ରାଜସୁନାଖଳା ମେଡିକାଲରେ ପିଲା ଚୋରି ଘଟଣାର ପର୍ଦ୍ଦାଫାସ୍, ଦମ୍ପତ୍ତି କହୁଥିଲେ ମିଛ

ନୟାଗଡ଼: ରାଜସୁନାଖଳା ମେଡିକାଲରେ ପିଲା ଚୋରି ଘଟଣାର ପର୍ଦ୍ଦାଫାସ୍ । ମହିଳା ଜଣଙ୍କ ଗର୍ଭବତୀ ହୋଇନଥିବା ନେଇ ଆସିଲା ରିପୋର୍ଟ। ପୋଲିସର ସୂଚନା ଅନୁଯାୟୀ, ବିବାହର ଦୁଇ ବର୍ଷ ବିତିଯାଇଥିଲେବି ସନ୍ତାନ ନହେବା କାରଣରୁ ଏଭଳି ନାଟକ ରଚିଥିଲେ ଦମ୍ପତି। ଏନେଇ ଦମ୍ପତିଙ୍କ ନାଁରେ ସୁନାଖଳା ଫାଣ୍ଡିରେ ଏତଲା ଦିଆଯାଇଥିବା ସୂଚନା ଦେଇଛନ୍ତି ଏସଡିପିଓ ସୁଦର୍ଶନ ଗାଙ୍ଗୋଇ।ସୂଚନାଯୋଗ୍ୟ, ଶନିବାର ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗୋଡ଼ଭଙ୍ଗା ଗାଁର ବିଜୟ କୁମାର ପରିଡ଼ା ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ନିଜ ନବ ଜାତ ଶିଶୁ ପୁତ୍ର ଚୋରି ହୋଇଯାଇଥିବା ଅଭିଯୋଗ ଆଣିଥିଲେ। ସେ କହିଥିଲେ ଶୁକ୍ରବାର ତାଙ୍କ ପତ୍ନୀ ସୁଧିସ୍ମିତା ପ୍ରସବଜନିତ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ତାଙ୍କୁ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ହେଲେ ସମୟ ହୋଇନଥିବାରୁ ଜଣେ ମାଡାମ ଏକ ଇଞ୍ଜେକସନ ଦେଇ ତାଙ୍କୁ ପଠାଇଦେଇଥିଲେ। ହେଲେ ଶନିବାର ପୁଣି ଥରେ ସମ୍ପୃକ୍ତ ମାଡାମଙ୍କ ଫୋନ୍ ପାଇ ବିଜୟ ସ୍ତ୍ରୀଙ୍କୁ ଧରି ମେଡିକାଲକୁ ଆସିଥିଲେ। ସ୍ତ୍ରୀଙ୍କୁ ଛାଡି ସେ ମାଆଙ୍କୁ ଆଣିବା ପାଇଁ  ଘରକୁ ଯାଇ ଫେରିବା ପରେ ସ୍ତ୍ରୀ ବାହାରେ ଶୋଇଥିବା ଦେଖିବାକୁ ପାଇଥିଲେ। ସ୍ତ୍ରୀଙ୍କୁ ପଚାରିବା ପରେ ତାଙ୍କର ଏକ ସନ୍ତାନ ହୋଇଥିବା ଏବଂ କିଏ ନେଇଯାଇଥିବା ସେ କହିଥିଲେ । ଆଉ ଏହି ଘଟଣା ପ୍ରଚାର ହେବା ପରେ ପରିବାର ଲୋକ ଏବଂ ସ୍ଥାନୀୟ ଲୋକଙ୍କ ଭିଡ

