ବିଜେଡି ମାର୍କା ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ କଡ଼ା ତାଗିଦ
ସରକାର ବଦଳିଛି ହେଲେ ବଦଳିନି ଅଧିକାରୀଙ୍କ ମାନସିକତା । CDO ଓ BDO ସମ୍ମିଳନୀରେ ବିଜେଡି ମାର୍କା ଅଧିକାରୀଙ୍କୁ ଆଜି କଡ଼ା ତାଗିଦ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ସେ କାଳ ପଖାଳ ଗଲାଣି। ପୁରୁଣା ଅଭ୍ୟାସ ଛାଡ଼। ଦୁର୍ନୀତି କରୁଥିଲେ ନିଜକୁ ସଜାଡି ନିଅ, କାହିଁକି ନା ଭିଜିଲାନ୍ସ କୁ ଖୋଲା ହାତ ଛାଡ଼ି ଦେଇଛି ବୋଲି ମୁଖ୍ୟମନ୍ତ୍ରୀ ଚେତାବନୀ ଦେଇଛନ୍ତି। ସେହିପରି CDO ଓ BDOମାନଙ୍କ ରିପୋର୍ଟ କାର୍ଡ ସେ ନିଜେ ରିଭ୍ୟୁ କରିବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ ।