ବିଜେଡି ଛାଡି ବିଜେପିରେ ମିଶିଲେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର
ଭୁବନେଶ୍ବର ୩୦।୩: ବିଜେପିରେ ମିଶିଲେ ଭୁବନେଶ୍ୱରର ଉତ୍ତର ଆସନର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି ପ୍ରିୟଦର୍ଶୀ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ପ୍ରିୟଦର୍ଶୀ ଦଳରେ ସାମିଲ ହୋଇଛନ୍ତି । ବିଜେଡି ଛାଡିଲେ ପ୍ରିୟଦର୍ଶୀ ମିଶ୍ର, ଦଳ ସୁପ୍ରିମୋଙ୍କୁ ପଠାଇଲେ ଇସ୍ତଫା ପତ୍ରତେବେ କିଛି ସମୟ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିଲେ ପ୍ରିୟଦର୍ଶୀ ମିଶ୍ର । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିଲେ ନିଜ ଇସ୍ତଫା ପତ୍ର । ବିଜେଡିର ଜଣେ ଟାଣୁଆ ଯୁବ ନେତା ଭାବେ ବେଶ୍ ଜଣାଶୁଣା ଥିଲେ ପ୍ରିୟଦର୍ଶୀ । ଯାହା ଫଳରେ ଦଳ ପ୍ରିୟଦର୍ଶୀଙ୍କୁ ୨୦୧୪ରେ ଭୁବନେଶ୍ୱରର ଉତ୍ତର ଆସନରୁ ବିଧାୟକ ଭାବେ ପ୍ରାର୍ଥୀ କରିଥିଲା । ଆଉ ସେହି ନିର୍ବାଚନରେ ପ୍ରିୟଦର୍ଶୀ ମିଶ୍ର ମଧ୍ୟ ବିଜୟୀ ହୋଇଥିଲେ । ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ବିପୁଳ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ ପ୍ରିୟଦର୍ଶୀ । ତେବେ ପ୍ରିୟଦର୍ଶୀ ନିଜ ଇସ୍ତଫା ପତ୍ରରେ ଦଳ ପକ୍ଷରୁ ଅବହେଳା କରାଯାଉଥିବା ଅଭିଯୋଗ କରିଛନ୍ତି । ଗତ କିଛି ଦିନ ଧରି ଦଳ ପକ୍ଷରୁ ଲଗାତର ଭାବେ ଅବହେଳା କରାଯାଉଛି । ଯାହାକୁ ନେଇ ଶେଷରେ ସେ ଦଳ ଛାଡିବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି ।ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ଦଳ ଲଗାତ
ଭୁବନେଶ୍ବର ୩୦।୩: ବିଜେପିରେ ମିଶିଲେ ଭୁବନେଶ୍ୱରର ଉତ୍ତର ଆସନର ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ଆୟୋଜିତ ମିଶ୍ରଣ ପର୍ବରେ ପଦ୍ମ ଧରିଛନ୍ତି ପ୍ରିୟଦର୍ଶୀ । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ, ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କ ଉପସ୍ଥିତିରେ ପ୍ରିୟଦର୍ଶୀ ଦଳରେ ସାମିଲ ହୋଇଛନ୍ତି ।
