ବିଜୁ ଶ୍ରମିକ ସାମୁଖ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକରେ ଯୋଗଦେଲେ ନବୀନ ପଟ୍ଟନାୟକ
ଭୁବନେଶ୍ବର ୭।୧୨: ବିଜୁ ଶ୍ରମିକ ସାମୁଖ୍ୟ ସଂଗଠନ ପକ୍ଷରୁ ଶ୍ରମିକଙ୍କ ସାମୁଖ୍ୟ ନେଇ ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଯୋଗଦେଲେ ବିରୋଧୀ ଦଳ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସହ ଦଳର ଅନ୍ୟ ବରିଷ୍ଠ ନେତା ମାନେ ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ । ଏହି ବୈଠକରେ ସାମିଲ ହୋଇ ଏହି ସଂଗଠନର ନୂଆ ସଭାପତି ଦାୟିତ୍ବ ଦଳର ବରିଷ୍ଠ ତଥା ଅଭିଜ୍ଞ ନେତା ପ୍ରଫୁଲ୍ଲ ସାମଲଙ୍କୁ ହାତରେ ନ୍ୟସ୍ତ କରିଥିଲେ ଦଳ ସଭାପତି ନବୀନ ପଟ୍ଟନାୟକ । ଏଠାରେ ଉପସ୍ଥିତ ରହି ବିଜୁ ଶ୍ରମିକ ସାମୁଖ୍ୟ ସଂଗଠନର ପୂର୍ବତନ ସଭାପତି ଏହି ସଂଗଠନକୁ କିଭଳି ଆହୁରି ସୁଦୃଢ କରିବେ ସେନେଇ ଆଲୋଚନା କରିଥିଲେ । ଶ୍ରମିକମାନଙ୍କ ହକ ପାଇଁ ଲଢେଇ କରିବ ବିଜୁ ଜନତା ଦଳ । ଶ୍ରମିକମାନଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଉଛି ବିଜେଡି। ଶ୍ରମିକମାନଙ୍କ ଉନ୍ନତି ପାଇଁ ବିଜୁ ବାବୁଙ୍କ ଠାରୁ ବିଜେଡି ସରକାର ସବୁବେଳେ କାମ କରୁଥିଲା । ଶ୍ରମିକ ମାନଙ୍କ ସହ ସବୁବେଳେ ଥିଲି ଏବଂ ଶେଷ ପର୍ଯ୍ୟନ୍ତ ରହିବି ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅନ୍ୟପକ୍ଷରେ ଶ୍ରମିକଙ୍କ ସ୍ବାର୍ଥ ସବୁବେଳେ ଦଳର ଆଭିମୁଖ୍ୟ ରହିଆସିଛି ଓ ଆଗକୁ ମଧ୍ୟ ରହିବ ବୋଲି କହିଥିଲେ ନୂଆ ସଭାପତି ପ୍ରଫୁଲ୍ଲ ସାମଲ । ଏହାସହ ଏହି ନୂଆ ଦାୟିତ୍ବ ପାଇଁ ଦଳ ସଭାପତିଙ୍କୁ ଧନ୍ୟବାଦ ଦେଇଥିଲେ ପ୍ରଫୁଲ୍ଲ ସାମଲ ।Yo
ଭୁବନେଶ୍ବର ୭।୧୨: ବିଜୁ ଶ୍ରମିକ ସାମୁଖ୍ୟ ସଂଗଠନ ପକ୍ଷରୁ ଶ୍ରମିକଙ୍କ ସାମୁଖ୍ୟ ନେଇ ରାଜ୍ୟ ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଯୋଗଦେଲେ ବିରୋଧୀ ଦଳ ମୁଖ୍ୟ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ସହ ଦଳର ଅନ୍ୟ ବରିଷ୍ଠ ନେତା ମାନେ ମଧ୍ୟ ଏହି ବୈଠକରେ ସାମିଲ ହୋଇଥିଲେ । ଏହି ବୈଠକରେ ସାମିଲ ହୋଇ ଏହି ସଂଗଠନର ନୂଆ ସଭାପତି ଦାୟିତ୍ବ ଦଳର ବରିଷ୍ଠ ତଥା ଅଭିଜ୍ଞ ନେତା ପ୍ରଫୁଲ୍ଲ ସାମଲଙ୍କୁ ହାତରେ ନ୍ୟସ୍ତ କରିଥିଲେ ଦଳ ସଭାପତି ନବୀନ ପଟ୍ଟନାୟକ । ଏଠାରେ ଉପସ୍ଥିତ ରହି ବିଜୁ ଶ୍ରମିକ ସାମୁଖ୍ୟ ସଂଗଠନର ପୂର୍ବତନ ସଭାପତି ଏହି ସଂଗଠନକୁ କିଭଳି ଆହୁରି ସୁଦୃଢ କରିବେ ସେନେଇ ଆଲୋଚନା କରିଥିଲେ । ଶ୍ରମିକମାନଙ୍କ ହକ ପାଇଁ ଲଢେଇ କରିବ ବିଜୁ ଜନତା ଦଳ । ଶ୍ରମିକମାନଙ୍କ ତ୍ୟାଗ ଓ ବଳିଦାନକୁ ସମ୍ମାନ ଜଣାଉଛି ବିଜେଡି। ଶ୍ରମିକମାନଙ୍କ ଉନ୍ନତି ପାଇଁ ବିଜୁ ବାବୁଙ୍କ ଠାରୁ ବିଜେଡି ସରକାର ସବୁବେଳେ କାମ କରୁଥିଲା । ଶ୍ରମିକ ମାନଙ୍କ ସହ ସବୁବେଳେ ଥିଲି ଏବଂ ଶେଷ ପର୍ଯ୍ୟନ୍ତ ରହିବି ବୋଲି କହିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଅନ୍ୟପକ୍ଷରେ ଶ୍ରମିକଙ୍କ ସ୍ବାର୍ଥ ସବୁବେଳେ ଦଳର ଆଭିମୁଖ୍ୟ ରହିଆସିଛି ଓ ଆଗକୁ ମଧ୍ୟ ରହିବ ବୋଲି କହିଥିଲେ ନୂଆ ସଭାପତି ପ୍ରଫୁଲ୍ଲ ସାମଲ । ଏହାସହ ଏହି ନୂଆ ଦାୟିତ୍ବ ପାଇଁ ଦଳ ସଭାପତିଙ୍କୁ ଧନ୍ୟବାଦ ଦେଇଥିଲେ ପ୍ରଫୁଲ୍ଲ ସାମଲ ।
You Can Read: