ଗାଜା ଆଶ୍ରୟସ୍ଥଳରେ ଇସ୍ରାଏଲ୍‌ ବିମାନର ବୋମାମାଡ଼, ଶତାଧିକ ମୃତ

ଗାଜା: ଗାଜାରେ ଏକ ସ୍କୁଲ୍‌ ପରିସରରେ ଚାଲିଥିବା ଆଶ୍ରୟସ୍ଥଳ ଉପରେ ଇସ୍ରାଏଲ ବିମାନ ଆକ୍ରମଣ କରିବାରୁ ଶତାଧିକ ଲୋକଙ୍କର ମୃତ୍ୟୁ ଘଟିଛି। ବିସ୍ଥାପିତ ଲୋକଙ୍କୁ ଆଶ୍ରୟ ଦେଉଥିବା ଏକ ସ୍କୁଲ୍‌ ଉପରେ ଇସ୍ରାଏଲ ଅଚାନକ କୌଣସି ପୂର୍ବ ସତର୍କ ସୂଚନା ନଦେଇ ବୋମା ମାଡ଼ କରିଥିଲା। ଘଟଣାସ୍ଥଳରେ ହିଁ ୭୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆହୁରି ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୋଇଛି। ଅନ୍ୟପକ୍ଷେ ଇସ୍ରାଏଲୀ ସେନା ସ୍ପଷ୍ଟ କରିଛି ଯେ […]

ଗାଜା ଆଶ୍ରୟସ୍ଥଳରେ ଇସ୍ରାଏଲ୍‌ ବିମାନର ବୋମାମାଡ଼, ଶତାଧିକ ମୃତ

ଗାଜା: ଗାଜାରେ ଏକ ସ୍କୁଲ୍‌ ପରିସରରେ ଚାଲିଥିବା ଆଶ୍ରୟସ୍ଥଳ ଉପରେ ଇସ୍ରାଏଲ ବିମାନ ଆକ୍ରମଣ କରିବାରୁ ଶତାଧିକ ଲୋକଙ୍କର ମୃତ୍ୟୁ ଘଟିଛି। ବିସ୍ଥାପିତ ଲୋକଙ୍କୁ ଆଶ୍ରୟ ଦେଉଥିବା ଏକ ସ୍କୁଲ୍‌ ଉପରେ ଇସ୍ରାଏଲ ଅଚାନକ କୌଣସି ପୂର୍ବ ସତର୍କ ସୂଚନା ନଦେଇ ବୋମା ମାଡ଼ କରିଥିଲା। ଘଟଣାସ୍ଥଳରେ ହିଁ ୭୦ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆହୁରି ୩୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ହୋଇଛି। ଅନ୍ୟପକ୍ଷେ ଇସ୍ରାଏଲୀ ସେନା ସ୍ପଷ୍ଟ କରିଛି ଯେ ଏହା ହମାସ ଆତଙ୍କବାଦୀଙ୍କୁ ଟାର୍ଗେଟ୍‌ କରି ଏହି ଆକ୍ରମଣ କରାଯାଇଛି। ଶତାଧିକ ମୃତକଙ୍କ ମଧ୍ୟରେ ୧୧ ଜଣ ଶିଶୁ ଏବଂ ୬ ଜଣ ମହିଳା ଥିବା ଜଣାପଡ଼ିଛି। ଗାଜା ସ୍ବାସ୍ଥ୍ୟ ମନ୍ତ୍ରାଳୟ ଅନୁଯାୟୀ ଏଠାରେ ୩୫୦ ପରିବାର ଆଶ୍ରୟ ନେଇଥିଲେ। ବୋମାମାଡ଼ରେ ୨ଟି ମହଲା ସଂପୂର୍ଣ୍ଣ ଧ୍ବସ୍ତ ହୋଇଯାଇଛି। ଜାତିସଂଘ ସୂଚନାନୁଯାୟୀ ଗାଜାରେ ୫୬୪ ସ୍କୁଲ୍‌ ବିଲ୍ଡିଂ ମଧ୍ୟରୁ ୪୭୭ଟି ବିଲ୍ଡିଂ ଉପରେ ସିଧାସଳଖ ଆକ୍ରମଣ ହୋଇଛି।