ବିଜେଡି ଛାଡିଲେ ପ୍ରିୟଦର୍ଶୀ ମିଶ୍ର, ଦଳ ସୁପ୍ରିମୋଙ୍କୁ ପଠାଇଲେ ଇସ୍ତଫା ପତ୍ର
ତେବେ କିଛି ସମୟ ପୂର୍ବରୁ ବିଜେଡିରୁ ଇସ୍ତଫା ଦେଇଥିଲେ ପ୍ରିୟଦର୍ଶୀ ମିଶ୍ର । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ପଠାଇଥିଲେ ନିଜ ଇସ୍ତଫା ପତ୍ର । ବିଜେଡିର ଜଣେ ଟାଣୁଆ ଯୁବ ନେତା ଭାବେ ବେଶ୍ ଜଣାଶୁଣା ଥିଲେ ପ୍ରିୟଦର୍ଶୀ । ଯାହା ଫଳରେ ଦଳ ପ୍ରିୟଦର୍ଶୀଙ୍କୁ ୨୦୧୪ରେ ଭୁବନେଶ୍ୱରର ଉତ୍ତର ଆସନରୁ ବିଧାୟକ ଭାବେ ପ୍ରାର୍ଥୀ କରିଥିଲା । ଆଉ ସେହି ନିର୍ବାଚନରେ ପ୍ରିୟଦର୍ଶୀ ମିଶ୍ର ମଧ୍ୟ ବିଜୟୀ ହୋଇଥିଲେ । ନିକଟତମ ପ୍ରତିଦ୍ୱନ୍ଦୀଙ୍କୁ ବିପୁଳ ଭୋଟ୍ ବ୍ୟବଧାନରେ ପରାସ୍ତ କରିଥିଲେ ପ୍ରିୟଦର୍ଶୀ । ତେବେ ପ୍ରିୟଦର୍ଶୀ ନିଜ ଇସ୍ତଫା ପତ୍ରରେ ଦଳ ପକ୍ଷରୁ ଅବହେଳା କରାଯାଉଥିବା ଅଭିଯୋଗ କରିଛନ୍ତି । ଗତ କିଛି ଦିନ ଧରି ଦଳ ପକ୍ଷରୁ ଲଗାତର ଭାବେ ଅବହେଳା କରାଯାଉଛି । ଯାହାକୁ ନେଇ ଶେଷରେ ସେ ଦଳ ଛାଡିବାକୁ ବାଧ୍ୟ ହୋଇଛନ୍ତି ବୋଲି କହିଛନ୍ତି ।
ସେ ତାଙ୍କ ପ୍ରତିକ୍ରିୟାରେ କହିଥିଲେ, ଦଳ ଲଗାତାର ମୋତେ ଅଣଦେଖା କରିଛି । ୨୦୧୯ରେ ମୋତେ ଟିକେଟ ଦିଆଯାଇ ନଥିଲା । ମୋତେ ଦଳ ପାଇଁ କାମ କରିବାକୁ କୁହାଯାଇଥିଲା । ୨୦୨୪ରେ ଟିକେଟ୍ କଥା ଦେଖାଯିବ ବୋଲି କୁହାଯାଇଥିଲା । ପରେ ମୋତେ ହାଉସିଂ ବୋର୍ଡ କର୍ପୋରେସନ ଦାୟିତ୍ୱ ଦିଆଯାଇଥିଲା। ଅଧାରୁ ମୋତେ ସେ ଦାୟିତ୍ୱ ଛାଡ଼ିଦେବାକୁ କୁହାଯାଇଥିଲା । ଦଳ ପାଇଁ କାମ କରିବାକୁ କୁହାଯାଇଥିଲା। ଏହା ସହିତ ୨୦୨୪ରେ ନିର୍ବାଚନ ଲଢ଼ିବ ବୋଲି କୁହାଯାଇଥିଲା । ମୁଁ ସେହି ନିର୍ଦ୍ଦେଶ ମାନିଥିଲି । କିନ୍ତୁ ପରେ ଯେମିତି ଦାୟିତ୍ୱ ଦିଆଯିବା କଥା ତାହା ଦିଆଯାଇ ନଥିଲା ।
ଯେତେବେଳେ ଦେଖିଲି ମୁଁ ଦଳ ପାଇଁ ଅଲୋଡ଼ା ହୋଇଯାଉଛି, ତେଣୁ ବାଧ୍ୟ ହେଲି ଇସ୍ତଫା ଦେବାକୁ । ସେହିପରି ଦଳ ମୋତେ ପୁଣି ଥରେ ଧୋକା ଦେବ ବୋଲି ମୋର ହୃଦ୍ବୋଧ ହୋଇଥିଲା । ତେଣୁ ତା’ ପୂର୍ବରୁ ଦଳରୁ ବାହାରିଯିବାକୁ ଉଚିତ୍ ମଣିଲି ।
You Can Read :
ଅଲୋଡା ହେଲି ବୋଲି ଦଳ ଛାଡିଲି, ଖୁବଶୀଘ୍ର ନୂଆ ଦଳରେ ସାମିଲ ହେବି: ପ୍ରିୟଦର୍ଶୀ