ବିଜେଡି କର୍ମୀଙ୍କ ଆକ୍ରମଣରେ ଗୋଟିଏ ପରିବାରର ୪ ଭାଜପା ସମର୍ଥକ ଗୁରୁତର

ନୟାଗଡ଼,୧୨।୧୧(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ଚଣ୍ଡିବସ୍ତ ଗାଁରେ ସୋମବାର ରାତିରେ କେତେଜଣ ବିଜେଡି କର୍ମୀଙ୍କ ମିଳିତ ଆକ୍ରମଣରେ ଗୋଟିଏ ପରିବାରର ୪ ଭାଜପା ସମର୍ଥକ ଆହତ ହୋଇଛନ୍ତି। ସେମାନେ ହେଲେ ବୁଦ୍ଧିଆ ପଲେଇ(୫୨), ମା’ ସୁଶିଳା ପଲେଇ(୭୪), ପୁଅ ମନ ପଲେଇ(୨୪) ଏବଂ ସ୍ତ୍ରୀ ଶୈଳ ପଲେଇ (୪୭)। ଆହତମାନଙ୍କୁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଅବସ୍ଥାରେ ଉନ୍ନତି ନ ଆସିବାରୁ ଶୈଳଙ୍କୁ ଛାଡ଼ି ଦେଲେ ପରିବାରର ଅନ୍ୟ ୩ ଜଣଙ୍କୁ ଭୁବନେଶ୍ୱର […] The post ବିଜେଡି କର୍ମୀଙ୍କ ଆକ୍ରମଣରେ ଗୋଟିଏ ପରିବାରର ୪ ଭାଜପା ସମର୍ଥକ ଗୁରୁତର appeared first on Dharitri Odia News.

ବିଜେଡି କର୍ମୀଙ୍କ ଆକ୍ରମଣରେ ଗୋଟିଏ ପରିବାରର ୪ ଭାଜପା ସମର୍ଥକ ଗୁରୁତର

ନୟାଗଡ଼,୧୨।୧୧(ଲୋକନାଥ ମିଶ୍ର): ନୟାଗଡ଼ ସଦର ଥାନା ଚଣ୍ଡିବସ୍ତ ଗାଁରେ ସୋମବାର ରାତିରେ କେତେଜଣ ବିଜେଡି କର୍ମୀଙ୍କ ମିଳିତ ଆକ୍ରମଣରେ ଗୋଟିଏ ପରିବାରର ୪ ଭାଜପା ସମର୍ଥକ ଆହତ ହୋଇଛନ୍ତି। ସେମାନେ ହେଲେ ବୁଦ୍ଧିଆ ପଲେଇ(୫୨), ମା’ ସୁଶିଳା ପଲେଇ(୭୪), ପୁଅ ମନ ପଲେଇ(୨୪) ଏବଂ ସ୍ତ୍ରୀ ଶୈଳ ପଲେଇ (୪୭)। ଆହତମାନଙ୍କୁ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା।

ଅବସ୍ଥାରେ ଉନ୍ନତି ନ ଆସିବାରୁ ଶୈଳଙ୍କୁ ଛାଡ଼ି ଦେଲେ ପରିବାରର ଅନ୍ୟ ୩ ଜଣଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। କୌଣସି କାରଣକୁ କେନ୍ଦ୍ର କରି ବିଜେଡିର କେତେଜଣ ସମର୍ଥକଙ୍କ ଆକ୍ରମଣରେ ଏଭଳି ଘଟଣା ଘଟିଥିବା ଅଭିଯୋଗ ହୋଇଛି। ଉକ୍ତ ଘଟଣାକୁ ନେଇ ଚଣ୍ଡୀବସ୍ତ ଗାଁରେ ଉତ୍ତେଜନା ପ୍ରକାଶ ପାଇଛି। ବିଭିନ୍ନ ସ୍ଥାନରେ ପୋଲିସ ମୁତୟନ କରାଯାଇଛି।

The post ବିଜେଡି କର୍ମୀଙ୍କ ଆକ୍ରମଣରେ ଗୋଟିଏ ପରିବାରର ୪ ଭାଜପା ସମର୍ଥକ ଗୁରୁତର appeared first on Dharitri Odia News.