ପେପର ଫ୍ୟାକ୍ଟ୍ରିରେ ନିଆଁ, ଆୟତ୍ତ ଲାଗି ଅଗ୍ନିଶମ ବାହିନୀର ଉଦ୍ୟମ ଜାରି
ଟିଟିଲାଗଡ଼ା ୩୦।୦୬ : ଟିଟିଲାଗଡ଼ ଚୋରମରା ଗାଁରେ ଥିବା କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ । ଗାଁରେ ଥିବା ମହାବୀର ପେପର ଫ୍ୟାକ୍ଟ୍ରିରେ ଲାଗିଛି ନିଆଁ । କୌଣସି ଏକ ରାସାୟନିକ ପଦାର୍ଥର ବିସ୍ଫୋରଣ ହେବା ଫଳରେ ନିଆଁ ଲାଗିଥିବା ପ୍ରାଥମିକ ସୁତ୍ରରୁ ସୂଚନା ମିଳିଛି। ତେବେ ଗୋଦାମ ଗୃହରେ ନିଆଁ ଲାଗିଥିବାରୁ କାଗଜ ଓ ବିଭିନ୍ନ ପ୍ରକାର କେମିକାଲ ଥିବାରୁ ନିଆଁ ଶୀଘ୍ର ବ୍ୟାପିଯାଇଛି । ଏପିରିକି କାରଖାନାଟି ଛୋଟ ଥିବାରୁ ସେମିତି କିଛି ସୁରକ୍ଷା ବ୍ୟବସ୍ଥା କରାଯାଇନଥିବା ବେଳେ ଏଭଳି ଅଘଟଣ ଘଟିଥିବା ଆଶଙ୍କା କରାଯାଉଛି । ବର୍ତ୍ତମାନ ଯାଏଁ କେତେ ପରିମାଣ କ୍ଷୟକ୍ଷତି ହୋଇଛି । ତାହା ଜଣାପଡିନାହିଁ । ସେହିପରି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିନଥିବା ସୂଚନା ମିଳିଛି ।
ଟିଟିଲାଗଡ଼ା ୩୦।୦୬ : ଟିଟିଲାଗଡ଼ ଚୋରମରା ଗାଁରେ ଥିବା କାଗଜ ଫ୍ୟାକ୍ଟ୍ରିରେ ଭୟଙ୍କର ନିଆଁ । ଗାଁରେ ଥିବା ମହାବୀର ପେପର ଫ୍ୟାକ୍ଟ୍ରିରେ ଲାଗିଛି ନିଆଁ । କୌଣସି ଏକ ରାସାୟନିକ ପଦାର୍ଥର ବିସ୍ଫୋରଣ ହେବା ଫଳରେ ନିଆଁ ଲାଗିଥିବା ପ୍ରାଥମିକ ସୁତ୍ରରୁ ସୂଚନା ମିଳିଛି।
ତେବେ ଗୋଦାମ ଗୃହରେ ନିଆଁ ଲାଗିଥିବାରୁ କାଗଜ ଓ ବିଭିନ୍ନ ପ୍ରକାର କେମିକାଲ ଥିବାରୁ ନିଆଁ ଶୀଘ୍ର ବ୍ୟାପିଯାଇଛି । ଏପିରିକି କାରଖାନାଟି ଛୋଟ ଥିବାରୁ ସେମିତି କିଛି ସୁରକ୍ଷା ବ୍ୟବସ୍ଥା କରାଯାଇନଥିବା ବେଳେ ଏଭଳି ଅଘଟଣ ଘଟିଥିବା ଆଶଙ୍କା କରାଯାଉଛି । ବର୍ତ୍ତମାନ ଯାଏଁ କେତେ ପରିମାଣ କ୍ଷୟକ୍ଷତି ହୋଇଛି । ତାହା ଜଣାପଡିନାହିଁ । ସେହିପରି ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିନଥିବା ସୂଚନା ମିଳିଛି ।