ବିଚାରପତିଙ୍କୁ ମିଳିଲାନି ବିଦାୟ କାଳୀନ ସମ୍ୱର୍ଦ୍ଧନା, CJI ଗବାଇ କହିଲେ ଏମିତି....
ନୂଆଦିଲ୍ଲୀ ୧୭/୦୫: ସୁପ୍ରିମକୋର୍ଟ ବିଚାରପତିଙ୍କୁ ମିଳୁନି ବିଦାୟୀ କାଳୀନ ସମ୍ୱର୍ଦ୍ଧନା । ଯାହାକୁ ନେଇ ଭଡକିଛନ୍ତି ସୁପ୍ରିମକୋର୍ଟ CJI ବି.ଆର. ଗବାଇ ଓ ଜଷ୍ଟିସ୍ ଅଗଷ୍ଟିନ ଜର୍ଜ ମାସିହ । ବିଶେଷ କରି ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀଙ୍କ ଅବସରରେ ବିଦାୟକାଳୀନ ସମାରୋହ ଆୟୋଜନ ନକରିବାରେ ଜାହିର କରିଛନ୍ତି ଅସନ୍ତୋଷ । ସୁପ୍ରିମକୋର୍ଟ ବାର ଆସୋସିଏସନ (SCBA) ଏବଂ ସୁପ୍ରିମକୋର୍ଟ ଆଡଭୋକେଟ୍ସ-ଅନ୍-ରେକର୍ଡ ଆସୋସିଏସନ (SCAORA) ଜଷ୍ଟିସ ତ୍ରିବେଦୀଙ୍କ ପାଇଁ କୌଣସି ବିଦାୟକାଳୀନ ସମାରୋହ ଆୟୋଜନ କରିନଥିଲେ । ସାଧାରଣତଃ, ଯେତେବେଳେ ସୁପ୍ରିମକୋର୍ଟର ବିଚାରପତିମାନେ ଅବସର ନିଅନ୍ତି SCBA ଓ SCAORA ବିଦାୟକାଳୀନ ସମାରୋହର ଆୟୋଜନ କରନ୍ତି । କିନ୍ତୁ ଜଷ୍ଟିସ ତ୍ରିବେଦୀଙ୍କ କ୍ଷେତ୍ରରେ ଏହା ଘଟିନାହିଁ । ସିଜେଆଇ ବି.ଆର ଗବାଇ ଏସସିବିଏ ସଭାପତି କପିଲ ସିବଲ ଓ ଉପାଧ୍ୟକ୍ଷ ରଚନା ଶ୍ରୀବାସ୍ତବଙ୍କ ଉପସ୍ଥିତିକୁ ପ୍ରଶଂସା କରିଥିଲେ । କିନ୍ତୁ ସେ ସଂଘର ଏହି ନିଷ୍ପତ୍ତିକୁ ସମାଲୋଚନା କରିଥିଲେ । ସିଜେଆଇ କହିଛନ୍ତି ଯେ ସଂଘ ଏପରି ନିଷ୍ପତ୍ତି ନେଇଥିବାରୁ ସେ ଦୁଃଖିତ । ସେ କହିଥିଲେ, କିନ୍ତୁ ମୁଁ ସଂଘ (SCBA)ର ମତକୁ ଖୋଲାଖୋଲି ଭାବରେ ନିନ୍ଦା କରୁଛି । କାରଣ ମୁଁ ସ୍ପଷ୍ଟ ଏବଂ ସିଧାସଳଖ କହିବାରେ ବିଶ୍ୱାସ କରେ । ସଂଘ ଏପରି ପରିସ୍ଥିତିରେ ଏପରି ମତ ନେବା ଉଚିତ୍ ନଥିଲା । ତେଣୁ ଏହି ସଂଗଠନଗୁଡ଼ିକର ଏହି ମନୋଭାବ ସତ୍ତ୍ୱେ ଏଠାର
ନୂଆଦିଲ୍ଲୀ ୧୭/୦୫: ସୁପ୍ରିମକୋର୍ଟ ବିଚାରପତିଙ୍କୁ ମିଳୁନି ବିଦାୟୀ କାଳୀନ ସମ୍ୱର୍ଦ୍ଧନା । ଯାହାକୁ ନେଇ ଭଡକିଛନ୍ତି ସୁପ୍ରିମକୋର୍ଟ CJI ବି.ଆର. ଗବାଇ ଓ ଜଷ୍ଟିସ୍ ଅଗଷ୍ଟିନ ଜର୍ଜ ମାସିହ । ବିଶେଷ କରି ଜଷ୍ଟିସ୍ ବେଲା ଏମ୍ ତ୍ରିବେଦୀଙ୍କ ଅବସରରେ ବିଦାୟକାଳୀନ ସମାରୋହ ଆୟୋଜନ ନକରିବାରେ ଜାହିର କରିଛନ୍ତି ଅସନ୍ତୋଷ ।
