ବିଜୁ ପଟ୍ଟନାୟକ ଇନ୍ଡୋର୍ ଷ୍ଟାଡିୟମ୍ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ
ଗୋପାଳପୁର/ବ୍ରହ୍ମପୁର,୧୩ା୩(ନବୀନ ରାଜ ଆଚାରୀ/ତନୁଶ୍ରୀ ନାହାକ): ବୁଧବାର ଅପରାହ୍ନରେ ଗଞ୍ଜାମ ଜିଲା ଗୋପାଳପୁର ଥାନାର ନିର୍ମିତ କୋଠା ଓ ବିଜୁପଟ୍ଟନାୟକ ବହୁମୁଖୀ ଇନ୍ଡୋର୍ ଷ୍ଟାଡିୟମ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ଲୋକାର୍ପଣ କରିଛନ୍ତି। ଏଥିରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ। ଲୋକାର୍ପଣ ସମୟରେ ମୁଖ୍ୟମନ୍ତ୍ରୀ ସାରା ରାଜ୍ୟରେ ବିଭିନ୍ନ ଜିଲାରେ ୨୯ଟି ପୋଲିସ ଷ୍ଟେଶନ ଲୋକାର୍ପଣ କରିଛନ୍ତି। ଏଥି ମଧ୍ୟରୁ ଗୋପାଳପୁର ପୋଲିସ ଷ୍ଟେଶନ ରହିଛି। ସେହିପରି ବର୍ତ୍ତମାନ ସମୟରେ ନବ ନିର୍ମିତ ପୋଲିସ ଷ୍ଟେଶନ […] The post ବିଜୁ ପଟ୍ଟନାୟକ ଇନ୍ଡୋର୍ ଷ୍ଟାଡିୟମ୍ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.
ଗୋପାଳପୁର/ବ୍ରହ୍ମପୁର,୧୩ା୩(ନବୀନ ରାଜ ଆଚାରୀ/ତନୁଶ୍ରୀ ନାହାକ): ବୁଧବାର ଅପରାହ୍ନରେ ଗଞ୍ଜାମ ଜିଲା ଗୋପାଳପୁର ଥାନାର ନିର୍ମିତ କୋଠା ଓ ବିଜୁପଟ୍ଟନାୟକ ବହୁମୁଖୀ ଇନ୍ଡୋର୍ ଷ୍ଟାଡିୟମ ମୁଖ୍ୟମନ୍ତ୍ରୀ ଭିଡିଓ କନ୍ଫରେନ୍ସିଂ ଜରିଆରେ ଲୋକାର୍ପଣ କରିଛନ୍ତି। ଏଥିରେ ୫-ଟି ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ଉପସ୍ଥିତ ଥିଲେ। ଲୋକାର୍ପଣ ସମୟରେ ମୁଖ୍ୟମନ୍ତ୍ରୀ ସାରା ରାଜ୍ୟରେ ବିଭିନ୍ନ ଜିଲାରେ ୨୯ଟି ପୋଲିସ ଷ୍ଟେଶନ ଲୋକାର୍ପଣ କରିଛନ୍ତି। ଏଥି ମଧ୍ୟରୁ ଗୋପାଳପୁର ପୋଲିସ ଷ୍ଟେଶନ ରହିଛି। ସେହିପରି ବର୍ତ୍ତମାନ ସମୟରେ ନବ ନିର୍ମିତ ପୋଲିସ ଷ୍ଟେଶନ ସହିତ ରାଜ୍ୟ ପୋଲିସ ପ୍ରଶାସନରେ ସମସ୍ତ ପ୍ରକାର ନୂତନ ଜ୍ଞାନକୌଶଳ ଓ ପ୍ରଯୁକ୍ତି ବିଦ୍ୟା ଉପଲବ୍ଧ ହୋଇଛି।
ଏହି ନବନିର୍ମିତ ଗୋପାଳପୁର ଥାନା ନିମନ୍ତେ ୩ କୋଟି ୨୮ ଲକ୍ଷ ୯୪ ହଜାର ଟଙ୍କା ବ୍ୟୟ ଅଟକଳ ହୋଇଥିବା ବେଳେ ୨୦୨୨ ରୁ ଏହି କୋଠାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ପରେ ଗୋପାଳପୁର ବିଜୁ ପଟ୍ଟନାୟକ ବହୁମୁଖୀ ଇନଡୋର ଷ୍ଟାଡିୟମ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ଉଦ୍ଘାଟନ କରିଥିଲେ। ଏହାର ନିର୍ମାଣ ପାଇଁ ୬କୋଟି ୧୯ ଲକ୍ଷ ଟଙ୍କା ମଞ୍ଜୁର ହୋଇଥିଲା। ଏହି ଲୋକାର୍ପଣ ଉତ୍ସବରେ ବ୍ରହ୍ମପୁର ଏମ୍ପି ଚନ୍ଦ୍ରଶେଖର ସାହୁ,ବ୍ରହ୍ମପୁର ବିଧାୟକ ବିକ୍ରମ କୁମାର ପଣ୍ଡା, ବ୍ରହ୍ମପୁର ଏସ୍ପି ବିବେକ ଏମ୍, ଆର୍ମି ଏ କଲେଜର ବ୍ରିଗେଡିୟର ନିଶ୍ଚଲ ସୁଦ, କର୍ନେଲ ପ୍ରଦୀପ ଏସ୍,ବ୍ରହ୍ମପୁର ଉପଜିଲାପାଳ ଦିନା ଦସ୍ତାଗର, ଅତିରିକ୍ତ ଏସ୍ପି ଅସିତ୍ ପଣ୍ଡା, ରମେଶ ସେଠୀ,ବ୍ରହ୍ମପୁର ସଦର ଏସ୍ ଶୁଭ୍ରାଂଶୁ, ମେୟର ସଂଘମିତ୍ରା ଦଳେଇ, ମେୟର ଇ.ବିବେକ ରେଡ୍ଡୀ, ଜିଲାପରିଷଦ ଉପସଭାନେତ୍ରୀ ଏସ୍.ରାଜେଶ୍ୱରୀ ଦୋରା, ରଙ୍ଗେଇଲୁଣ୍ଡା ବ୍ଲକ ଅଧ୍ୟକ୍ଷ ସିଏଚ୍ ଉଷା ରାଣୀ, ଉପାଧ୍ୟକ୍ଷ ଅନିତା ମହାଙ୍କୁ ଗୋପାଳପୁର ଏନ୍ଏସି ଅଧ୍ୟକ୍ଷ ଏ.ଜାନକୀ ରାମ, ଉପାଧ୍ୟକ୍ଷ ବି.ଉମା, ରଙ୍ଗେଇଲୁଣ୍ଡା ବିଡିଓ ଅଶୁଂମାନ ମହାପାତ୍ର, କନିଷି ତହସିଲିଦାର ପ୍ରଳୟ ନନ୍ଦ ଶତପଥୀଙ୍କ ସମେତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ।
The post ବିଜୁ ପଟ୍ଟନାୟକ ଇନ୍ଡୋର୍ ଷ୍ଟାଡିୟମ୍ର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ appeared first on Dharitri Odia News.