ବିଜୁଳି-ଅଟାକୁ ନେଇ ପିଓକେରେ ବିବାଦ, ପୋଲିସ- ଜନତାଙ୍କ ମଧ୍ୟରେ ସଂଘର୍ଷ
ନୂଆଦିଲ୍ଲୀ: ପିଓକେରେ ବିଜୁଳିର ଉଚ୍ଚା ଦର ଓ ଅଟା ଦାମ୍କୁ ବିରୋଧ କରି ଆରମ୍ଭ ହୋଇଥିବା ବିବାଦ ଏବେବି ଲାଗିରହିଛି।ଖାଦ୍ୟ ସାମଗ୍ରୀର ଅତ୍ୟଧିକ ଦାମ୍କୁ ବିରୋଧରେ ଆନ୍ଦୋଳନ କରୁଥିବା ପ୍ରଦର୍ଶନକାରୀ ଏବଂ ସୁରକ୍ଷା ବଳଙ୍କ ମଧ୍ୟରେ ହିଂସା ଦେଖିବାକୁ ମିଳିଛି। ଏମିତିକି ପ୍ରଦର୍ଶନକାରୀଙ୍କ ଦ୍ବାରା ପଥର ଏବଂ ବୋତଲ ମାଡ଼ ଯୋଗୁଁ ପୋଲିସକୁ ଲୁହବୁହା ଗ୍ୟାସ ସହ ଫାଙ୍କା ଗୁଳି ଚାଳନା ମଧ୍ୟ କରିବାକୁ ପଡ଼ିଛି। ଉତ୍ତେଜନା ଫଳରେ ଜଣେ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ପୋଲିସ କର୍ମୀ ଆହତ ହୋଇଛନ୍ତି। ପ୍ରକୃତରେ ଜମ୍ମୁ କଶ୍ମୀର ସଂଯୁକ୍ତ ଆବାମୀ ଆକ୍ସନ କମିଟି ଜେଏଏସି ତରଫରୁ କୋଟଲୀ ଏବଂ ପୁଞ୍ଛ ଜିଲ୍ଲାର ମୁଜାଫରାବାଦରେ ଏକ ରାଲି କରାଯାଇଥିଲା। ଏଥିରେ ବିଜୁଳି ବିଲ୍ ବୃଦ୍ଧି, ଗହମ ଏବଂ ଅଟା ଉପରେ ସବସିଡି ଏବଂ ଅବିଭାଜ୍ୟ ବର୍ଗର ବିଶେଷାଧିକାରକୁ ସମାପ୍ତ କରିବା ପାଇଁ ଦାବି ହେଉଥିଲା। ବିକ୍ଷୋଭକୁ ଦୃଷ୍ଟିରେ ରଖି ରବିବାର ଭୀମବେର ବାଗ ସହ ପିଓକେର ବିଭିନ୍ନ ଭାବରେ ମୋବାଇଲ ଫୋନ୍ ଏବଂ ଇଣ୍ଟରନେଟ୍ ସେବା ରଦ୍ଦ କରାଯାଇଥିଲା।ତେବେ ଶୁକ୍ରବାର ଯେତେବେଳେ ପ୍ରଦର୍ଶନ ବେଳେ ପିଓକେର ରାଜଧାନୀ ମୁଜଫରାବାଦର ବିଭିନ୍ନ ଅଞ୍ଚଳରେ ପୋଲିସ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ହିଂସା ଦେଖିବାକୁ ମିଳିଥିଲା। ଆଉ ଏଥିରେ ଜଣେ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ପୋଲିସ କର୍ମୀ ଆହତ ହୋଇଛନ୍ତ
ନୂଆଦିଲ୍ଲୀ: ପିଓକେରେ ବିଜୁଳିର ଉଚ୍ଚା ଦର ଓ ଅଟା ଦାମ୍କୁ ବିରୋଧ କରି ଆରମ୍ଭ ହୋଇଥିବା ବିବାଦ ଏବେବି ଲାଗିରହିଛି।