ବିଗ୍‌ବାସ୍‌ ଖେଳିବେ ମନ୍ଧାନା

ଆଡିଲେଡ୍‌,୨୮ା୮(ପି.ଟି.): ଭାରତୀୟ ମହିଳା କ୍ରିକେଟ ଦଳର ତାରକା ଓପନର ସ୍ମୃତି ମନ୍ଧାନା ଶେଷରେ ମହିଳା ବିଗ୍‌ବାସ ଟି୨୦ ଲିଗ୍‌ ଖେଳିବାକୁ ଯାଉଛନ୍ତି। ମଙ୍ଗଳବାର ଆଡିଲେଡ ଷ୍ଟ୍ରାଇକର୍ସ ସହିତ ମନ୍ଧାନା ଚୁକ୍ତି କରିଥିବା ଜଣାପଡିଛି। ଦୀର୍ଘ ବର୍ଷ ଧରି ମନ୍ଧାନାଙ୍କୁ ସାଇନ୍‌ କରିବା ପାଇଁ ପ୍ରୟାସ କରୁଥିବା ଆଡିଲେଡକ ଶେଷରେ ସଫଳତା ମିଳିଛି। ପୂର୍ବରୁ ସ୍ମୃତି ବିଗ ବାସ୍‌ରେ ବ୍ରିସ୍‌ବେନ ହିଟ୍‌, ସିଡ୍‌ନୀ ଥଣ୍ଡର୍ସ ଓ ହୋବାର୍ଟ ହରିକେନ୍ସ ପକ୍ଷରୁ ଖେଳି ସାରିଛନ୍ତି। ତେବେ ଭାରତର ମ୍ୟାଚ ଥିବା […] The post ବିଗ୍‌ବାସ୍‌ ଖେଳିବେ ମନ୍ଧାନା appeared first on Dharitri Odia News.

ବିଗ୍‌ବାସ୍‌ ଖେଳିବେ ମନ୍ଧାନା

ଆଡିଲେଡ୍‌,୨୮ା୮(ପି.ଟି.): ଭାରତୀୟ ମହିଳା କ୍ରିକେଟ ଦଳର ତାରକା ଓପନର ସ୍ମୃତି ମନ୍ଧାନା ଶେଷରେ ମହିଳା ବିଗ୍‌ବାସ ଟି୨୦ ଲିଗ୍‌ ଖେଳିବାକୁ ଯାଉଛନ୍ତି। ମଙ୍ଗଳବାର ଆଡିଲେଡ ଷ୍ଟ୍ରାଇକର୍ସ ସହିତ ମନ୍ଧାନା ଚୁକ୍ତି କରିଥିବା ଜଣାପଡିଛି। ଦୀର୍ଘ ବର୍ଷ ଧରି ମନ୍ଧାନାଙ୍କୁ ସାଇନ୍‌ କରିବା ପାଇଁ ପ୍ରୟାସ କରୁଥିବା ଆଡିଲେଡକ ଶେଷରେ ସଫଳତା ମିଳିଛି। ପୂର୍ବରୁ ସ୍ମୃତି ବିଗ ବାସ୍‌ରେ ବ୍ରିସ୍‌ବେନ ହିଟ୍‌, ସିଡ୍‌ନୀ ଥଣ୍ଡର୍ସ ଓ ହୋବାର୍ଟ ହରିକେନ୍ସ ପକ୍ଷରୁ ଖେଳି ସାରିଛନ୍ତି। ତେବେ ଭାରତର ମ୍ୟାଚ ଥିବା କାରଣରୁ ମନ୍ଧାନା ଟୁର୍ନାମେଣ୍ଟର ପ୍ରାରମ୍ଭିକ ପର୍ଯ୍ୟାୟ ମିସ୍‌ କରି ପାରନ୍ତି। ମନ୍ଧାନାଙ୍କୁ ଦଳରେ ସାମିଲ କରାଯିବାକୁ ନେଇ ଟାଲିଆ ମ୍ୟାକ୍‌ଗ୍ରା ଓ ମେଗାନ୍‌ ଶୁଟ୍‌ ସନ୍ତୋଷ ପ୍ରକାଶ କରିଛନ୍ତି।

The post ବିଗ୍‌ବାସ୍‌ ଖେଳିବେ ମନ୍ଧାନା appeared first on Dharitri Odia News.