ବିଜେଡି ଛାଡ଼ିଲେ ୬ ଥରର ସାଂସଦ ଭର୍ତ୍ତୃହରି ମହତାବ

ବିଜେଡି ଛାଡ଼ିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ପ୍ରେସ୍‌ମିଟ୍‌ କରି ସେ କହିଛନ୍ତି ଯେ, ତାଙ୍କ ଇସ୍ତଫା ପତ୍ର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି।

ବିଜେଡି ଛାଡ଼ିଲେ ୬ ଥରର ସାଂସଦ ଭର୍ତ୍ତୃହରି ମହତାବ

ବିଜେଡି ଛାଡ଼ିଲେ କଟକ ସାଂସଦ ଭର୍ତ୍ତୃହରି ମହତାବ। ପ୍ରେସମିଟ କରି ଇସ୍ତଫା ନେଇ ସୂଚନା ଦେଲେ ସାଂସଦ ଭର୍ତ୍ତୃହରି ମହତାବ । ପ୍ରେସ୍‌ମିଟ୍‌ କରି ସେ କହିଛନ୍ତି ଯେ, ତାଙ୍କ ଇସ୍ତଫା ପତ୍ର ସଭାପତି ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇ ଦେଇଛନ୍ତି। ସେ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି ବୋଲି କହିଛନ୍ତି।

ଇସ୍ତଫା କାହିଁକି ଦେଲେ ପ୍ରେସମିଟରେ ଖୋଲି କହିଲେ ଭର୍ତ୍ତୃହରି ମହତାବ। ଧୈର୍ଯ୍ୟର ଗୋଟିଏ ସୀମା ଥାଏ, ଧୈର୍ଯ୍ୟ ସୀମା ଟପିଲା। ଦୁର୍ନୀତି, ବ୍ୟକ୍ତିଗତ ସଂପତ୍ତି ଆହରଣ ବିରୋଧରେ ଲଢ଼ିବାକୁ ବିଜେଡି ସୃଷ୍ଟି ହୋଇଥିଲା। ଦଳର ସଂଚାଳନ, ପରିଚାଳନାରେ ସଂଶୋଧନ ପାଇଁ ଉଦ୍ୟମ କରିଛି। ବହୁତ ସହିଛି, ସହି ସହି ଅସହ୍ୟ ହେଲା ପରେ ଏମିତି ନିଷ୍ପତ୍ତି ନେଲି। ସେ ଆହୁରି କହିଛନ୍ତି ଯେ, ନିଷ୍ପତ୍ତି କଠୋର ହୋଇପାରେ, କିନ୍ତୁ ମୋତେ ଆଜି ହାଲୁକା ଲାଗୁଛି। ଦଳର ଆଚରଣ ସଂଶୋଧନ ପାଇଁ ଚେଷ୍ଟା କରି ବିଫଳ ହେଲି। ସେଥିପାଇଁ ଦଳରେ ରହିବା ଆବଶ୍ୟକ ମନେ କଲି ନାହିଁ ବୋଲି କହିଛନ୍ତି ଭର୍ତ୍ତୃହରି ମହତାବ।।

ସେହିପରି ସରକାର ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛି ବୋଲି କହିଛନ୍ତି ଭର୍ତ୍ତୃହରି ମହତାବ। ସରକାର ପରିଚାଳନା ତ୍ରୁଟି ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛି। କେବେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଥିଲେ ପ୍ରଶ୍ନରେ ଭର୍ତ୍ତୃହରି ଉତ୍ତର ଦେଇଛନ୍ତି। ଏନେଇ ଡାଏରୀ ଖୋଲିବାକୁ ପଡ଼ିବ ବୋଲି କହିଲେ ଭର୍ତ୍ତୃହରି ମହତାବ।