ବିଚାରପ୍ରକ୍ରିୟା ପ୍ରତି ଲୋକେ ବିତସ୍ପୃହ : ଡି.ୱାଇ.ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ଦେଶର ପ୍ରଚଳିତ ବିଚାର ବ୍ୟବସ୍ଥା ତଥା ପ୍ରକ୍ରିୟା ପ୍ରତି ସାଧାରଣ ଜନତା ଏତେ ପରିମାଣରେ ବିତସ୍ପୃହ ହୋଇପଡିଲେଣି ଯେ ସେମାନେ ଯେ କୌଣସି ପ୍ରକାରେ ମାମଲା ରଫାଦଫା କରିଦେବାକୁ ଚାହୁଁଛନ୍ତି। ଏପରି ସ୍ଥଳେ ଲୋକଅଦାଲତ ସେମାନଙ୍କ ନିମନ୍ତେ ନୂଆ ଆଶା ସଞ୍ଚାର କରିଛି। ‘ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ଭାବେ ଲୋକ ଅଦାଲତ’ ଶିର୍ଷକ ବକ୍ତବ୍ୟ ରଖି ଏଭଳି ମତପୋଷଣ କରିଛନ୍ତି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ୱାଇ ଚନ୍ଦ୍ରଚୂଡ଼। ଶନିବାର ସୁପ୍ରିମକୋର୍ଟରେ ଆରମ୍ଭ ହୋଇଥିବା ଲୋକ ଅଦାଲତ ସପ୍ତାହକୁ ଉଦଘାଟନ କରି ସିଜେଆଇ କହିଛନ୍ତି ଯେ ଅଦାଲତ ମାମଲାରେ ଲୋକେ ବ୍ୟତିବ୍ୟସ୍ତ ହୋଇପଡୁଛନ୍ତି। ଯେକୌଣସି ପ୍ରକାରେ ସେଥିରୁ ମୁକୁଳିବା ପାଇଁ ଇଛା କରୁଛନ୍ତି ଓ ମାମଲାର ରଫାଦଫା କରିବାକୁ ଚାହୁଁଛନ୍ତି। ଏମିତିକି ଲୋକେ କୋର୍ଟ କଚେରୀରୁ ଯେତଦୂର ସମ୍ଭବ ଦୂରେଇ ରହିବାକୁ ଚାହୁଁଛନ୍ତି। ଏ କ୍ଷେତ୍ରରେ ଲୋକ ଅଦଲାତ ଜନତାଙ୍କ ଲାଗି ଆଶ୍ୱସ୍ତି ଆଣିଛି। ଲୋକ ଅଦାଲତରେ ବିଭିନ୍ନ ମାମଲାର ସହଜ ଓ ତ୍ୱରିତ ସମାଧାନ ହୋଇପାରୁଛି। ଲୋକ ଅଦାଲତ ଉପରେ ଲୋକଙ୍କ ଆସ୍ଥା ବଢୁଛି। ଏଥିସହିତ ଲୋକ ଅଦାଲତ ବ୍ୟବସ୍ଥାକୁ ଆଇନଜୀବୀଙ୍କ ଠାରୁ ଆରମ୍ଭ କରି ବିଚାରପତିଙ୍କ ପର୍ଯ୍ୟନ୍ତ ସବୁ ମହଲରୁ ସମର୍ଥନ ଓ ସହଯୋଗ ମିଳୁଥିବା ସିଜେଆଇ କହିଛନ୍ତି। ସିଜେଆଇ କହିଛନ୍ତି ଯେ ବିଚାରପ୍ରକ୍ରିୟାରେ କେବଳ ବିଚାରପତିଙ୍କ ଆଧିପତ୍ୟ ରହିବା ଅନୁଚିତ। ତେବେ ଲୋକ ଅଦ

ବିଚାରପ୍ରକ୍ରିୟା ପ୍ରତି ଲୋକେ ବିତସ୍ପୃହ : ଡି.ୱାଇ.ଚନ୍ଦ୍ରଚୂଡ଼

ନୂଆଦିଲ୍ଲୀ: ଦେଶର ପ୍ରଚଳିତ ବିଚାର ବ୍ୟବସ୍ଥା ତଥା ପ୍ରକ୍ରିୟା ପ୍ରତି ସାଧାରଣ ଜନତା ଏତେ ପରିମାଣରେ ବିତସ୍ପୃହ ହୋଇପଡିଲେଣି ଯେ ସେମାନେ ଯେ କୌଣସି ପ୍ରକାରେ ମାମଲା ରଫାଦଫା କରିଦେବାକୁ ଚାହୁଁଛନ୍ତି। ଏପରି ସ୍ଥଳେ ଲୋକଅଦାଲତ ସେମାନଙ୍କ ନିମନ୍ତେ ନୂଆ ଆଶା ସଞ୍ଚାର କରିଛି। ‘ବିକଳ୍ପ ବିବାଦ ସମାଧାନ ବ୍ୟବସ୍ଥା ଭାବେ ଲୋକ ଅଦାଲତ’ ଶିର୍ଷକ ବକ୍ତବ୍ୟ ରଖି ଏଭଳି ମତପୋଷଣ କରିଛନ୍ତି ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଡି.ୱାଇ ଚନ୍ଦ୍ରଚୂଡ଼। 

