ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀ କୋକସରା ବ୍ଲକ ରେ ପ୍ରଚାର ଆରମ୍ଭ।
କୋକସରା:୧୨/୦୪ ବିଜେଡ଼ି ର ଟିକେଟ ବଣ୍ଟନ ଘୋଷଣା ପରେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ରେ ରାଜନୀତି ସରଗରମ ହୋଇ ଉଠିଛି। ଧର୍ମଗଡ ବିଧାନସଭା ଅଧିନରେ ଥିବା କୋକସରା ବ୍ଲକ୍ ରେ ବିଜେଡ଼ି ପକ୍ଷରୁ ପ୍ରଚାର ଆରମ୍ଭ କରି ଶଙ୍ଖ ନାଦ କରିଛନ୍ତି ବିଜେଡି ର ସାଂସଦ ପ୍ରତିନିଧି ଲମ୍ବୋଧର ନିଆଲ ଓ ଧର୍ମଗଡ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଶତାଧିକ ଦଳୀୟ କର୍ମୀ ଙ୍କୁ ଧରି ପ୍ରଚାର ଆରମ୍ଭ କରିଛନ୍ତି । ଗୁରୁବାର କୋକସରା ବ୍ଲକ ସଦର […] The post ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀ କୋକସରା ବ୍ଲକ ରେ ପ୍ରଚାର ଆରମ୍ଭ। appeared first on Odisha.News.

କୋକସରା:୧୨/୦୪
ବିଜେଡ଼ି ର ଟିକେଟ ବଣ୍ଟନ ଘୋଷଣା ପରେ ଧର୍ମଗଡ ନିର୍ବାଚନ ମଣ୍ଡଳୀ ରେ ରାଜନୀତି ସରଗରମ ହୋଇ ଉଠିଛି। ଧର୍ମଗଡ ବିଧାନସଭା ଅଧିନରେ ଥିବା କୋକସରା ବ୍ଲକ୍ ରେ ବିଜେଡ଼ି ପକ୍ଷରୁ ପ୍ରଚାର ଆରମ୍ଭ କରି ଶଙ୍ଖ ନାଦ କରିଛନ୍ତି ବିଜେଡି ର ସାଂସଦ ପ୍ରତିନିଧି ଲମ୍ବୋଧର ନିଆଲ ଓ ଧର୍ମଗଡ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଶତାଧିକ ଦଳୀୟ କର୍ମୀ ଙ୍କୁ ଧରି ପ୍ରଚାର ଆରମ୍ଭ କରିଛନ୍ତି । ଗୁରୁବାର କୋକସରା ବ୍ଲକ ସଦର କୋକସରା,ଟେମରା ପଞ୍ଚାୟତ ର କର୍ଲାଗୁଡ଼ା ,ହଂସପଡ଼ା,ନୂଆପଡ଼ା, ଶିର୍ଲିଗୁଡ଼ା ଆଦି ଗ୍ରାମ ରେ ପ୍ରଚାର ର ଶଙ୍ଖନାଦ କରିଛନ୍ତି। ସବୁଠାରେ ସାଂସଦ ପ୍ରାର୍ଥୀ ଲମ୍ବୋଦର ନିଆଲ ଓ ବିଧାୟକ ପ୍ରାର୍ଥୀ ପୁଷ୍ପେନ୍ଦ୍ର ସିଂଦେଓ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଛି।ରାଜ୍ୟ ସରକାରଙ୍କ ଲୋକାଭିମୁଖୀ ଯୋଜନା ଜନ୍ମ ରୁ ମୃତ୍ୟୁ ପର୍ଯ୍ୟନ୍ତ ଜନ ସାଧାରଣ ଙ୍କ ପାଇଁ ରହିଥିବା ଯୋଜନା ଓ ଧର୍ମଗଡ ନିର୍ବାଚନ ମଣ୍ଡଳୀ ରେ ୫ଟି ଯୋଜନାରେ ହୋଇଥିବା ରୂପାନ୍ତରିତ ବିକାଶ କୁ ନେଇ ଭୋଟର ଙ୍କ ନିକଟରେ ବିଜେଡି ସପକ୍ଷରେ ସାଂସଦ ଓ ବିଧାୟକ ଙ୍କୁ ଭୋଟ ଦେବାକୁ ଅନୁରୋଧ କରିଛନ୍ତି। ଦୁଇ ନେତା ଙ୍କ ସହ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ, ବ୍ଲକ ବିଜେଡି ସଭାପତି ସୁଶାନ୍ତ କୁମାର ବେହେରା, ଆମପାଣି ଜିଲ୍ଲା ପରିଷଦ ସଭ୍ୟ ହେମନ୍ତ କୁମାର ମାଝୀ, ବୈଜୟନ୍ତି ପୁଝାରି,ଧର୍ମଗଡ ନିର୍ବାଚନ ମଣ୍ଡଳୀ ସଭାପତି ମାନସ ରଞ୍ଜନ ବାଗ, ରାଜ୍ୟ ବିଜେଡି କାର୍ଯ୍ୟକାରିଣୀ ସଦସ୍ୟ ଭବାନୀ ଶଙ୍କର ନିଆଲ,ଓମଫେଡ ରାଜ୍ୟ ସଭାପତି କିଶୋର ଚନ୍ଦ୍ର ପ୍ରଧାନୀ,ଋତୁରାଜ ମାଝୀ, ରାଜେନ୍ଦ୍ର ନାଏକ,ଚୌଧୁରୀ ଦୁର୍ଗା ସମେତ ଶତାଧିକ ଦଲୀୟ କର୍ମି ଉପସ୍ଥିତ ରହି ପ୍ରଚାର କରିଛନ୍ତି।
The post ବିଜେଡି ସାଂସଦ ଓ ବିଧାୟକ ପ୍ରାର୍ଥୀ କୋକସରା ବ୍ଲକ ରେ ପ୍ରଚାର ଆରମ୍ଭ। appeared first on Odisha.News.