ବିକ୍ରି ହେଲା VIP ଶୁଟକେଶ କମ୍ପାନୀର ୩୨% ଶେୟାର: ଚେୟାର ମ୍ୟାନ୍ କହିଲେ, ୫୦ ବର୍ଷ ହେଲା ବିଜନେସ କଲି, ହେଲେ...

ନୂଆଦିଲ୍ଲୀ: ଭାରତର ସର୍ବବୃହତ ଲଗେଜ୍ କମ୍ପାନୀ VIP ଇଣ୍ଡଷ୍ଟ୍ରିଜ୍‌ର ଚେୟାର ମ୍ୟାନ୍ ଦିଲୀପ ପିରାମଲ୍ କମ୍ପାନୀରେ ତାଙ୍କର ୩୨% ଅଂଶଧନ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଅଂଶଧନକୁ ପ୍ରାଇଭେଟ୍ ଇକ୍ୱିଟି ଫାର୍ମ ମଲ୍ଟିପଲ୍ସ ଏବଂ ଅନ୍ୟାନ୍ୟ ନିବେଶକମାନଙ୍କୁ ୧,୭୬୩ କୋଟି ଟଙ୍କାରେ ବିକ୍ରି କରାଯିବ। ଏନେଇ ଖୋଦ ପିରାମଲ ସୂଚନା ଦେଇଛନ୍ତି। ପିରାମଲ କହିଛନ୍ତି ଯେ ତାଙ୍କ ପରବର୍ତ୍ତୀ ପିଢ଼ି ବ୍ୟବସାୟ ଚଳାଇବାକୁ ଆଗ୍ରହୀ ନୁହଁନ୍ତି। ତେଣୁ ସେ ଏହି ପଦକ୍ଷେପ ନେଇଛନ୍ତି।ଭିଆଇପି ଇଣ୍ଡଷ୍ଟ୍ରିଜ୍ ୫୩ ବର୍ଷ ଧରି ସୁଟକେସ୍ ଏବଂ ବ୍ୟାଗ୍ ତିଆରି ବ୍ୟବସାୟରେ ରହିଛି। ଦେଶରେ କମ୍ପାନୀର ଭଲ ନାଁ ବି ରହିଛି। କିନ୍ତୁ ଗତ ୫ ବର୍ଷ ଧରି କମ୍ପାନୀର ବଜାର ଅଂଶ କ୍ରମାଗତ ଭାବରେ ହ୍ରାସ ପାଉଛି। କମ୍ପାନୀର ବଜାର ମୂଲ୍ୟ ୬,୮୩୦ କୋଟି ଟଙ୍କାକୁ ଖସି ଆସିଛି।ଦିଲୀପ ପିରାମଲ ୫୩ ବର୍ଷ ଧରି ଭାରତର ସର୍ବବୃହତ ସୁଟକେସ୍ ଏବଂ ବ୍ୟାଗ୍ ବ୍ରାଣ୍ଡ, ଭିଆଇପି ଇଣ୍ଡଷ୍ଟ୍ରିଜର ନେତୃତ୍ୱ ନେଇଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କର ତିନି ଝିଅ - ରାଧିକା, ଅପର୍ଣ୍ଣା ଏବଂ ପ୍ରିୟଦର୍ଶିନୀ ଏହି ବ୍ୟବସାୟରେ ଆଗ୍ରହୀ ନୁହଁନ୍ତି।ଏନେଇ ପିରାମଲ କହିଛନ୍ତି "ଆମର ଏକ ପାରିବାରିକ ବ୍ୟବସାୟ ଅଛି, କିନ୍ତୁ ପରବର୍ତ୍ତୀ ପିଢ଼ି ଏହାକୁ ଚଳାଇବାକୁ ଚାହୁଁ ନାହାଁନ୍ତି। ଏହା ବ୍ୟତୀତ, କମ୍ପାନୀ ଗତ ପାଞ୍ଚ ବର୍ଷ ଧରି ମାର୍କେଟ ଶେୟାର ହରାଉଛନ୍ତି ଏବଂ ଗତ ବର୍ଷର ସମ

ବିକ୍ରି ହେଲା VIP ଶୁଟକେଶ କମ୍ପାନୀର ୩୨% ଶେୟାର: ଚେୟାର ମ୍ୟାନ୍ କହିଲେ, ୫୦ ବର୍ଷ ହେଲା ବିଜନେସ କଲି, ହେଲେ...

ନୂଆଦିଲ୍ଲୀ: ଭାରତର ସର୍ବବୃହତ ଲଗେଜ୍ କମ୍ପାନୀ VIP ଇଣ୍ଡଷ୍ଟ୍ରିଜ୍‌ର ଚେୟାର ମ୍ୟାନ୍ ଦିଲୀପ ପିରାମଲ୍ କମ୍ପାନୀରେ ତାଙ୍କର ୩୨% ଅଂଶଧନ ବିକ୍ରି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ଅଂଶଧନକୁ ପ୍ରାଇଭେଟ୍ ଇକ୍ୱିଟି ଫାର୍ମ ମଲ୍ଟିପଲ୍ସ ଏବଂ ଅନ୍ୟାନ୍ୟ ନିବେଶକମାନଙ୍କୁ ୧,୭୬୩ କୋଟି ଟଙ୍କାରେ ବିକ୍ରି କରାଯିବ। ଏନେଇ ଖୋଦ ପିରାମଲ ସୂଚନା ଦେଇଛନ୍ତି। ପିରାମଲ କହିଛନ୍ତି ଯେ ତାଙ୍କ ପରବର୍ତ୍ତୀ ପିଢ଼ି ବ୍ୟବସାୟ ଚଳାଇବାକୁ ଆଗ୍ରହୀ ନୁହଁନ୍ତି। ତେଣୁ ସେ ଏହି ପଦକ୍ଷେପ ନେଇଛନ୍ତି।

ଭିଆଇପି ଇଣ୍ଡଷ୍ଟ୍ରିଜ୍ ୫୩ ବର୍ଷ ଧରି ସୁଟକେସ୍ ଏବଂ ବ୍ୟାଗ୍ ତିଆରି ବ୍ୟବସାୟରେ ରହିଛି। ଦେଶରେ କମ୍ପାନୀର ଭଲ ନାଁ ବି ରହିଛି। କିନ୍ତୁ ଗତ ୫ ବର୍ଷ ଧରି କମ୍ପାନୀର ବଜାର ଅଂଶ କ୍ରମାଗତ ଭାବରେ ହ୍ରାସ ପାଉଛି। କମ୍ପାନୀର ବଜାର ମୂଲ୍ୟ ୬,୮୩୦ କୋଟି ଟଙ୍କାକୁ ଖସି ଆସିଛି।

ଦିଲୀପ ପିରାମଲ ୫୩ ବର୍ଷ ଧରି ଭାରତର ସର୍ବବୃହତ ସୁଟକେସ୍ ଏବଂ ବ୍ୟାଗ୍ ବ୍ରାଣ୍ଡ, ଭିଆଇପି ଇଣ୍ଡଷ୍ଟ୍ରିଜର ନେତୃତ୍ୱ ନେଇଥିଲେ। କିନ୍ତୁ ବର୍ତ୍ତମାନ ତାଙ୍କର ତିନି ଝିଅ - ରାଧିକା, ଅପର୍ଣ୍ଣା ଏବଂ ପ୍ରିୟଦର୍ଶିନୀ ଏହି ବ୍ୟବସାୟରେ ଆଗ୍ରହୀ ନୁହଁନ୍ତି।

ଏନେଇ ପିରାମଲ କହିଛନ୍ତି "ଆମର ଏକ ପାରିବାରିକ ବ୍ୟବସାୟ ଅଛି, କିନ୍ତୁ ପରବର୍ତ୍ତୀ ପିଢ଼ି ଏହାକୁ ଚଳାଇବାକୁ ଚାହୁଁ ନାହାଁନ୍ତି। ଏହା ବ୍ୟତୀତ, କମ୍ପାନୀ ଗତ ପାଞ୍ଚ ବର୍ଷ ଧରି ମାର୍କେଟ ଶେୟାର ହରାଉଛନ୍ତି ଏବଂ ଗତ ବର୍ଷର ସମସ୍ତ ଚାରିଟି ତ୍ରୈମାସିକରେ କ୍ଷତି ହୋଇଛି।“ ଏନଡିଟିଭି ପ୍ରଫିଟ୍‌କୁ ପ୍ରତିକ୍ରିୟା ଦେଇ ଏପରି କହିଛନ୍ତି ପିରାମଲ। 

ଏନ୍‌ଡିଟିଭି ପ୍ରଫିଟର ରିପୋର୍ଟ ଅନୁସାରେ, ଭିଆଇପି ଇଣ୍ଡଷ୍ଟ୍ରିଜର ୩୨% ଅଂଶଧନ ମଲ୍ଟିପଲ୍ସ ପ୍ରାଇଭେଟ୍ ଇକ୍ୱିଟି, ଆକାଶ ବଂଶାଲି ଏବଂ କ୍ୟାରେଟଲେନ୍ ପ୍ରତିଷ୍ଠାତା ମିଥୁନ ସଚେତିଙ୍କୁ ୧୭୬୩ କୋଟି ଟଙ୍କାରେ ବିକ୍ରି କରାଯାଉଛି। ସେୟାର ମୂଲ୍ୟ ୩୮୮ ଟଙ୍କା ସ୍ଥିର କରାଯାଇଥିଲା, ଯାହା ୧୧ ଜୁଲାଇର ଶେଷ ମୂଲ୍ୟ ଅପେକ୍ଷା ୧୫% କମ୍। ସେୟାର ବିକ୍ରୟ ପରେ, ପିରାମଲ ପରିବାରର ଶେୟାର ୫୧.୭୩% ରୁ ୧୯.୭୩% କୁ ହ୍ରାସ ପାଇବ। କେବଳ ସେତିକି ନୁହେଁ, SEBI ନିୟମ ଅନୁଯାୟୀ, କମ୍ପାନୀର ଅଧିକ ୨୬% ଶେୟାର କିଣିବା ପାଇଁ ମଲ୍ଟିପଲ୍ସ ୧,୪୩୮ କୋଟି ଟଙ୍କାର ଏକ ଖୋଲା ଅଫର ମଧ୍ୟ ଆରମ୍ଭ କରିଛି।

ଆରିଷ୍ଟୋକ୍ରାଟ୍, କାର୍ଲଟନ୍, ସ୍କାଏବ୍ୟାଗ୍ସ ଏବଂ କାପ୍ରେସ୍ ଭଳି ବ୍ରାଣ୍ଡର ମାଲିକାନା ଥିବା ଭିଆଇପି ଇଣ୍ଡଷ୍ଟ୍ରିଜ୍‌ର ଭାରତରେ ଦିନେ ୫୦% ବଜାର ଅଂଶ ଥିଲା। କିନ୍ତୁ ବର୍ତ୍ତମାନ ସାମସୋନାଇଟ୍ ଏବଂ ସଫାରି ଇଣ୍ଡଷ୍ଟ୍ରିଜ୍ ଭଳି କମ୍ପାନୀଗୁଡ଼ିକର ପ୍ରତିଯୋଗିତା ଯୋଗୁଁ ଏହାର ଅଂଶ ୩୮%କୁ ହ୍ରାସ ପାଇଛି। ୨୦୨୫ ମସିହାରେ କମ୍ପାନୀର ରାଜସ୍ୱ ୨,୧୬୯.୬୬ କୋଟି ଟଙ୍କା ଥିଲା, କିନ୍ତୁ କ୍ଷତି ବୃଦ୍ଧି ପାଇଲା। ଏନେଇ ପିରାମଲ କହିଛନ୍ତି ଯେ, କମ୍ପାନୀରେ ପରିଚାଳନା ସମସ୍ୟା ଅଛି, କିନ୍ତୁ ଏହାର ଆଧାର ଦୃଢ଼। ନୂଆ ପରିଚାଳନା ଏହାକୁ ପୁଣି ଥରେ ଚମକ ଦେବ ବୋଲି ପିରାମଲ କହିଛନ୍ତି।

କମ୍ପାନୀର ଶେୟାର କମିବା ପରେ ନିୟମ ଅନୁସାରେ ଦିଲୀପ ପିରାମଲ କମ୍ପାନୀର ବୋର୍ଡରୁ ଇସ୍ତଫା ଦେବେ। କିନ୍ତୁ ପରିବାରର ଜଣେ ସଦସ୍ୟ ବୋର୍ଡରେ ରହିବେ। ତାଙ୍କର କମ୍ପାନୀରେ ୨୦% ଅଂଶଧନ ରହିବ। ପିରାମଲ ପରିବାର କମ୍ପାନୀର ସେୟାରହୋଲ୍ଡର ଭାବରେ ଜାରି ରହିବ।

ପିରାମଲଙ୍କ ବିଶ୍ୱାସ ଯେ ବିଶ୍ୱ ବଜାରରେ ବିଆଇପିର ଏକ ବଡ଼ ସୁଯୋଗ ରହିଛି। କମ୍ପାନୀର ପ୍ରଡକ୍ଟ ୪୫ଟି ଦେଶରେ ବିକ୍ରି ହେଉଛି, ଏବଂ ଭାରତ ଲଗେଜ୍ ଶିଳ୍ପ ପାଇଁ ଏକ ଉତ୍ତମ ବଜାର ବୋଲି ପିରାମଲ ଭାବନ୍ତି। ସେପଟେ ଅଶଂଧନ କିଣିବା ପରେ ମଲ୍ଟିପ୍ଲସର ପରିଚାଳନା ନିର୍ଦ୍ଦେଶକ ରେଣୁକା ରାମନାଥ କହିଛନ୍ତି, ଆମେ ଭିଆଇପିର ଐତିହ୍ୟକୁ ଆହୁରି ମଜଭୁତ କରିବୁ।

ଭିଆଇପି ଇଣ୍ଡଷ୍ଟ୍ରୀଜର ଆରମ୍ଭ ୧୯୬୮ ମସିହାରେ ହୋଇଥିଲା। କମ୍ପାନୀ ଦଶନ୍ଧୀ ଦଶନ୍ଧୀ ଧରି ଭାରତୀୟ ଘରମାନଙ୍କର ବ୍ୟବହାର କରିବା ଯୋଗ୍ୟ ଶୁଟକେଶ ତିଆରି କରିଥିଲା। ଏହାପରେ ବ୍ୟବାସୟ ଆଗକୁ ବଢ଼ାଇ ସ୍କାଏ ବ୍ୟାଗ୍ସ, କାରପ୍ରେସି, ଆରିଷ୍ଟୋକ୍ରାଟ୍ ଭଳି ଅନେକ ଲୋକପ୍ରିୟ ବ୍ରାଣ୍ଡ୍‌ ତିଆରି କରିଥିଲା କମ୍ପାନୀ। ବ୍ୟବାସୟରେ ସଫଳତାର ଶିଖର ଛୁଇଁବା ବେଳେ କମ୍ପାନୀର ଭାଲ୍ୟୁଏନସ ୧୦,୦୦୦ କୋଟି ଟଙ୍କା ଥିଲା, ଯାହା ଏବେ ୬,୮୩୦ କୋଟି ଟଙ୍କାକୁ ହ୍ରାସ ପାଇଛି।