ସୁପ୍ରିମକୋର୍ଟ ବାର ଆସୋସିଏସନ (SCBA) ଏବଂ ସୁପ୍ରିମକୋର୍ଟ ଆଡଭୋକେଟ୍ସ-ଅନ୍-ରେକର୍ଡ ଆସୋସିଏସନ (SCAORA) ଜଷ୍ଟିସ ତ୍ରିବେଦୀଙ୍କ ପାଇଁ କୌଣସି ବିଦାୟକାଳୀନ ସମାରୋହ ଆୟୋଜନ କରିନଥିଲେ । ସାଧାରଣତଃ, ଯେତେବେଳେ ସୁପ୍ରିମକୋର୍ଟର ବିଚାରପତିମାନେ ଅବସର ନିଅନ୍ତି SCBA ଓ SCAORA ବିଦାୟକାଳୀନ ସମାରୋହର ଆୟୋଜନ କରନ୍ତି । କିନ୍ତୁ ଜଷ୍ଟିସ ତ୍ରିବେଦୀଙ୍କ କ୍ଷେତ୍ରରେ ଏହା ଘଟିନାହିଁ ।
ସିଜେଆଇ ବି.ଆର ଗବାଇ ଏସସିବିଏ ସଭାପତି କପିଲ ସିବଲ ଓ ଉପାଧ୍ୟକ୍ଷ ରଚନା ଶ୍ରୀବାସ୍ତବଙ୍କ ଉପସ୍ଥିତିକୁ ପ୍ରଶଂସା କରିଥିଲେ । କିନ୍ତୁ ସେ ସଂଘର ଏହି ନିଷ୍ପତ୍ତିକୁ ସମାଲୋଚନା କରିଥିଲେ । ସିଜେଆଇ କହିଛନ୍ତି ଯେ ସଂଘ ଏପରି ନିଷ୍ପତ୍ତି ନେଇଥିବାରୁ ସେ ଦୁଃଖିତ । ସେ କହିଥିଲେ, କିନ୍ତୁ ମୁଁ ସଂଘ (SCBA)ର ମତକୁ ଖୋଲାଖୋଲି ଭାବରେ ନିନ୍ଦା କରୁଛି । କାରଣ ମୁଁ ସ୍ପଷ୍ଟ ଏବଂ ସିଧାସଳଖ କହିବାରେ ବିଶ୍ୱାସ କରେ । ସଂଘ ଏପରି ପରିସ୍ଥିତିରେ ଏପରି ମତ ନେବା ଉଚିତ୍ ନଥିଲା । ତେଣୁ ଏହି ସଂଗଠନଗୁଡ଼ିକର ଏହି ମନୋଭାବ ସତ୍ତ୍ୱେ ଏଠାରେ ଉପସ୍ଥିତ ରହିବା ପାଇଁ ମୁଁ ସିବଲ ଏବଂ ଶ୍ରୀବାସ୍ତବଙ୍କୁ ଖୋଲାଖୋଲି ଭାବରେ ପ୍ରଶଂସା କରୁଛି।
ସିଜେଆଇ ବିଆର ଗଭାଇ ଆହୁରି କହିଛନ୍ତି ଯେ ଜଷ୍ଟିସ ତ୍ରିବେଦୀ ଜଣେ ବହୁତ ଭଲ ବିଚାରପତି । ସେ କହିଥିଲେ ଯେ ବିଭିନ୍ନ ପ୍ରକାରର ବିଚାରପତି ଅଛନ୍ତି, କିନ୍ତୁ ଏହି କାରଣରୁ ଯେଉଁ କାମ ହେବା ଉଚିତ ଥିଲା ତାହା ବନ୍ଦ ହେବା ଉଚିତ୍ ନୁହେଁ। ସିଜେଆଇ ଜଷ୍ଟିସ ତ୍ରିବେଦୀଙ୍କ ପ୍ରଶଂସା କରି କହିଛନ୍ତି ଯେ ସେ ତାଙ୍କର ଦୃଢ଼ ନିଷ୍ଠା, ନିର୍ଭୀକତା, କଠିନ ପରିଶ୍ରମ, ସଚ୍ଚୋଟତା ଏବଂ ଆଧ୍ୟାତ୍ମିକତା ପାଇଁ ସେ ଜଣାଶୁଣା । ଜଷ୍ଟିସ ତ୍ରିବେଦୀ ଅନେକ ଗୁରୁତ୍ୱପୂର୍ଣ୍ଣ ମାମଲାରେ ରାୟ ଦେଇଛନ୍ତି । ସେ ସର୍ବଦା ଆଇନ ଅନୁଯାୟୀ କାର୍ଯ୍ୟ କରିଛନ୍ତି। ହେଲେ ଏତେଦିନ ପରେ ବି ତାଙ୍କୁ ପ୍ରତିଭାକୁ ସମ୍ମାନ ନମିଳିବା ଦୁର୍ଭାଗ୍ୟଜନକ ନିଶ୍ଚୟ ।