ବିଜେଡି ଛାଡ଼ିଲେ ସନ୍ଧ୍ୟାବତୀ ପ୍ରଧାନ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଏମିତି…

ଭୁବନେଶ୍ୱର,୧ା୪: ସୋମବାର ବିଜେଡି ଛାଡ଼ିଛନ୍ତି ସନ୍ଧ୍ୟାବତୀ ପ୍ରଧାନ। ପୂର୍ବରୁ ସେ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଥିଲେ। ସେ ତାଙ୍କର ଇସ୍ତଫାପତ୍ର ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏହି ଇସ୍ତଫାପତ୍ରରେ ସେ ଲେଖିଛନ୍ତି, ଆମ କଥା ଆପଣଙ୍କ ନିକଟରେ ପହଞ୍ଚି ପାରୁନାହିଁ। ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଏକ କୋଟୋରୀ ଗ୍ରୁପ ଆପଣଙ୍କୁ ଘେରି ରହିଛନ୍ତି। ଆମ ଅଭିଯୋଗ, ପରାମର୍ଶ ଶୁଣିବାକୁ ଆପଣଙ୍କ ଦ୍ୱାର ପୂରା ବନ୍ଦ। ସୂଚନାଯୋଗ୍ୟ, ସନ୍ଧ୍ୟାବତୀ ପୂର୍ବରୁ […] The post ବିଜେଡି ଛାଡ଼ିଲେ ସନ୍ଧ୍ୟାବତୀ ପ୍ରଧାନ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଏମିତି… appeared first on Dharitri Odia News.

ବିଜେଡି ଛାଡ଼ିଲେ ସନ୍ଧ୍ୟାବତୀ ପ୍ରଧାନ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଏମିତି…

ଭୁବନେଶ୍ୱର,୧ା୪: ସୋମବାର ବିଜେଡି ଛାଡ଼ିଛନ୍ତି ସନ୍ଧ୍ୟାବତୀ ପ୍ରଧାନ। ପୂର୍ବରୁ ସେ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ଥିଲେ। ସେ ତାଙ୍କର ଇସ୍ତଫାପତ୍ର ବିଜେଡି ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି। ଏହି ଇସ୍ତଫାପତ୍ରରେ ସେ ଲେଖିଛନ୍ତି, ଆମ କଥା ଆପଣଙ୍କ ନିକଟରେ ପହଞ୍ଚି ପାରୁନାହିଁ। ବ୍ୟକ୍ତିଗତ ସ୍ବାର୍ଥ ପାଇଁ ଏକ କୋଟୋରୀ ଗ୍ରୁପ ଆପଣଙ୍କୁ ଘେରି ରହିଛନ୍ତି। ଆମ ଅଭିଯୋଗ, ପରାମର୍ଶ ଶୁଣିବାକୁ ଆପଣଙ୍କ ଦ୍ୱାର ପୂରା ବନ୍ଦ।

ସୂଚନାଯୋଗ୍ୟ, ସନ୍ଧ୍ୟାବତୀ ପୂର୍ବରୁ ପୁରୀ ଜିଲା ପରିଷଦର ସଦସ୍ୟ ଓ ପରେ ଉପାଧ୍ୟକ୍ଷା ଥିଲେ। ସେ ମଧ୍ୟ ଜିଲା ଯୋଜନା କମିଟିର ସଦସ୍ୟ ଭାବେ କାର୍ଯ୍ୟ କରିଥିଲେ। ସେ ଡେଲାଙ୍ଗସ୍ଥିତ ଗାଦିବ୍ରହ୍ମ ଡିଗ୍ରୀ କଲେଜର ପରିଚାଳନା ପରିଷଦରେ କୁଳପତିଙ୍କ ମନୋନୀତ ସଦସ୍ୟ ଭାବେ କାର୍ଯ୍ୟ କରିଛନ୍ତି।

The post ବିଜେଡି ଛାଡ଼ିଲେ ସନ୍ଧ୍ୟାବତୀ ପ୍ରଧାନ, ମୁଖ୍ୟମନ୍ତ୍ରୀଙ୍କୁ ଲେଖିଲେ ଏମିତି… appeared first on Dharitri Odia News.