯଦି ଭାରତ ଆମେରିକାରୁ ଏକ ଯୁଦ୍ଧ ବିମାନ କିଣିଛି, ତେବେ ଯୁଦ୍ଧରେ ଆମେରିକା ବିରୋଧରେ ଏହା ଫାଇଟର ଜେଟ୍ ବ୍ୟବହାର କରିପାରିବ । ତେବେ ଏହାକୁ ନେଇ କୌଣସି ନିର୍ଦ୍ଦେଶନାମା ନାହିଁ, ଯେଉଁଥିରେ ଭାରତ ଆମେରିକା ବିରୋଧରେ ସେହି ଯୁଦ୍ଧ ବିମାନକୁ ବ୍ୟବହାର କରିପାରିବନି । କହି ରଖୁଛୁ କି ଆମେରିକା ଭାରତ ସମେତ ଅନ୍ୟ ଦେଶକୁ ଅନେକ ଯୁଦ୍ଧ ବିମାନ ବିକ୍ରି କରେ । ଯେଉଁଥିରେ F-15 ଇଗଲ୍, F-16 ଫାଇଟିଙ୍ଗ ଫାଲକନ୍, F-22 ରାପ୍ଟର ଏବଂ F-35A ଲାଇନିଙ୍ଗ୍ II ସାମିଲ ରହିଛି । ଆମେରିକାର ଫାଇଟର ଜେଟ୍ ଆକାଶମାର୍ଗରେ ଶ୍ରେଷ୍ଠତା ହାସଲ କରିବା ଏବଂ ଏହାକୁ ବଜାୟ ରଖିବା ବ୍ୟତୀତ ଉଭୟ ଏୟାର-ଟୁ-ଏୟାର ଏବଂ ଏୟାର-ଟୁ-ଗ୍ରାଉଣ୍ଡ ମିଶନ କରିବାରେ ହୋଇଥାଏ ମାହିର । କି
ନୂଆଦିଲ୍ଲୀ ୦୭।୧୨: ଅନେକ ସମୟରେ ଶୁଣାଯାଏ ଭାରତ ଆମେରିକା, ଫ୍ରାନ୍ସ କିମ୍ବା ରୁଷ ଠାରୁ ଫାଇଟର ଜେଟ୍ କିଣୁଛି । କିନ୍ତୁ ଏହି ଫାଇଟର ଜେଟ୍କୁ କଣ ବିକ୍ରି କରିଥିବା ସେହି ଦେଶ ବିରୋଧରେ ପ୍ରୟୋଗ କରିହେବ । ଅର୍ଥାତ୍ ଯଦି ଭାରତ ଆମେରିକା ଠାରୁ କୌଣସି ଫାଇଟର ଜେଟ୍ କିଣିଛି । ଆଉ ଯଦି ଆମେରିକା ଓ ଭାରତ ମଧ୍ୟରେ ଯୁଦ୍ଦ ହୁଏ, ତେବେ ଭାରତ କଣ ଆମେରିକା ବିପକ୍ଷରେ ତା ନିଜର ଫାଇଟର ଜେଟ୍ ବ୍ୟବହାର କରିପାରିବ ? ଏହାକୁ ନେଇ କଣ ରହିଛି ନିୟମ ?
ଏହାର ଉତ୍ତର ହେଉଛି ହଁ । ବାସ୍ତବରେ ଆମେରିକା ବିକ୍ରି କରିଥିବା ଫାଇଟର ଜେଟ୍କୁ ତା ବିରୁଦ୍ଧରେ ପ୍ରୟୋଗ କରାଯାଇପାରିବ । ଯଦି ଭାରତ ଆମେରିକାରୁ ଏକ ଯୁଦ୍ଧ ବିମାନ କିଣିଛି, ତେବେ ଯୁଦ୍ଧରେ ଆମେରିକା ବିରୋଧରେ ଏହା ଫାଇଟର ଜେଟ୍ ବ୍ୟବହାର କରିପାରିବ । ତେବେ ଏହାକୁ ନେଇ କୌଣସି ନିର୍ଦ୍ଦେଶନାମା ନାହିଁ, ଯେଉଁଥିରେ ଭାରତ ଆମେରିକା ବିରୋଧରେ ସେହି ଯୁଦ୍ଧ ବିମାନକୁ ବ୍ୟବହାର କରିପାରିବନି ।
କହି ରଖୁଛୁ କି ଆମେରିକା ଭାରତ ସମେତ ଅନ୍ୟ ଦେଶକୁ ଅନେକ ଯୁଦ୍ଧ ବିମାନ ବିକ୍ରି କରେ । ଯେଉଁଥିରେ F-15 ଇଗଲ୍, F-16 ଫାଇଟିଙ୍ଗ ଫାଲକନ୍, F-22 ରାପ୍ଟର ଏବଂ F-35A ଲାଇନିଙ୍ଗ୍ II ସାମିଲ ରହିଛି । ଆମେରିକାର ଫାଇଟର ଜେଟ୍ ଆକାଶମାର୍ଗରେ ଶ୍ରେଷ୍ଠତା ହାସଲ କରିବା ଏବଂ ଏହାକୁ ବଜାୟ ରଖିବା ବ୍ୟତୀତ ଉଭୟ ଏୟାର-ଟୁ-ଏୟାର ଏବଂ ଏୟାର-ଟୁ-ଗ୍ରାଉଣ୍ଡ ମିଶନ କରିବାରେ ହୋଇଥାଏ ମାହିର ।
କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଆସୁଛି, ଯଦି କୌଣସି ଦେଶ ଆମେରିକା ଫାଇଟର ଜେଟ୍କୁ ଆମେରିକା ବିରୁଦ୍ଧରେ ବ୍ୟବହାର କରୁଛନ୍ତି ତେବେ ଆମେରିକା ପାଖରେ କଣ ରହିବ ବିକଳ୍ପ ? ବାସ୍ତବରେ ଆମେରିକାର ଏକ ରପ୍ତାନି ନିୟମ ରହିଛି, ଏହା ଅନୁଯାୟୀ ଆମେରିକା ଅନ୍ୟ ଦେଶକୁ ବିକ୍ରି ହେଉଥିବା ବିମାନର କ୍ଷମତାକୁ ସୀମିତ କରିଥାଏ । ଉଦାହରଣ ସ୍ୱରୂପ ଆମେରିକା ଅନ୍ୟ ଦେଶମାନଙ୍କୁ ଏପରି ଚୁକ୍ତିନାମାରେ ସ୍ୱାକ୍ଷର କରିବାକୁ ଦାବି କରିପାରେ ଯେ ଯାହା ସେମାନଙ୍କ ରଣନୈତିକ ସ୍ବାଧୀନତା ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ ।