ବିଜେଡି ପାଇଁ କାମ କରିବା କୁଟ୍ଟେ, ଆଶିଷ ସିଂଙ୍କ ପୁରୁଣା ଅଭ୍ୟାସ: ଭାଜପା

ଭୁବନେଶ୍ୱର, ୩୦।୫(ସୁନିତ୍‌ ମିଶ୍ର)ପୋଲିସ ବିଭାଗରେ ଉଚ୍ଚପଦସ୍ଥ ଅଧିକାରୀଭାବେ ଅବସ୍ଥାପିତ ଡି.ଏସ୍‌. କୁଟ୍ଟେ ଓ ଆଶିଷ ସିଂ ବିଜେଡିର ଚାମଚାଗିରି କରୁଛନ୍ତି ବୋଲି ଭାଜପା ବାରମ୍ବାର ଓଡ଼ିଶାବାସୀଙ୍କୁ ଅବଗତ କରାଇଛି। ଏହା ହେଉଛି ଏହି ୨ ପୋଲିସ ଅଧିକାରୀଙ୍କ ପୁରୁଣା ଅଭ୍ୟାସ। ଶାସକ ବିଜେଡି ପାଇଁ କାମ କରୁଥିବା କାରଣରୁ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଡି.ଏସ୍‌.କୁଟ୍ଟେଙ୍କୁ ନିଲମ୍ବନ ଓ ଆଶିଷ ସିଂଙ୍କୁ ମେଡିକାଲ ବୋର୍ଡ ଆଗରେ ହାଜର ହେବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ବୋଲି ଭାଜପା […] The post ବିଜେଡି ପାଇଁ କାମ କରିବା କୁଟ୍ଟେ, ଆଶିଷ ସିଂଙ୍କ ପୁରୁଣା ଅଭ୍ୟାସ: ଭାଜପା appeared first on Dharitri Odia News.

ବିଜେଡି ପାଇଁ କାମ କରିବା କୁଟ୍ଟେ, ଆଶିଷ ସିଂଙ୍କ ପୁରୁଣା ଅଭ୍ୟାସ: ଭାଜପା

ଭୁବନେଶ୍ୱର, ୩୦।୫(ସୁନିତ୍‌ ମିଶ୍ର)ପୋଲିସ ବିଭାଗରେ ଉଚ୍ଚପଦସ୍ଥ ଅଧିକାରୀଭାବେ ଅବସ୍ଥାପିତ ଡି.ଏସ୍‌. କୁଟ୍ଟେ ଓ ଆଶିଷ ସିଂ ବିଜେଡିର ଚାମଚାଗିରି କରୁଛନ୍ତି ବୋଲି ଭାଜପା ବାରମ୍ବାର ଓଡ଼ିଶାବାସୀଙ୍କୁ ଅବଗତ କରାଇଛି। ଏହା ହେଉଛି ଏହି ୨ ପୋଲିସ ଅଧିକାରୀଙ୍କ ପୁରୁଣା ଅଭ୍ୟାସ। ଶାସକ ବିଜେଡି ପାଇଁ କାମ କରୁଥିବା କାରଣରୁ ବରିଷ୍ଠ ଆଇପିଏସ୍‌ ଅଧିକାରୀ ଡି.ଏସ୍‌.କୁଟ୍ଟେଙ୍କୁ ନିଲମ୍ବନ ଓ ଆଶିଷ ସିଂଙ୍କୁ ମେଡିକାଲ ବୋର୍ଡ ଆଗରେ ହାଜର ହେବା ପାଇଁ ନିର୍ବାଚନ କମିଶନ ନିର୍ଦ୍ଦେଶ ଦେଇଛନ୍ତି ବୋଲି
ଭାଜପା ରାଜ୍ୟ କାର୍ଯ୍ୟାଳୟଠାରେ ବୁଧବାର ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ଭାଜପାର ପୂର୍ବତନ ସଭାପତି ସମୀର ମହାନ୍ତି କହିଛନ୍ତି। ସେ କହିଛନ୍ତି ଏହି ୨ ଅଧିକାରୀ କିଏ, ଏକଥା ବିଜେଡିର ସମସ୍ତ ସଦସ୍ୟ ଜାଣିଛନ୍ତି। କୁଟ୍ଟେ କେଉଁଠି ବସି କାହାର ଆପଏଣ୍ଟମେଣ୍ଟ ଫିକ୍ସ କରନ୍ତି ତ କାହାର ବଦଳି କରନ୍ତି। ବିଜେଡିର କେଉଁ ନେତାଙ୍କୁ କେତେବେଳେ ଟାଇଟ ଓ ହୁଗୁଳା କରାଯିବ, କେଉଁ ପୋଲିସ ଷ୍ଟେଶନର ଏଏସ୍‌ଆଇ କାହା ଘରକୁ ଯାଇ ଡାକିବେ, ମ୍ୟୁନିସିପାଲିଟି ଓ ସହରାଞ୍ଚଳ ନିର୍ବାଚନ ବେଳେ କିଏ ପ୍ରାର୍ଥୀ ହେବେ, ଅଞ୍ଚଳର ପୋଲିସ ଷ୍ଟେଶନର ଅଧିକାରୀ କେଉଁ କାର୍ଯ୍ୟ କରିବେ ସେସବୁ ଉପରେ କୁଟ୍ଟେ ନିଷ୍ପତ୍ତି ନେଉଥିଲେ। ଗଞ୍ଜାମ ଜିଲା ରାଜନୀତି ସହ ଆଶିଷ ସିଂଙ୍କର କ’ଣ ସମ୍ପର୍କ ଏକଥା ବିଜେଡି, କଂଗ୍ରେସ ଏବଂ ଭାଜପା କାର୍ଯ୍ୟକର୍ତ୍ତାମାନେ ଅବଗତ ଅଛନ୍ତି ବୋଲି ସମୀର କହିଛନ୍ତି। ଓଡ଼ିଶାର ସାଧାରଣ ଜନତା ତଥା ଟିକସଦାତାଙ୍କ ଅର୍ଥରୁ ଦରମା ନେଉଥିବା ସରକାରୀ କର୍ମଚାରୀ ରାଜନୈତିକ ଦଳ ପାଇଁ କାର୍ଯ୍ୟ କରୁଛନ୍ତି। ଏନେଇ ଭାଜପା ବାରମ୍ବାର ତଥ୍ୟ ଓ ପ୍ରମାଣ ସହ ନିର୍ବାଚନ କମିଶନଙ୍କୁ ପୂର୍ବରୁ ଅବଗତ କରିଥିଲା। ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ହାତକୁ ଟାଣିବା ଏବଂ ଗୋଇଠା ମାରୁଛନ୍ତି ଗୁମାସ୍ତା। ମୁଖ୍ୟମନ୍ତ୍ରୀ ରବର କଣ୍ଡେଇ ନୁହନ୍ତି, ତାଙ୍କ ହାତକୁ ଟାଣିବା, ଗୋଇଠା ମାରିବା ଏବଂ ସୁରକ୍ଷା ଦାୟିତ୍ୱ ଥିବା ବ୍ୟକ୍ତିମାନେ କଟୁ ବ୍ୟବହାର କରିବା ଦୁଃଖଦ ଘଟଣା ବୋଲି ସମୀର କହିଛନ୍ତି।

The post ବିଜେଡି ପାଇଁ କାମ କରିବା କୁଟ୍ଟେ, ଆଶିଷ ସିଂଙ୍କ ପୁରୁଣା ଅଭ୍ୟାସ: ଭାଜପା appeared first on Dharitri Odia News.