ରାଜସୁନାଖଳା ମେଡିକାଲରେ ପିଲା ଚୋରି ଘଟଣାର ପର୍ଦ୍ଦାଫାସ୍, ଦମ୍ପତ୍ତି କହୁଥିଲେ ମିଛ

ନୟାଗଡ଼: ରାଜସୁନାଖଳା ମେଡିକାଲରେ ପିଲା ଚୋରି ଘଟଣାର ପର୍ଦ୍ଦାଫାସ୍ । ମହିଳା ଜଣଙ୍କ ଗର୍ଭବତୀ ହୋଇନଥିବା ନେଇ ଆସିଲା ରିପୋର୍ଟ। ପୋଲିସର ସୂଚନା ଅନୁଯାୟୀ, ବିବାହର ଦୁଇ ବର୍ଷ ବିତିଯାଇଥିଲେବି ସନ୍ତାନ ନହେବା କାରଣରୁ ଏଭଳି ନାଟକ ରଚିଥିଲେ ଦମ୍ପତି। ଏନେଇ ଦମ୍ପତିଙ୍କ ନାଁରେ ସୁନାଖଳା ଫାଣ୍ଡିରେ ଏତଲା ଦିଆଯାଇଥିବା ସୂଚନା ଦେଇଛନ୍ତି ଏସଡିପିଓ ସୁଦର୍ଶନ ଗାଙ୍ଗୋଇ।

ସୂଚନାଯୋଗ୍ୟ, ଶନିବାର ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ବ୍ଲକ ଗୋଡ଼ଭଙ୍ଗା ଗାଁର ବିଜୟ କୁମାର ପରିଡ଼ା ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ନିଜ ନବ ଜାତ ଶିଶୁ ପୁତ୍ର ଚୋରି ହୋଇଯାଇଥିବା ଅଭିଯୋଗ ଆଣିଥିଲେ। ସେ କହିଥିଲେ ଶୁକ୍ରବାର ତାଙ୍କ ପତ୍ନୀ ସୁଧିସ୍ମିତା ପ୍ରସବଜନିତ ଯନ୍ତ୍ରଣା ଅନୁଭବ କରିଥିଲେ। ପରେ ତାଙ୍କୁ ରାଜସୁନାଖଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ। ହେଲେ ସମୟ ହୋଇନଥିବାରୁ ଜଣେ ମାଡାମ ଏକ ଇଞ୍ଜେକସନ ଦେଇ ତାଙ୍କୁ ପଠାଇଦେଇଥିଲେ। ହେଲେ ଶନିବାର ପୁଣି ଥରେ ସମ୍ପୃକ୍ତ ମାଡାମଙ୍କ ଫୋନ୍ ପାଇ ବିଜୟ ସ୍ତ୍ରୀଙ୍କୁ ଧରି ମେଡିକାଲକୁ ଆସିଥିଲେ। ସ୍ତ୍ରୀଙ୍କୁ ଛାଡି ସେ ମାଆଙ୍କୁ ଆଣିବା ପାଇଁ  ଘରକୁ ଯାଇ ଫେରିବା ପରେ ସ୍ତ୍ରୀ ବାହାରେ ଶୋଇଥିବା ଦେଖିବାକୁ ପାଇଥିଲେ। ସ୍ତ୍ରୀଙ୍କୁ ପଚାରିବା ପରେ ତାଙ୍କର ଏକ ସନ୍ତାନ ହୋଇଥିବା ଏବଂ କିଏ ନେଇଯାଇଥିବା ସେ କହିଥିଲେ । ଆଉ ଏହି ଘଟଣା ପ୍ରଚାର ହେବା ପରେ ପରିବାର ଲୋକ ଏବଂ ସ୍ଥାନୀୟ ଲୋକଙ୍କ ଭିଡ ଜମିବା ସହ ଉତ୍ତେଜନା ଦେଖାଦେଇଥିଲା ।

ଅଭିଯୋଗ ଆସିବା ପରେ ମେଡିକାଲ କର୍ତ୍ତୃପକ୍ଷ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସିସିଟିଭି ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଥିଲେ । ମହିଳା ଜଣଙ୍କ ଡାକ୍ତରଖାନା ଟିକେଟ କାଟିନଥିବା ଏବଂ କୌଣସି ଡାକ୍ତରଙ୍କୁ ଦେଖାଇନଥିବା ଏପରିକି ଓଟିକୁ ଯାଇନଥିବା ସିସିଟିଭିରୁ ସ୍ପଷ୍ଟ ହୋଇଛି । ତେଣୁ ଅଭିଯୋଗ ମିଥ୍ୟା ଏବଂ ଅଭିଯୋଗକାରୀଙ୍କ ବିରୋଧରେ ଥାନାରେ ଅଭିଯୋଗ କରାଯିବା ନେଇ କହିଥିଲେ ମେଡିକାଲ ଅଧିକାରୀ। ପୋଲିସ ମଧ୍ୟ ଘଟଣାର ତଦନ୍ତ ଜାରି ରଖିଥିଲା।