ଖାଦ୍ୟ ସାମଗ୍ରୀର ଅତ୍ୟଧିକ ଦାମ୍କୁ ବିରୋଧରେ ଆନ୍ଦୋଳନ କରୁଥିବା ପ୍ରଦର୍ଶନକାରୀ ଏବଂ ସୁରକ୍ଷା ବଳଙ୍କ ମଧ୍ୟରେ ହିଂସା ଦେଖିବାକୁ ମିଳିଛି। ଏମିତିକି ପ୍ରଦର୍ଶନକାରୀଙ୍କ ଦ୍ବାରା ପଥର ଏବଂ ବୋତଲ ମାଡ଼ ଯୋଗୁଁ ପୋଲିସକୁ ଲୁହବୁହା ଗ୍ୟାସ ସହ ଫାଙ୍କା ଗୁଳି ଚାଳନା ମଧ୍ୟ କରିବାକୁ ପଡ଼ିଛି। ଉତ୍ତେଜନା ଫଳରେ ଜଣେ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବାବେଳେ ୧୦୦ରୁ ଅଧିକ ପୋଲିସ କର୍ମୀ ଆହତ ହୋଇଛନ୍ତି।
ପ୍ରକୃତରେ ଜମ୍ମୁ କଶ୍ମୀର ସଂଯୁକ୍ତ ଆବାମୀ ଆକ୍ସନ କମିଟି ଜେଏଏସି ତରଫରୁ କୋଟଲୀ ଏବଂ ପୁଞ୍ଛ ଜିଲ୍ଲାର ମୁଜାଫରାବାଦରେ ଏକ ରାଲି କରାଯାଇଥିଲା। ଏଥିରେ ବିଜୁଳି ବିଲ୍ ବୃଦ୍ଧି, ଗହମ ଏବଂ ଅଟା ଉପରେ ସବସିଡି ଏବଂ ଅବିଭାଜ୍ୟ ବର୍ଗର ବିଶେଷାଧିକାରକୁ ସମାପ୍ତ କରିବା ପାଇଁ ଦାବି ହେଉଥିଲା। ବିକ୍ଷୋଭକୁ ଦୃଷ୍ଟିରେ ରଖି ରବିବାର ଭୀମବେର ବାଗ ସହ ପିଓକେର ବିଭିନ୍ନ ଭାବରେ ମୋବାଇଲ ଫୋନ୍ ଏବଂ ଇଣ୍ଟରନେଟ୍ ସେବା ରଦ୍ଦ କରାଯାଇଥିଲା।
ତେବେ ଶୁକ୍ରବାର ଯେତେବେଳେ ପ୍ରଦର୍ଶନ ବେଳେ ପିଓକେର ରାଜଧାନୀ ମୁଜଫରାବାଦର ବିଭିନ୍ନ ଅଞ୍ଚଳରେ ପୋଲିସ ଏବଂ ବିକ୍ଷୋଭକାରୀଙ୍କ ମଧ୍ୟରେ ହିଂସା ଦେଖିବାକୁ ମିଳିଥିଲା। ଆଉ ଏଥିରେ ଜଣେ ପୋଲିସ କର୍ମୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ପୋଲିସ କର୍ମୀ ଆହତ ହୋଇଛନ୍ତି। ବିକ୍ଷୋଭକାରୀଙ୍କ ଦ୍ବାରା ପଥରମାଡ଼ ଏବଂ ବୋତଲ ଫିଙ୍ଗିବା ପରେ ପୋଲିସ କିଛି ଅଞ୍ଚଳରେ ଲୁହ ବୁହା ଗ୍ୟାସ ବ୍ୟବହାର କରିବା ସହ ଫାଙ୍କା ଗୁଳିଚାଳନା କରିଥିଲା।
ପିଓକେରେ ଶନିବାର ପୋଲିସ ଏବଂ ଆନ୍ଦୋଳନକାରୀଙ୍କ ମଧ୍ୟ ଗଣ୍ଡଗୋଳ ହୋଇଥିଲା। ଆଉ ସମଗ୍ର ଅଞ୍ଚଳରେ ଚକ୍କା ଜାମ ହୋଇଛି ସଟର ଡାଉନ ଆନ୍ଦୋଳନ କରାଯାଇଥିଲା। ରବିବାର ବି ପ୍ରଦର୍ଶନକାରୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ହିଂସା ଅଧିକ ହୋଇଥିଲା। ସେପଟେ ପାକିସ୍ତାନ ରାଷ୍ଟ୍ରପତି ଆସିଫ ଅଲୀ ଜରଦାରୀ ସୋମବାର ରାଷ୍ଟ୍ରପତି ଭବନରେ ଏନେଇ ଜରୁରୀକାଳୀନ ବୈଠକ ଡକାଇଛନ୍ତି।