ଶନିବାର ସୁପ୍ରିମକୋର୍ଟରେ ଆରମ୍ଭ ହୋଇଥିବା ଲୋକ ଅଦାଲତ ସପ୍ତାହକୁ ଉଦଘାଟନ କରି ସିଜେଆଇ କହିଛନ୍ତି ଯେ ଅଦାଲତ ମାମଲାରେ ଲୋକେ ବ୍ୟତିବ୍ୟସ୍ତ ହୋଇପଡୁଛନ୍ତି। ଯେକୌଣସି ପ୍ରକାରେ ସେଥିରୁ ମୁକୁଳିବା ପାଇଁ ଇଛା କରୁଛନ୍ତି ଓ ମାମଲାର ରଫାଦଫା କରିବାକୁ ଚାହୁଁଛନ୍ତି। ଏମିତିକି ଲୋକେ କୋର୍ଟ କଚେରୀରୁ ଯେତଦୂର ସମ୍ଭବ ଦୂରେଇ ରହିବାକୁ ଚାହୁଁଛନ୍ତି। ଏ କ୍ଷେତ୍ରରେ ଲୋକ ଅଦଲାତ ଜନତାଙ୍କ ଲାଗି ଆଶ୍ୱସ୍ତି ଆଣିଛି। ଲୋକ ଅଦାଲତରେ ବିଭିନ୍ନ ମାମଲାର ସହଜ ଓ ତ୍ୱରିତ ସମାଧାନ ହୋଇପାରୁଛି। 

ଲୋକ ଅଦାଲତ ଉପରେ ଲୋକଙ୍କ ଆସ୍ଥା ବଢୁଛି। ଏଥିସହିତ ଲୋକ ଅଦାଲତ ବ୍ୟବସ୍ଥାକୁ ଆଇନଜୀବୀଙ୍କ ଠାରୁ ଆରମ୍ଭ କରି ବିଚାରପତିଙ୍କ ପର୍ଯ୍ୟନ୍ତ ସବୁ ମହଲରୁ ସମର୍ଥନ ଓ ସହଯୋଗ ମିଳୁଥିବା ସିଜେଆଇ କହିଛନ୍ତି। ସିଜେଆଇ କହିଛନ୍ତି ଯେ ବିଚାରପ୍ରକ୍ରିୟାରେ କେବଳ ବିଚାରପତିଙ୍କ ଆଧିପତ୍ୟ ରହିବା ଅନୁଚିତ। ତେବେ ଲୋକ ଅଦାଲତ ବ୍ୟବସ୍ଥା ବିଚାରପତିଙ୍କ ଦ୍ୱାରା, ବିଚାରପତିଙ୍କ ପାଇଁ ଓ ବିଚାରପତିଙ୍କର ବୋଲି ସିଜେଆଇ ମତ ଦେଇଛନ୍ତି। ଏହି ବ୍ୟବସ୍ଥାରେ ବିଚାରପତିମାନେ ଆଇନଜୀବୀଙ୍କଠାରୁ ଅନେକ ବିଷୟ ଶିକ୍ଷା କରିବାର ଅବକାଶ ପାଉଛନ୍ତି। 

ଲୋକ ଅଦାଲତ ପ୍ରଥମେ ୭ଟି ପୀଠକୁ ନେଇ ଆରମ୍ଭ ହୋଇଥିଲା। ସେତେବେଳେ ଏହାର ସଫଳତା ନେଇ ମଧ୍ୟ ଆଶଆଶଙ୍କା ରହିଥିଲା। କିନ୍ତୁ ଏବେ ୧୩ଟି ପୀଠରେ ଲୋକ ଅଦାଲତ ଚାଲିଛି। ଏଥିରୁ ବିଚାରର ଏହି ପ୍ରକ୍ରିୟା ସଫଳ ହେଉଥିବା ଜଣାପଡିଛି। ଏହି ବ୍ୟବସ୍ଥା ମାଧ୍ୟମରେ ନ୍ୟାୟାଳୟକୁ ଲୋକଙ୍କ ଘରେ ପହଞ୍ଚା ଯାଇ ପାରିଛି ବୋଲି ସିଜେଆଇ କହିଛନ୍ତି।